କରୋନା ଟିକା ଲଗାଇବା ପରେ କେତେଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ? ଜାଣନ୍ତୁ ଏହାର ସତ୍ୟାସତ୍ୟ

କରୋନା ଭାଇରସର ଦ୍ୱିତୀୟ ପ୍ରକୋପ କମିବାର ନାଁ ଧରୁନାହିଁ|ଏହାକୁ ରୋକିବାକୁ ଦେଶସାରା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି|୧ ମେ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକ ଟିକା ନେଇପାରିବେ|କିନ୍ତୁ ଏହାକୁ ନେଇ ବହୁତ ପ୍ରଶ୍ନବାଚୀ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ ଟିକା ଲଗାଇବାର କେତେଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ?ଚାଲନ୍ତୁ ଏକ୍ସପର୍ଟଙ୍କ ଠାରୁ ଜାଣିବା|

ଏକ୍ସପର୍ଟଙ୍କ ଅନୁସାରେ ଟିକା କରୋନା ଭାଇରସରୁ ବଞ୍ଚିବା ପାଇଁ ସର୍ବୋତ୍କୃଷ୍ଟ ଉପାୟ|ଏହା ଆପଣଙ୍କ ଇମୁନ୍ୟୁ ସିଷ୍ଟମକୁ ମଜବୁତ ବନାଏ ଫଳରେ ଆପଣ ବେମାର ହେବାର ଚାନ୍ସ କମିଯାଏ|କିନ୍ତୁ ଏହା ଆଶ୍ଚର୍ଯ୍ୟର କଥା ଯେ ଟିକାର ପ୍ରଭା ସବୁଦିନ ପାଇଁ ରହିବ ନାହିଁ|ଏହା କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ|

ଆମେରିକାର ଡିଜିଜ୍ କଣ୍ଟ୍ରୋଲ ଓ ପ୍ରିଭେନସନ ଦ୍ୱାରା ୪୦୦୦ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ ୱର୍କର ଉପରେ ଟିକା କରଣ ପରେ ପର୍ଯ୍ୟବେକ୍ଷଣ କରାଯାଇଥିଲା|ସେହି ଷ୍ଟଡିରେ ମିଳିଥିଲା ଯେ ଫାଇଜର ବାୟୋଟେକର ଟିକା ୬ ମାସ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ|ଏହାପରେ ସାୟଦ ସେ କରୋନାରୁ ବଞ୍ଚାଇପାରେ|ଅନ୍ୟ କିଛି ଟିକା ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି|

ମଡର୍ନା ଟିକା ଦୁଇ ଡୋଜ ନେବା ପରେ ୬ ମାସ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ|ଏହାର ଆଣ୍ଟିବଡି ୬ ମାସ ପର୍ଯ୍ୟନ୍ତ ଶରୀରରେ ରହିଥାଏ|କିନ୍ତୁ ଯଦି କୈାଣସି ବ୍ୟକ୍ତି ବେମାରରେ ପିଡିତ ହେବା ତା ଆଣ୍ଟିଵଡି ଓ ଇମ୍ୟୁନ ଉପରେ ନିର୍ଭର କରେ|ମତଲବ ଆପଣଙ୍କ ଇମ୍ୟୁନିଟି ଯେତେ ମଜବୁତ ହେବ କରୋନା ଖତରା ସେତେ କମ ହେବ|

ୟୁନିଭରସିଟି ଅଫ ମେରିଲ୍ୟାଣ୍ଡ୍ ସ୍କୁଲ ଅଫ୍ ମେଡିସିନର ଭାକସିନ ଏକ୍ସପର୍ଟ କୁହନ୍ତି ଯେ ବର୍ତମାନ ଯେତେ ଟିକା ଉପଲବ୍ଧ ସେମାନଙ୍କ ପ୍ରଭାବ କମ ସେ କମ ୧ ବର୍ଷ ହେବ|ତେଣୁ ଯଦି ଭବିଷ୍ୟତରେ କରୋନାର ନୂତନ ଭାରିଏଣ୍ଟ ଆସେ ତେଵେ ଚିନ୍ତାଜନକ|ଯଦି ଭାଇରସ ମ୍ୟୁଟେଣ୍ଟ ହୁଏ ତେବେ ଟିକାକୁ ଅପଡେଟ୍ କରିବାକୁ ପଡିବ|

ଆଉ ଗୋଟିଏ କଥା ଯେ ଇମ୍ୟୁନ ସିଷ୍ଟମକୁ ଆବଶ୍ୟକତା ଠାରୁ ଅଧିକ ମଜବୁତ କରିବା କ୍ଷତିକାରକ|ଏହାଫଳରେ ଶରୀରର ଇମ୍ୟୁନ ସିଷ୍ଟମ ବେମାର ସହ ଲଢିବା ପରିବର୍ତ୍ତେ ଶରୀରକୁ ଖରାପ କରେ|ଏହାକୁ ସାଇଟୋକାଇମ୍ ଷ୍ଟର୍ମ କହନ୍ତି|ଏଥିରେ ଇମ୍ୟୁନ ସେଲ ଫୁସଫୁସ୍ ପାଖରେ ଜମାହୋଇ ହମଲା କରନ୍ତି|ଏତିକି ନୁହେଁ ଏଥିରେ ନାଡି ଫାଟିଯାଇ ରକ୍ତ ଥକ୍କା ବନିଥାଏ|ଏମିତିରେ ଯାଞ୍ଚ ଓ କଣ୍ଟ୍ରୋଲ ଫଳରେ ଏହି ସ୍ଥିତି ନିୟନ୍ତ୍ରଣ କରାଯାଇପାରେ କିନ୍ତୁ କୋଭିଡ ୧୯ ରୋଗୀ କ୍ଷେତ୍ରରେ କିଛି ବି କୁହାଯାଇ ନପାରେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *