ଇଲେକ୍ଟ୍ରିକ ରୋଡ଼ : ଏବେ ଯାତ୍ରା କରିବା ହେବ ଆହୁରି ସହଜ, ଭାରତର ଏହି ସ୍ଥାନ ଗୁଡିକରେ ହେବ ଇଲେକ୍ଟ୍ରିକ ରୋଡ଼,ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେବ ?

ଆପଣ ଇଲେକ୍ଟ୍ରିକ କାର ଓ ଗାଡି ବିଷୟରେ ଶୁଣିଥିବେ କିନ୍ତୁ ବର୍ତ୍ତମାନ ଭାରତରେ ଇଲେକ୍ଟ୍ରିକ ରୋଡ଼ରେ ଆପଣ ବୁଲିପାରିବେ । ସରକାରଙ୍କ ଲକ୍ଷ୍ୟ ଏହା ହେଉଛି କି, 2030 ପର୍ଯ୍ୟନ୍ତ 30 ପ୍ରତିଶତ ବାହନ ଇଲେକ୍ଟ୍ରିକ ହୋଇଯିବ । ଇଲେକ୍ଟ୍ରିକ ବାହନ ପାଇଁ ସରକାର ବର୍ତ୍ତମାନ ଇଲେକ୍ଟ୍ରିକ ରୋଡ଼କୁ ବନାଇବାକୁ ଜୋର ଦେଉଛନ୍ତି ।

ଏହି ରୋଡ଼ ଉପରେ ଚାଲୁଥିବା ଗାଡିକୁ ଚାର୍ଜ କରିପାରିବ । ଯେଉଁଥିରେ ଗାଡିକୁ ଚାର୍ଜ କରିବାକୁ କୁଆଡେ ଯିବାକୁ ପଡ଼ିବନାହିଁ । ଜର୍ମାନ ଓ ଭାରତ ଦୁଇ ସ୍ଥାନରେ ଇ ରୋଡ଼ ପ୍ରସ୍ତୁତ ହେଉଛି । ଏହି ରୋଡ଼ ଉପରେ ବାହାନ 120 କିଲୋମିଟର ପ୍ରତିଘଣ୍ଟାରେ ଚାଲି ପାରିବ ଓ ପ୍ରଦୂଷଣ ମଧ୍ୟ କମିଯିବ ।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସରେ ଇ ରୋଡ଼ :-

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି କହିଥିଲେ କି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସରେ ଲେନ ଇ ରୋଡ଼ ହାଇୱେ ହେବ । ଏହି ଇ ଲେନ ପାଖାପାଖି 1300 କିଲୋମିଟର ଲମ୍ବା ହେବ । ଏଥିରେ ଲଜିଷ୍ଟିକ ଖର୍ଚ୍ଚ 70 ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଯିବ । ରାଜମାର୍ଗ ମନ୍ତ୍ରୀ କହିଥିଲେ କି, ଏହା ସେହି ଟେକନିକ ଉପରେ ଆଧାରିତ ହେବ, ଯେଉଁ ଟେକନିକରେ ଜର୍ମାନୀରେ ଇ ହାଇୱେ ପ୍ରସ୍ତୁତ ହୋଇଛି।

ପ୍ରଥମରୁ ମଧ୍ୟ ଏହି ଟେକନିକରେ ହୋଇଛି ସଡ଼କ :-

ସିମେନ୍ସ ସର୍ବପ୍ରଥମେ ଜର୍ମାନୀର ଫ୍ରାଙ୍କଫର୍ଟ ସହରରରେ ଏହି ଟେକନିକରେ ରାସ୍ତା ବନାଇଥିଲେ । ଯେଉଁଥିରେ ରାସ୍ତା ଉପରେ ବିଜୁଳିର ଏକ ମୋଟା କେବୁଲ ଲାଗିଥାଏ । ଏହି କେବୁଲରେ 670 ଭୋଲଟର କରେଣ୍ଟ ରହିଥାଏ । ଏହା ତଳେ ଯାଉଥିବା ସମସ୍ତ ଇଲେକ୍ଟ୍ରିକ ଗାଡି ଗୁଡିକ ଏହାଠାରୁ ଉର୍ଜା ପାଇଥାନ୍ତି ।

ତିନି ଟେକ୍ନିକର ବ୍ୟବହାର :-

ଏହି ପ୍ରକାରର ଇଲେକ୍ଟ୍ରିକ ରୋଡ଼ରେ ମୁଖ୍ୟ ରୂପରେ ତିନି ଟେକ୍ନିକର ବ୍ୟବହାର ହୋଇଥାଏ । ଗାଡି ମାନଙ୍କ ଉପରେ ପାୱାର ଲାଇନ ରହିଥାଏ ଯେମିତି ଭାରତରେ ହୋଇଥାଏ ।
ଓଭରହେଡ୍ କେବୁଲ ହେଉଛି ସବୁଠାରୁ ଉନ୍ନତ ମାନର ଟେକ୍ନିକ କିନ୍ତୁ ଏହା ଅଣ-ବ୍ୟବସାୟିକ ବାହନ ପାଇଁ ପ୍ରଭାବଶାଳୀ ନୁହେଁ, କାରଣ କାରର ଉଚ୍ଚତା ବହୁତ କମ ଅଟେ ଏବଂ ସେମାନେ ଅତି ଉପର କେବୁଲରୁ ଉର୍ଜା ପାଇପାରିବେ ନାହିଁ ସେସମୟରେ ଇ ଟ୍ରକ୍ ପାଇଁ ଏହି କେବୁଲଗୁଡ଼ିକ ଉପଯୁକ୍ତ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *