ଦେଖନ୍ତୁ ଭିଡିଓ : ମୁହଁରେ ଲାଗିଲା ଅକ୍ସିଜେନ ପାଇପ, ହାତରେ ଦଳୁଛନ୍ତି ଗୁଟଖା, ଲୋକେ କହିଲେ-‘ଜୀବନରୁ ଅଧିକ ମୂଲ୍ଯବାନ ଖଇନି’

ଯଦି ଆପଣଙ୍କୁ ପଚରାଯାଏକି, ଭେଣ୍ଟିଲେଟର ସମର୍ଥନରେ ବଞ୍ଚୁଥିବା ଜଣେ ମଣିଷ ପାଇଁ କ’ଣ ମୂଲ୍ୟବାନ ହେବ? ତେଣୁ ନିଶ୍ଚିତ ଭାବରେ ଆପଣଙ୍କର ଉତ୍ତର ଆସିବକି, ତାଙ୍କର ଜୀବନ। ଏଭଳି ପରିସ୍ଥିତିରେ ବ୍ୟକ୍ତିର ପ୍ରତ୍ୟେକ ନିଶ୍ୱାସ ମୂଲ୍ୟବାନ ଅଟେ। କିନ୍ତୁ ଏମିତି ସୂକ୍ଷ୍ମ ଅବସ୍ଥାରେ ଆପଣ କୌଣସି ରୋଗୀଙ୍କୁ ଗୁଟଖା ଖାଉଥିବା ଦେଖିଛନ୍ତି କି? ଆଜ୍ଞା ହଁ, ଏଠାରେ ଜୀବନ ଉପରେ କଥା ଆସିଛି ଏବଂ ଅନ୍ୟପଟେ ତମାବଖୁ ଏବଂ ଖଇନିର ଇଚ୍ଛା ରହିଛି। ଯଦି ଏହା ଆପଣଙ୍କୁ ବିଶ୍ୱାସ ହେଉନାହିଁ, ତେବେ ଏହି ଭାଇରାଲ ଭିଡିଓକୁ ଦେଖି ନିଶ୍ଚୟ ବିଶ୍ୱାସ କରିବେ।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ବହୁତ ମଜାଳିଆ ହୋଇଥାଏ ଏବଂ ତାକୁ ଦେଖିବା ମାତ୍ରେ ହସ ବନ୍ଦ ହୁଏ ନାହିଁ। ତେବେ ଅନ୍ୟପକ୍ଷରେ, କିଛି ଭିଡିଓ ଦେଖିଲେ ଆଖିରେ ପାଣି ଆସିଥାଏ। ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ହସି ହସି ପାଗଳ ହୋଇଯିବେ। ଏହି ଭିଡିଓରେ ଆପଣ ଦେଖିପାରିବେଯେ, ଜଣେ ରୋଗୀ ଭେଣ୍ଟିଲେଟରରେ ଅଛି। ତାଙ୍କ ଅବସ୍ଥା ଗୁରୁତର ଅଟେ। ତାଙ୍କୁ ଅକ୍ସିଜେନ ଲାଗିଛି। ନର୍ସ କ୍ରମାଗତ ଭାବରେ ତାଙ୍କ ଯତ୍ନରେ ନିୟୋଜିତ ଅଛନ୍ତି। ଉକ୍ତ ମହିଳା ମଧ୍ୟ ରୋଗୀଙ୍କ ନିକଟରେ ବସିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ରୋଗୀ ଏତେ ଅଦ୍ଭୁତ କାର୍ଯ୍ୟ କରନ୍ତିଯେ, ଏହାକୁ ଦେଖି କେହି ମଧ୍ୟ ହସିବେ।

ଏହି ରୋଗୀ ନିଜ ହାତକୁ ଏପରି ଘଷୁଛନ୍ତି ଯେପରି ତମାବଖୁ-ଖଇନି ପ୍ରସ୍ତୁତ କରନ୍ତି। ରୋଗୀର ଏହି ଗତିବିଧିକୁ ଦେଖି ସେଠାରେ ଥିବା ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଭିଡିଓ କ୍ଲିପ ଟ୍ୱିଟରର ସୋସିଆଲ ମିଡିଆରେ ଆଇପିଏସ ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତିଯେ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟମ। ମ-ଦ୍ୟ-ପା-ନ ବର୍ତ୍ତମାନ ମଧ୍ୟ ତାଲିକାର ପ୍ରଥମ ସ୍ଥାନରେ ଅଛି। ଛୋଡେଙ୍ଗେ ନା ସାଥ ତେରା ସାଥି ମରତେ ଦମ ତକ।’ ଭିଡିଓର ବେକଗ୍ରାଉଣ୍ଡରେ ଏହି ଗୀତଟି ବାଜୁଛି, ଛୋଡେଙ୍ଗେ ନା ସାଥ ତେରା ସାଥି ମରତେ ଦମ ତକ।

ଦେଖନ୍ତୁ ଭିଡିଓ:-

ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାଁନ୍ତି ବରଂ ଏହା ଉପରେ ବିଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେହି ଜଣେ ଲେଖିଛନ୍ତିଯେ, ‘ପ୍ରାଣ ଯାଏ କିନ୍ତୁ ତମାବଖୁ ନା ଯାଏ’। ଜଣେ ୟୁଜର କହିଛନ୍ତିଯେ, ‘ଜୀବନ ଅପେକ୍ଷା ତମାବଖୁ ଅଧିକ ମୂଲ୍ୟବାନ ଅଟେ। ତଥାପି, ବହୁତ ଏମିତି ଲୋକ ଥିଲେ ଯେଉଁମାନେ କହୁଥିଲେଯେ, ରୋଗୀଙ୍କର ବୋଧେ କିଛି ମସ୍ତିଷ୍କ ରୋଗ ଅଛି, ତେଣୁ ସେ ଏପରି କାର୍ଯ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *