ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କରୋନା ଟୀକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ନେଇ ସାରା ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିକି ସାରା ରାଜ୍ୟବାସୀଙ୍କୁ କରୋନା ଟୀକା ମାଗଣାରେ ମିଳିବ। ଏହି ଟୀକା ୧୮ ବର୍ଷରୁ ଉର୍ଦ୍ଧ୍ବ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା ଟୀକା ମାଗଣାରେ ମିଳିବ। ଏଥି ପାଇଁ ରାଜ୍ୟ ସରକାର ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ଥିବା ପ୍ରାୟ ୨ କୋଟି ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଟୀକା ଦେବେ।

Google

ସାରା ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ,‘ବର୍ତ୍ତମାନ ସାରା ଭାରତ କଠିନ ସମୟ ଦେଇ ଗତି କରୁଛି। ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ, ଝାଡଖଣ୍ଡ ଆଦି ରାଜ୍ୟରେ ବର୍ତ୍ତମାନ ସ୍ଥିତି ବହୁତ ଗମ୍ଭୀର ରହିଛି। ଓଡିଶା ୬ଟି ରାଜ୍ୟକୁ ଅମ୍ଳଜାନ ଯୋଗାଉଛି। ଏହା ଆଗକୁ ମଧ୍ୟ ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଅନୁଯାୟୀ ସାରା ଦେଶବାସୀ ବର୍ତ୍ତମାନ କରୋନା ବି-ରୁ-ଦ୍ଧରେ ଲ-ଢେ-ଇକୁ ଜା-ରି ରଖିଛନ୍ତି। ବର୍ତ୍ତମାନ ଆମକୁ ମଧ୍ୟ ଏହାକୁ ପାଳନ କରିବାକୁ ପଡିବ। ଆମେ ସମସ୍ତେ କୋଭିଡର ନି-ୟ-ମକୁ ମାନିବା ଓ କରୋନରୁ ନିଜକୁ ର-କ୍ଷା କରିବା।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *