ସାଙ୍ଗମାନେ ଦେଲେ ନାହିଁ ଟଙ୍କା,ମହିଳା ଜଣକ ଅଟକାଇଦେଲେ ନିଜ ବାହାଘର,କହିଲେ “ମୁଁ ସାଙ୍ଗ ନୁହେଁ ସାପ ପାଳିଥିଲି”,ଜାଣନ୍ତୁ ପୁରା ଖବର

ବ୍ରିଟେନର ଏକ ମହିଳା ନିଜ ବିବାହ ଦିନରେ ହଲିଉଡ଼ ଷ୍ଟାର କିମ କାର୍ଡଶିୟାଙ୍କ ଭଳି ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ । ଏଥିପାଇଁ ତାଙ୍କୁ ବହୁତ ଟଙ୍କାର ଆବଶ୍ୟକତା ଥିଲା କିନ୍ତୁ ଯେତେବେଳେ ତାଙ୍କ ସାଙ୍ଗମାନେ ଫଣ୍ଡିଂ ଦେଇନଥିଲେ ସେତେବେଳେ ସେ ନିଜର ସାଙ୍ଗ ମାନଙ୍କ ଉପରକୁ ରାଗିଗଲେ ଓ ନିଜର ବିବାହ ମଧ୍ୟ ରଦ୍ଧ କରିଦେଲେ ।

ସୁଜେନ ନାମକ ଏହି ମହିଳାଙ୍କୁ ଏକ ଭବ୍ୟ ବିବାହର ବହୁତ ଷୋୖକ ଥିଲା । ଯେତେବେଳେ ତାଙ୍କର ଏହି ସ୍ୱପ୍ନ ସାକାର ହୋଇନଥିଲା ସେତେବେଳେ ସେ ନିଜର ହେବାକୁ ଥିବା ପତିଙ୍କୁ ବିବାହ କରିବାକୁ ମନା କରିଦେଲେ ।ସେ ଏକ ଫେସବୁକ ପୋଷ୍ଟରେ ଲେଖିଥିଲେ,କେମିତି ତାଙ୍କ ସାଙ୍ଗ ମାନେ ଫଣ୍ଡିଂ ନଦେଇ ଧୋକା କରିଥିଲେ ।

ଏହି ମହିଳା ଜଣକ ନିଜର ପୋଷ୍ଟ ମାଧ୍ୟମରେ ଲେଖିଥିଲେ କି, ମୋତେ 14 ବର୍ଷ ବୟସରୁ ପ୍ରେମ ହୋଇଯାଇଥିଲା । 18 ବର୍ଷ ବୟସରେ ସେ ମୋ ହାତରେ ମୁଦି ପିନ୍ଧାଇଥିଲେ ଓ 20 ବର୍ଷ ବୟସରେ ଆମର ପୁଅ ହୋଇଥିଲା । ଏହାପରେ ଆମେ ଆମର ସ୍ବପ୍ନର ମ୍ୟାରେଜ ପ୍ଲାନ କରିଥିଲୁ । ଆମେ ବିବାହ ପାଇଁ 15 ହଜାର ଡ଼ଲାର ମାନେ 12 ଲକ୍ଷ ଟଙ୍କା ଯୋଡି ସାରିଥିଲୁ।

ମୋ ବିବାହକୁ ମନୋରମ ବନାଇବାକୁ ଆମକୁ କେବଳ 60 ଲକ୍ଷ ଟଙ୍କା ଆବଶ୍ୟକ ଥିଲା । ମୋ ଜୀବନର ଗୋଟିଏ ଦିନରେ ମୁଁ କେବଳ ସ୍ପେଶାଲ ଅନୁଭବ କରିବାକୁ ଚାହୁଁଥିଲି ଓ ଏହାପରେ ମୋ ଜୀବନ ସାମାନ୍ୟ ହେବାର ତ ଥିଲା ।

ଏହି ମହିଳା ଜଣକ ଆଗକୁ ଲେଖିଥିଲେ, ସେ ନିଜର ସମସ୍ତ ଗେଷ୍ଟଙ୍କୁ ଅନୁରୋଧ କରିଥିଲେ, ପ୍ରତ୍ୟେକ 1 ଲକ୍ଷ ଟଙ୍କା ଦେବାପାଇଁ । ମହିଳାଙ୍କ ଚାକର ମଧ୍ୟ ବିବାହରେ ସାଢେ 3 ଲକ୍ଷ ଟଙ୍କା ଦେବାକୁ କହିଥିଲେ ।

ମହିଳା ଜଣକ କହିଥିଲେ, ସେ ତାଙ୍କ ଚାକରାଣୀଙ୍କ ପ୍ରଚେଷ୍ଟା ଦେଖି ଭାବପ୍ରବଣ ହୋଇଯାଇଥିଲେ । ଏହାବ୍ୟତୀତ ମୋ ଏକ୍ସ ବୟଫ୍ରେଣ୍ଡ ଫ୍ୟାମିଲି ସାଢ଼େ ୨ଲକ୍ଷ ଦେବାକୁ କହିଥିଲେ । ମୁଁ ହଇରାଣ ଥିଲି ଯେ, ଲୋକମାନେ ମୋତେ କେତେ ସପୋର୍ଟ କରୁଛନ୍ତି । କିନ୍ତୁ ମୋର ସାପ ଭଳି ସାଙ୍ଗମାନେ ମୋତେ ଧୋକା ଦେବା ଆରମ୍ଭ କରିଥିଲେ ।

ସୁଜେନ ଲେଖିଥିଲେ, ମାତ୍ର 8 ଜଣ ଲୋକ ଏଥିପାଇଁ ପଜିଟିଭ ଧାରଣା ଦେଇଥିଲେ ଓ ଅଧିକତର ମୋ ବନ୍ଧୁ ମୋତେ ଧୋକା ଦେଇଥିଲେ । ଖାଆସ କରି ମୋ ବେଷ୍ଟ ଫ୍ରେଣ୍ଡ ଯାହାସହ ମୁଁ ଦୁଃଖ ସୁଖ ଶେୟର କରିଥାଏ । ସେ ମଧ୍ୟ ମୋତେ ଧୋକା ଦେଲା ।

ଏହାପରେ ମୁଁ ଗୋ ଫଣ୍ଡ ମି ପେଜ ବନାଇଥିଲି ଓ ଏଥିରେ ମାତ୍ର 250 ଡ଼ଲାର ସଂଗ୍ରହ ହୋଇପାରିଥିଲା ।ଏହାପରେ ମୁଁ ବ୍ୟଥିତ ହୋଇଗଲି ଓ ବିବାହ କଲି ନାହିଁ । ଏହାପରେ ମୁଁ ମୋ ବୟଫ୍ରେଣ୍ଡ ସହିତ ମଧ୍ୟ ବ୍ରେକଅପ କରିଦେଲି।

ସୁଜେନ ବର୍ତ୍ତମାନ ସମସ୍ତଙ୍କ ଠାରୁ ଦୂରରେ ସାଉଥ ଆମେରିକାର ବ୍ୟାଙ୍କ ପ୍ୟାକିଙ୍ଗ ପାଇଁ ଚାଲି ଯାଇଛନ୍ତି । ସେ ଫେସବୁକରେ ଲେଖିଥିଲେ, ଡୋନେଶନ କରିବା କେତେ ମୁସ୍କିଲ ସାଙ୍ଗ ମାନେ ? କଣ ମୁଁ ତୁମ ପାଇଁ କିଛି ନୁହେଁ ? ମୁଁ ତୁମ ଭଳି ସାପ ଗୁଡିକୁ ଜୀବନରୁ କାଢି ଦେଉଛି ଓ ଏକଲା ଜୀବନ ଯାପନ କରୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *