ମାସ୍କ କିଣିବାପାଇଁ ପଇସା ନଥିବାରୁ ବ୍ୟକ୍ତିଜଣକ ଫା-ଇ-ନ ଦେବା ଦାଉରୁ ବଞ୍ଚିବାପାଇଁ ବାହାର କଲେ ଅଜବ ଆଇଡ଼ିଆ, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ଦେଶରେ ଦିନକୁ ଦିନ ବଡ ସଂଖ୍ୟାରେ କରୋନା ଭାଇରସ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି | ଆଜିକାଲି ସାମ୍ନାକୁ ଆସୁଥିବା ମାମଲା ଲୋକମାନଙ୍କୁ ଭୟଭୀତ କରିଚାଲିଛି | ଦେଶରେ ୨୪ ଘଣ୍ଟା ଭିତରେ ୩.୧୪ ଲକ୍ଷରୁ ଅଧିକ କରୋନାର ନୂତନ ମାମଲା ସାମ୍ନାକୁ ଆସିଛି |କୌଣସି ଦେଶରେ ଗୋଟିଏ ଦିନ ମଧ୍ୟରେ ସଂକ୍ରମଣର ଏତେ ଅଧିକ ମାମଲା ଆସିବାର ଏହା ନୁଆଁ ରେକର୍ଡ ଅଟେ | ଏହି ମାମଲା ସହିତ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧,୫୯,୩୦,୯୬୫ ଲୋକ ସଂକ୍ରମିତ ହୋଇଛନ୍ତି | ବର୍ତ୍ତମାନ ଦେଶରେ କରୋନାର ୨୨.୯୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି |

ଏହାସହିତ କିଛି ରାଜ୍ୟରେ ଲକଡାଉନ ତ ଆଉ କିଛି ରାଜ୍ୟରେ ଏହି ରୋଗ ସହିତ ମୁକାବିଲା କରିବାପାଇଁ କର୍ଫ୍ୟୁ ଏବଂ ଧାରା ୧୪୪ର ସାହାରା ନେଉଛି | ଏହାସହିତ ସରକାର କରୋନା ସଂକ୍ରମଣଠାରୁ ରକ୍ଷା କରିବାପାଇଁ ଲଗାତାର ସାମାଜିକ ଦୂରତା ପାଳନ କରିବା ଏବଂ ମାସ୍କ ବ୍ୟବହାର କରିବା ଉପରେ ବାଧ୍ୟ କରୁଛନ୍ତି |

ଏହାମଧ୍ୟରେ ତେଲେଙ୍ଗାନାରୁ ଏକ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି | ସରକାର ଏଠାରେ ଲୋକମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଥିଲେ | ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧିଥିବା ବେଳେ ଧରାପଡେ, ତେବେ ତାକୁ ଜେ-ଲ ଦ-ଣ୍ଡ ମଧ୍ୟ ହୋଇପାରେ | ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜକୁ ଫାଇନରୁ ବଞ୍ଚାଇବାପାଇଁ ସୁପର ଆଇଡ଼ିଆ ବାହାର କରିଛନ୍ତି | ଯାହାର ଚର୍ଚ୍ଚା ଆଜିକାଲି ଖୁବ କରାଯାଉଛି |

ଦେଖନ୍ତୁ ଏହି ଫଟୋ :-

ବାସ୍ତବରେ, ଏହି ଫଟୋରେ ତେଲେଙ୍ଗାନାର ଜଣେ ବ୍ୟକ୍ତି ନିଜ ମୁହଁରେ ଚଢେଇ ବସାର ଏକ ମାସ୍କ ପିନ୍ଧୁଥିବାର ଦେଖାଯାଉଛନ୍ତି, କାରଣ ସେ ମାସ୍କ କିଣିବାପାଇଁ ସକ୍ଷମ ନଥିଲା | ସେଥିପାଇଁ ସେ ଚେଢେଇ ବସା ପିନ୍ଧିଛନ୍ତି |

କୁହାଯାଉଛି ଯେ ଯେଉଁ ବ୍ୟକ୍ତି ଭାଇରଲ ହେଉଥିବା ଫଟୋରେ ଅଛନ୍ତି, ସେ ତେଲେଙ୍ଗାନାର ବାସିନ୍ଦା ମେକଳା କୁର୍ମୟା ଅଟନ୍ତି, ଯିଏକି ଚଢେଇ ବସାକୁ ନିଜ ମୁହଁରେ ଲଗାଇଥିବାର ଦେଖାଯାଉଛନ୍ତି | ଏହି ଫଟୋକୁ @revathitweets ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *