ଯନ୍ତ୍ରଣାରେ ଛ-ଟ-ପ-ଟ ହେଉଥିଲା ବ୍ୟକ୍ତି, କରୋନା ପଜିଟିଭ ରୋଗୀ ଦେଲେ ଅକ୍ସିଜେନ ସିଲିଣ୍ଡର,ଜାଣନ୍ତୁ ପୁରା ଖବର

କରୋନା ଭାଇରସର ଦ୍ଵିତୀୟ ଲହରୀ ବର୍ତ୍ତମାନ ସାରା ଦୁନିଆରେ ନିଜର କହର ମଚାଉଛି । ବର୍ତ୍ତମାନ ଏହା ଆଗ ଅପେକ୍ଷା ବହୁତ ଖତରନାକ ବୋଲି କୁହାଯାଉଛି । ଏହି ଭାଇରସ ବର୍ତ୍ତମାନ ବହୁତ ଜୋରରେ ବ୍ୟାପୁଛି । ପ୍ରତିଦିନ 3 ଲକ୍ଷରୁ ଅଧିକ ରୋଗୀ ସାମ୍ନାକୁ ଆସୁଛନ୍ତି । ଏତେ ଅଧିକ ପରିମାଣରେ ରୋଗୀ ସାମ୍ନାକୁ ଆସିବାରୁ ମେଡିକାଲ ବିଭାଗ ଏହାକୁ ସମ୍ଭାଳିବାରେ ଅନିୟନ୍ତ୍ରିତ ହୋଇଯାଉଛି ।

ଆଜିର ତାରିଖରେ ଯଦି କେହି ରୋଗୀ ରୋଗରେ ପଡ଼ିଯାଉଛି ତାକୁ ଚିକିତ୍ସା କରିବା ତ ଦୂରର କଥା ମେଡ଼ିକାଲରେ ବେଡ଼ ମିଳୁନାହିଁ । ଯଦି ବହୁତ କଷ୍ଟରେ ମିଳିଯାଏ ତାହେଲେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଅଭାବ ହୋଇଯାଏ । ଅକ୍ସିଜେନ ଅଭାବରୁ ଦେଶରେ କେତେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି ।

ଏହାମଧ୍ୟରେ କିଛି ଏମିତି କଥା ସାମ୍ନାକୁ ଆସିଛି ଯେଉଁଥିରେ ମାନବିକତା ଶେଷ ହୋଇଯାଇଛି । ଅକ୍ସିଜେନ ବଜାରର କଳାବଜାରୀ ଆରମ୍ଭ ହୋଇଯାଇଛି । ବେଡ଼ ପାଇଁ ହଜାର, ଲକ୍ଷ ଟଙ୍କା ଚାର୍ଜ କରାଯାଉଛି । ଏହିପରି କୋଭିଡ଼-19 ପଜିଟିଭ ମହିଳାଙ୍କ ସହ ମଧ୍ୟ ଯୌ-ନ ଶୋଷଣ ହୋଇଛି । ଦେଖିବାକୁ ଗଲେ ଆମକୁ ଅମାନବୀୟ ପରିସ୍ଥିତି ଦେଖାଯାଉଛି।

କିନ୍ତୁ ସବୁ ଲୋକ ଏହିପରି ନୁହଁନ୍ତି । କିଛି ଭଲ ଲୋକ ଏଠି ଥିବାବେଳେ କିଛି ଖରାପ ଲୋକ ମଧ୍ୟ ରହିଛନ୍ତି । ଦେଖନ୍ତୁ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଛତରପୁର ଅଞ୍ଚଳର, ଏଠାରେ ଏକ ରୋଗୀକୁ ଅକ୍ସିଜେନ ନମିଳିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏମିତିରେ ଦ୍ବିତୀୟ ରୋଗୀ ପାଖରେ ଏହି ଯନ୍ତ୍ରଣା ଦେଖାନଯିବାରୁ ସେ ନିଜର ଅକ୍ସିଜେନ ଖୋଲି ପୀଡିତ ବ୍ୟକ୍ତି ଦେହରେ ଲଗାଇ ଦେଲେ । ଏଥିରୁ ସଚୋଟ ମାନବିକତା ଏବେବି ବଞ୍ଚିଥିବାର ଦେଖାଯାଇଛି ।

ଘଟଣାଟି ରେ ପୀଡିତ ଦୀପକ ସିଂହ ତୋମର ହସ୍ପିଟାଲରେ ପ୍ରି ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅକ୍ସିଜେନ ଲେଭେଲ ଡାଉନ ଥିଲା । ହସ୍ପିଟାଲରେ ଅକ୍ସିଜେନ ନମିଳିବାରୁ ତାଙ୍କର ପରିଜନ ଅନ୍ୟ କେଉଁଠାରୁ ଅକ୍ସିଜେନ ଆଣି ତାଙ୍କୁ ଦେଇଥିଲେ ।

ଏହାପରେ ବିଜାପୁର ନିବାସୀ ଓଁପ୍ରକାଶ ମଧ୍ୟ ଦୀପକଙ୍କ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ସକାଳୁ ଓମପ୍ରକାଶଙ୍କୁ ଶ୍ଵାସକ୍ରିୟା କରିବାରେ ସମସ୍ୟା ଦେଖାଦେଇଥିଲା । ତାଙ୍କୁ ମଧ୍ୟ ହସ୍ପିଟାଲରୁ ଅକ୍ସିଜେନ ମିଳିନଥିଲା । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏମିତିରେ ଦୀପକ ନିଜର ସିଲିଣ୍ଡର କାଢ଼ିଦେଇ ଓଁପ୍ରକାଶଙ୍କ ଠାରେ ଲଗାଇଦେଲେ।

ବର୍ତ୍ତମାନ ଉଭୟ ରୋଗୀ ଜିଲ୍ଲା ହସ୍ପିଟାଲରେ ଆଡ଼ମିଟ ଅଛନ୍ତି। ଉଭୟଙ୍କ ହାଲତ ଦିନ ସାରା ଗମ୍ଭୀର ଅଟେ । ଉଭୟଙ୍କୁ ଅକ୍ସିଜେନର ଆବଶ୍ୟକତା ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *