ସଚିନଙ୍କ ଜୀବନ କୌଣସି ଖୋଲା ବହିଠାରୁ କମ ନୁହେଁ, ତେନ୍ଦୁଲକରଙ୍କର ବିଷୟରେ ଏହି ୫ଟି କଥା ବହୁତ କମ ଲୋକ ଜାଣିଛନ୍ତି

ଆଜି ହେଉଛି କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କର ଜନ୍ମଦିନ। ସେ ଶନିବାର ଦିନ ଅର୍ଥାତ ଏପ୍ରଲ ୨୪ ତାରିଖରେ ୪୮ ବର୍ଷରେ ପାଦ ରଖିଛନ୍ତ୍ତି। ୨୦୧୪ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସଚିନଙ୍କର ଉପସ୍ଥିତି ତାଙ୍କର ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ସଚିନଙ୍କ ଜୀବନ ଏକ ଖୋଲା ବହି ଭଳି ଅଟେ। ଏହା ସତ୍ତ୍ୱେ ଏପରି ଅନେକ କଥା ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣଛନ୍ତି। ଆସନ୍ତୁ ଜାଣିବା ଏହି ସବୁ କଥା ବିଷୟରେ ।

ଭଗବାନଙ୍କ ପ୍ରତି ଆସ୍ଥା:-

ଯେତେବେଳେ ଭାରତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ ଫାଇନାଲ ବିଜୟ ଆଡକୁ ମୁହାଁଉଥିଲା, ସେତେବେଳେ ସଚିନ ଭଗବାନଙ୍କୁ ବହୁତ ପୂଜା କରୁଥିଲେ। ସେ ଭାରତୀୟ ଦଳର ବିଜୟ ପାଇଁ ନିଜର ଦାଢି କାଟିନଥିଲେ। ଦଳ ଜିତିବା ପରେ ସେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ସଚିନ ଯେବେ ଶହେତମ ଶତକ କରିଥିଲେ ସେତେବେଳେ ସେ ଭାରତକୁ ଫେରି ପଣା ସଂକ୍ରାନ୍ତି ଦିନ ଭଗବାନ ବିନାୟକଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ।

Google

ପ୍ରଥମ ଥର ପେପରରେ ନାମ ଭୁଲରେ ଛପାଯାଇଥିଲା:-

ପ୍ରଥମ ଥର ପାଇଁ ସଚିନଙ୍କର ନାମ ପେପରରେ ଭୁଲରେ ଛପା ଯାଇଥିଲା। ୧୯୮୭ ମସିହାରେ ମୁମ୍ବାଇର ସ୍ଥାନୀୟ ଖବର କାଗଜ ଅନୁସାରେ କେବଳ ୩୦ରୁ ଅଧିକ ରନ କରୁଥିବା କ୍ରିକେଟରଙ୍କର ନାମ ଛପାଯାଉଥିଲା। କିନ୍ତୁ ସଚିନ ମୁମ୍ବାଇର ଏକ ସ୍ଥାନୀୟ ମ୍ୟାଚରେ ୨୪ ରନ କରି ନଟଆଉଟ ଥିଲେ। କିନ୍ତୁ ଏହି ଖବରକାଗଜ ସଚିନଙ୍କର ନାମକୁ ମଧ୍ୟ ଛାପିଦେଇଥିଲା। ଏହାପରେ ସଚିନ ବହୁତ ଖୁସି ହୋଇଯାଇଥିଲେ

ସଚିନଙ୍କର ପ୍ରଥମ କାର:-

ବର୍ତ୍ତମାନ ସଚିନଙ୍କ ପାଖରେ ଅନେକ କାର ଅଛି। ତାଙ୍କର ପ୍ରଥମ କାର ଥିଲା ସେକେଣ୍ଡ ହାଣ୍ଡ ମାରୁତି ୮୦୦। ସେ ଏହାକୁ ୧୯୯୦ ମସିହାରେ କିଣିଥିଲେ। ସେ ଇଂଲଣ୍ଡରେ ନିଜର ପ୍ରଥମ ଶତକ କରିବା ଭାରତ ଫେରିଥିଲେ, ଫେରିବା ପରେ ସେ ଏକ ସେକେଣ୍ଡ ହାଣ୍ଡର ଏକ ମାରୁତି ୮୦୦ କିଣିଥିଲେ। ସେତେବେଳେ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା। ତାଙ୍କର ଜଣେ ବନ୍ଧୁ ତାଙ୍କୁ ସବୁବେଳେ କାରରେ ବସାଇ ବୁଲାଉଥିଲେ।

Google

ବର୍ତ୍ତମାନ ମଧ୍ୟ ଭୁଲି ନାହାଁନ୍ତି ନିଜର ପିଲାଦିନ ସାଙ୍ଗମାନଙ୍କୁ:-

ମୁମ୍ବାଇ ବାନ୍ଦ୍ରା ସ୍ଥିତ ସାହିତ୍ୟ ସହବାସ କଲୋନିରେ ସଚିନଙ୍କର ପିଲାଦିନ ବିତିଥିଲା। ସେଠାରେ ସଚିନଙ୍କର ଅନେକ ସାଙ୍ଗ ଥିଲେ। ବର୍ତ୍ତମାନ ମଧ୍ୟ ସଚିନ ସେମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି। ସଚିନଙ୍କର ପରିବାର ବର୍ତ୍ତମାନ ମଧ୍ୟ ସେହି କଲୋନିରେ ରହୁନଥିଲେ ମଧ୍ୟ ନିଜର ସେହି ପୁରୁଣା ଘରକୁ ରଖିଛନ୍ତି। ଏଠାରେ ସେ ନିଜର ଫଟୋଗ୍ରାଫର ସାଙ୍ଗ ଅବିନାଶ ଗୋବାରିକର ଓ କଣ୍ଟ୍ରାକ୍ଟର ସୁନିଲ ହର୍ଷଙ୍କ ସହିତ ଖେଳୁଥିଲେ। ସେତେବେଳେ ଗଛରେ ଚଢି ଆମ୍ବ ମଧ୍ୟ ତୋଳି ଖାଉଥିଲେ ।

ସଚିନଙ୍କ ମନ ସମାଜ ସେବାରେ:-

ସଚିନ ସମାଜସେବା କରିବାକୁ ଭଲ ପାନ୍ତି। ସେ ଅନେକ ସଂସ୍ଥା ସହ ଜଡିତ ଅଛନ୍ତି ଯେଉଁମାନେ ଦୁଃଖି-ଦିନଙ୍କର ସେବା କରିଥାନ୍ତି। ସଚିନ ମୁମ୍ବାଇର ଏକ ଏନଜିଓ ମାଧ୍ୟମରେ ୨୦୦ ଜଣ ପିଲାଙ୍କର ପାଠପଢା ଖର୍ଚ୍ଚ ବୁଝନ୍ତି। ସଚିନଙ୍କର ପିତା ମଧ୍ୟ କମ ଦରମା ପାଇ ଏହିପରି କାମ କରୁଥିଲେ, ଓ ଏହି ବିଷୟରେ ସଚିନ ଅନେକ କାର୍ଯ୍ୟକ୍ରମରେ କହିଛନ୍ତି।

Leave a Reply

Your email address will not be published. Required fields are marked *