ହାଲୁକା ଭାବରେ ନିଅନ୍ତୁ ନାହିଁ କରୋନାର ଦ୍ୱିତୀୟ ଲହରକୁ: ଏମ୍ସ ସମେତ ୬ଟି ହସ୍ପିଟାଲରେ ୭୫୦ ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର କରୋନାରେ ସଂକ୍ରମିତ

ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଦେଉଛି। କରୋନାର ଦ୍ୱିତୀୟ ଲହରରେ ବିହାରର ରାଜଧାନୀ ପାଟନାରେ ଥିବା ଏମ୍ସ ସମେତ ରାଜ୍ୟର ପ୍ରମୁଖ ୬ଟି ହସ୍ପିଟାଲର ୭୫୦ ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି। ପାଟନାର ଏମ୍ସର ଅଧିକ୍ଷକ ଡାକ୍ତର ଚନ୍ଦ୍ରମଣି ସିଂହ କହିଛନ୍ତିଯେ କରୋନାର ଦ୍ଵିତୀୟ ଲହରରେ ତାଙ୍କ ହସ୍ପିଟାଲରେ ୩୮୪ ଜଣ ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦ ଜଣ ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଏଥିରେ ସଂକ୍ରମିତ ହୋଇଛନ୍ତି। ପାଟନାର ମେଡିକାଲ କଲେଜ ହସ୍ପିଟାଲର ୧୨୫ ଜଣ ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି

ପାଟନା ମେଡିକାଲ କଲେଜ ହସ୍ପିଟାଲର ଅଧିକ୍ଷକ ଇନ୍ଦୁ ଶେଖର ଠାକୁର କହିଛନ୍ତିଯେ ତାଙ୍କ ହସ୍ପିଟାଲରେ ସଂକ୍ରମିତ ହୋଇଥିବା ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ଅଲଗା ବେଡ଼ର ବ୍ୟବସ୍ଥା କରାଯାଇଛି। ପାଟନା ସ୍ଥିତ କୋଭିଡ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀ ଏଥିରେ ସଂକ୍ରମିତ ହୋଇଛନ୍ତି। ଗୟା ଜିଲ୍ଲାରେ ଥିବା ଅନୁଗ୍ରହ ନାରାୟଣ ମେଡିକାଲ କଲେଜର ହସ୍ପିଟାଲର ଅଧିକ୍ଷକ ଡାକ୍ତର ପ୍ରଦୀପ ଅଗ୍ରୱାଲ କହିଛନ୍ତିଯେ ତାଙ୍କ ହସ୍ପିଟାଲରେ ପ୍ରାୟ ୫୦ ରୁ ଅଧିକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

Google

ଏତେ ମାତ୍ରାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ନର୍ସ ଚିକିତ୍ସିତ ହୋଉଥିବାରୁ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଚିନ୍ତା ପ୍ରକଟ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତିକି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ପ୍ରାଥମିକତା ଆଧାରରେ ଚିକିତ୍ସା କରାଯାଉଛି। ସେ କହିଛନ୍ତିକି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୁସ୍ଥ ହୋଇ ଧୀରେ ଧୀରେ କାମକୁ ଫେରୁଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖି ଗୁରୁବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ପାଟନାର ରାଜେନ୍ଦ୍ର ନଗରରେ ଥିବା ଚକ୍ଷୁ ହସ୍ପିଟାଲର ଗୋଟିଏ ଭାଗରେ ୧୧୫ଟି ବେଡ଼ ବିଶିଷ୍ଟ ନିର୍ମାଣାଧୀନ କୋଭିଡ ହସ୍ପିଟାଲକୁ ଯାଇ ନିରୀକ୍ଷଣ କରିଥିଲେ ଓ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ଶୀଘ୍ର ହସ୍ପିଟାଲ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *