ସାର ଗଙ୍ଗାରାମ ହସ୍ପିଟାଲରେ ୨୫ ଜଣ ରୋଗୀଙ୍କର ମୃତ୍ୟୁ, ୬୦ ଜୀବନ ବିପଦରେ ଅଛି, ୨ ଘଣ୍ଟା ମଧ୍ୟରେ ସରିଯିବ ଅକ୍ସିଜେନ୍

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଫଳ ସ୍ୱରୂପ ଅନେକ ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଏହିପରି ଏକ ସାର ଗଙ୍ଗାରାମ ହସ୍ପିଟାଲର ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ସହିତ ଅନ୍ୟ ୬୦ ଜଣ ରୋଗୀ ଗୁରୁତର ଅଛନ୍ତି। ହସ୍ପିଟାଲ ତରଫରୁ ତୁରନ୍ତ ଅକ୍ସିଜେନ୍ ଯୋଗାଇବା ପାଇଁ ଅନୁରୋଧ କରାଯାଇଛି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିବା ଅନୁସାରେ, ଯେତିକି ମାତ୍ରାରେ ଅକ୍ସିଜେନ୍ ରହିଛି ତାହା ମାତ୍ର ୨ ଘଣ୍ଟା ଯିବ। ଭେଣ୍ଟିଲେଟର ମଧ୍ୟରେ ଥିବା ବାଇଲେବଲ ଏୟାରଓ୍ୱେପ୍ରେସର ସଠିକ ଭାବରେ କାମ କରୁନାହିଁ।

Google

କିଛିଦିନ ପୂର୍ବରୁ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଡାକ୍ତରମାନେ ହୋମ ଆଇସୋଲେସନରେ ରହୁଥିଲେ। ଅଧିକାଂଶ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବାବ୍ୟକ୍ତିଙ୍କର ଚିକିତ୍ସାରେ ନିୟୋଜିତ ଥିଲେ।

ସୂଚନା ଅନୁସାରେ, ଗୁରୁବାର ଦିଲ୍ଲୀରେ କରୋନାର ନୂଆ ମାମଲା ଆସିବା ସହିତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୫୬୩୪୮ ପହଞ୍ଚିଛି। ଏହାସହ ମୃତକଙ୍କ ସଂଖ୍ୟା ୧୩୧୯୩ ପହଞ୍ଚିଛି। ଦିଲ୍ଲୀରେ ବୁଧବାର ଦିନ ୭୨୨୦୮ଟି ନମୂନା ସଂଗ୍ରହ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୮ ଲକ୍ଷ ୫୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *