ଆପଣ କେବେ ଦେଖିଛନ୍ତି କି ? କିପରି ହୋଇଥାଏ ପ୍ରଜାପତିର ଅପରେସନ? ଭିଡିଓରେ ଦେଖନ୍ତୁ ପଶୁ-ପକ୍ଷୀଙ୍କ ଦୁନିଆର ଅଣଦେଖା ଜିନିଷ

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଚିତ୍ର ଏବଂ ଭିଡିଓ ଅଛି। ଏହା କହିବା ଭୁଲ ହେବ ନାହିଁଯେ, ପଶୁମାନଙ୍କ ସହିତ ଜଡିତ ବିଷୟବସ୍ତୁ ଇଣ୍ଟରନେଟରେ ସବୁଠାରୁ ଅଧିକ ଦେଖାଯାଉଥିବା ବିଷୟବସ୍ତୁ ମଧ୍ୟରୁ ଗୋଟିଏ ଅଟେ। ଅନେକ ଥର ପଶୁମାନଙ୍କୁ ଦେଖିବା ପରେ, ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ସେମାନେ ଅସୁସ୍ଥ ହେଲେ ସେମାନେ କିପରି ଚିକିତ୍ସିତ ହୁଅନ୍ତି? କିମ୍ବା ଆଘାତ ହେଲେ ଡାକ୍ତରମାନେ ସେମାନଙ୍କର ପଟି, ଅପରେସନ କିପରି କରନ୍ତି? ତେଣୁ କେବଳ ଏହି ପ୍ରଶ୍ନର ଉତ୍ତର ନୁହେଁ ଇଣ୍ଟରନେଟରେ ଅନେକ ଭିଡିଓ ମଧ୍ୟ ଉପଲବ୍ଧ ଅଛି।

ନିକଟରେ ସୋସିଆଲ ମିଡିଆରେ ଏକ ପ୍ରଜାପତି:-

ପ୍ରଜାପତିର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ଯେଉଁଥିରେ ଛୋଟ ପ୍ରଜାପତିର ଅପରେସନ ହେବାର ଦେଖିବାକୁ ମିଲିଛି। ଏହି ଭିଡିଓରେ, ଆପଣ ଦେଖିପାରିବେଯେ, ପ୍ରଜାପତିକୁ ଟିସୁ ଉପରେ ରଖି ଡାକ୍ତର ତାର ଡେଣା କାଟୁଛନ୍ତି। ପର କାଟିବା ପରେ ପ୍ରଜାପତିକୁ ଏକ ଜାଲରେ ରଖାଯାଏ। ଏହାପରେ, ଏକ ମୃତ ପ୍ରଜାପତିର ଡେଣା କାଟି ଆହତ ପ୍ରଜାପତିର ବିଚ୍ଛିନ୍ନ ଡେଣା ଉପରେ ଅଠା ଲଗାଇ ଯୋଡ଼ି ଦିଆଯାଉଛି। କିଛି ଦିନ ନୀରିକ୍ଷଣ ଏବଂ ଯତ୍ନ ନେବାପରେ ଶେଷରେ ପ୍ରଜାପତି ଖୋଲା ଆକାଶରେ ଉଡ଼ିବା ପାଇଁ ମୁକ୍ତ କରିଦିଆଯାଏ।

ଦେଖନ୍ତୁ ଭିଡ଼ିଓ:-

ଫେସବୁକରେ ଏହି ଭିଡିଓ ବାୟୋଲୋଗୋସ ଡି ନାସିମିଏଣ୍ଟୋ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହି ଭିଡିଓକୁ ବହୁତ ପସନ୍ଦ ଆସିଛି। ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାଁନ୍ତି ବରଂ ଏହା ଉପରେ ବିଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଏହି ୩ ମିନିଟର ଭିଡିଓ କ୍ଲିପକୁ ଏପର୍ଯ୍ୟନ୍ତ ୧୯ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି। ଅଧିକାଂଶ ଲୋକ କୁହିଛନ୍ତିଯେ, ସେମାନେ ପ୍ରଥମ ଥର ପାଇଁ କୌଣସି ପ୍ରଜାପତିର ଅପରେସନ ହେବାର ଦେଖୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *