‘ସରି .. ମୁଁ ଜାଣିନଥିଲି, ଏହା କରୋନା ଟୀକା ଥିଲା’, ଏମିତି କାଗଜରେ ଲେଖି ଚୋ-ର ଫେରାଇଲା କରୋନା ଟୀକା,ଜାଣନ୍ତୁ ପୁରା ଘ-ଟ-ଣା

ହରିୟାଣାର ଜିନ୍ଦରେ ସିଭିଲ ହସ୍ପିଟାଲରୁ ଚୋ-ର-ର ଆଶ୍ଚର୍ଯ୍ୟଜନକ ମା-ମ-ଲା ସାମ୍ନାକୁ ଆସିଛି, ଯେଉଁଠାରେ ଗତ ରାତି ଜଣେ ଚୋ-ର ପ୍ରାୟ ୧୨ ଟା ସମୟରେ କରୋନା ଟିକାର ଅନେକ ଶହ ଶହ ଡୋଜ ଚୋ-ରି କରିଥିଲା | କିନ୍ତୁ ଗୁରୁବାର ଦିନ ଚୋ-ର ସିଭିଲ ଲାଇନ ପୋ-ଲି-ସ ଷ୍ଟେସନ ବାହାରେ ଜଣେ ଚା ବିକ୍ରେତାଙ୍କୁ ସବୁ ଔଷଧ ଫେରାଇଥିଲା ଏବଂ ତା’ସହିତ ଏକ ନୋଟ ମଧ୍ୟ ଛାଡିଥିଲା | ଯାହା ଉପରେ ଲେଖା ଅଛି – ସରି, ମୁଁ ଜାଣି ନଥିଲି ଯେ ଏହା କରୋନା ଟୀକା ଥିଲା |

ଜିନ୍ଦ ଥାନାର ଡିଏସପି ଜିତେନ୍ଦ୍ର ଖଟକର ସୂଚନା ଦେଇ କହିଛନ୍ତି ଯେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ସିଭିଲ ହସ୍ପିଟାଲରୁ କରୋନାର ଅନେକ ଡୋଜ ଚୋରି ହୋଇଥିଲା | କିନ୍ତୁ ଗୁରୁବାର ଦିନ ପ୍ରାୟ ୧୨ ଟା ସମୟରେ ଚୋର ସିଭିଲ ଲାଇନ ଥାନା ବାହାରେ ଚା ଦୋକାନରେ ବସିଥିବା ବୃଦ୍ଧଙ୍କ ପାଖରେ ପହଞ୍ଚିଲା ଏବଂ ତାଙ୍କୁ ଏକ ବ୍ୟାଗ ଦେଇ କହିଲା ଯେ ଏହା ଥାନାର କ୍ଲର୍କଙ୍କ ଖାଇବା ଅଟେ | ବ୍ୟାଗ ଦେବା ପରେ ଚୋ-ର ସେଠାରୁ ପଳାଇ ଯାଇଥିଲା |

ବୃଦ୍ଧଜଣକ ସେହି ବ୍ୟାଗ ନେଇ ଥାନାରେ ପହଞ୍ଚିଥିଲେ | ସେଠାରେ ଉପସ୍ଥିତ ଥିବା ପୋ-ଲି-ସ କର୍ମଚାରୀମାନେ ବ୍ୟାଗ ଖୋଲିଲେ, ସେତେବେଳେ ସେଥିରେ କୋଭିଶିଲ୍ଡର ୧୮୨ ଡୋଜ ଏବଂ କୋଭାକ୍ସିନର ୪୪୦ ଡୋଜ ଉଦ୍ଧାର ହେଲା | ଏହା ସହିତ ହ୍ୟାଣ୍ଡ କପି ପେଜରେ ଲେଖାଯାଇଥିବା ଏକ ନୋଟ ମଧ୍ୟ ମିଳିଲା | ଯେଉଁଥିରେ ଲେଖାଯାଇଥିଲା, ‘ସରି, ମୁଁ ଜାଣି ନଥିଲି ଯେ ଏହା କରୋନା ଟୀକା ଅଟେ |’

ଡିଏସପି ଜିତେନ୍ଦ୍ର ଖଟକର କହିଛନ୍ତି ଯେ ହୋଇପାରେ ଚୋର ରେମଡେସିଭିର ଇଞ୍ଜେକ୍ସନ ଚକ୍କରରେ କରୋନା ଟିକାକୁ ଚୋ-ରି କରିଥାଇପାରେ | ତେବେ ବର୍ତ୍ତମାନ ସୁଦ୍ଧା ଚୋ-ର ବିଷୟରେ କୌଣସି ସୂଚନା ପୋ-ଲି-ସ-କୁ ମିଳିନାହିଁ | ପୋ-ଲି-ସ ଏହି ପରିପ୍ରେକ୍ଷୀରେ ଅଜଣା ବ୍ୟକ୍ତିଙ୍କ ବି-ରୋ-ଧ-ରେ ଆଇପିସି ଧାରା ୪୫୭ ଏବଂ ୩୮୦ ଅଧୀନରେ ମାମଲା ପଞ୍ଜିକରଣ କରିଛି | ବର୍ତ୍ତମାନ ପୋ-ଲି-ସ କହୁଛି ଯେ ଚୋ-ର-ର ପରିଚୟ ବିଷୟରେ କିଛି ସୂଚନା ହାତରେ ଲାଗିଛି |

ସୂଚନା ଅନୁଯାୟୀ, ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରୁ ବାହାରେ ରହିଥିବା ଏହି ଟିକା ଏବଂ ଡୋଜ ପ୍ରୋୟାଗ କରିବାପାଇଁ ଯୋଗ୍ୟ କି ନାହିଁ, ଏହି ବିଷୟରେ ସିଭିଲ ସର୍ଜନ ମୁଖ୍ୟାଳୟରୁ ଗାଇଡଲାଇନ ମାଗିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *