ଆଇପିଏଲ 2021 : ବିରାଟ କୋହଲି ହେଲେ ପ୍ରଥମ କ୍ରିକେଟର ଯିଏକି ଆଇପିଏଲରେ ପ୍ରଥମେ ୬୦୦୦ ରନ ପୂରଣ କରିପାରିଛନ୍ତି

ମୁମ୍ବାଇ ର ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଦିନ 16 ତମ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବରେ ଆଇପିଏଲରେ 6000 ରନ ମଧ୍ୟ ସଂଗ୍ରହ କରି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି ।

ଏହି ମ୍ୟାଚର ଦ୍ଵିତୀୟ ପାଳିରେ କୋହଲି 13 ତମ ଓଭରରେ ଏହି ମାଇଲଷ୍ଟୋନ ହାସଲ କରିଥିଲେ । ଏହାପୂର୍ବରୁ କୋହଲି ପ୍ରଥମ ତିନୋଟି ମ୍ୟାଚରେ କୌଣସି ଖାଆସ ପ୍ରଦର୍ଶନ କରିନଥିଲେ । ସେ 3ଟି ମ୍ୟାଚରୁ ମାତ୍ର 71 ରନ କରିଥିଲେ । ପୂର୍ବ ମ୍ୟାଚରେ କୋହଲି କୋଲକାତା ନାଇଟ ରାଇଡ଼ର୍ସ ବିପକ୍ଷରେ ମାତ୍ର 5 ରନ କରି ଆଉଟ ହୋଇଥିଲେ ।

ସବୁ ତିନୋଟି ଫର୍ମାଟ ଦେଖିବାକୁ ଗଲେ କୋହଲିଙ୍କର ବ୍ୟାଟିଂ ହାର 50 ଉପରେ ରହିଛି । ଏହି ମ୍ୟାଚ ପୂର୍ବରୁ କୋହଲି 6000 ରନର ମାଇଲଷ୍ଟୋନରେ ପହଞ୍ଚିବାକୁ ମାତ୍ର 51 ରନ ଆବଶ୍ୟକ କରୁଥିଲେ ।

ବର୍ତ୍ତମାନ ବିରାଟ କୋହଲି ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ 196 ମ୍ୟାଚ ଖେଳି 6,021 ରନ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । 2016, ମସିହାରେ କୋହଲି ପ୍ରଥମ ଖେଳାଳି ଭାବରେ ଗୋଟିଏ ସିଜିନରେ 973 ରନ କରି ରେକର୍ଡ଼ ସୃଷ୍ଟି କରିଥିଲେ ଓ ଏହି ସିଜିନରେ ମଧ୍ୟ ତାଙ୍କ ନାମରେ 4ଟି ଶତକ ଥିଲା । ଏହି ସିଜିନରେ ସେ ନିଜର ଦଳ ଆରସିବିକୁ ଫାଇନାଲ୍ ରେ ମଧ୍ୟ ପହଞ୍ଚାଇଥିଲେ ।

ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରିବାରେ ପ୍ରଥମ ସ୍ଥାନରେ ରହିଛନ୍ତି, ତାଙ୍କ ପଛକୁ ଚେନ୍ନାଇ ସୁପର କିଙ୍ଗସ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଅଛନ୍ତି ଯିଏକି 193 ମ୍ୟାଚରୁ 5368 ରନ କରିସାରିଛନ୍ତି ।

କୋହଲି ଗତଥର ଫର୍ମରେ ନଥିବା ସତ୍ତ୍ୱେ ମଧ୍ୟ ଆଇପିଏଲରେ ସବୁବେଳେ 400 ପ୍ଲସ ରନ ପ୍ରତ୍ୟେକ ସିଜିନରେ କରୁଛନ୍ତି । ବିଗତ ଇଂଲଣ୍ଡ t-20 ସିରିଜରେ ତାଙ୍କୁ ଭଲ ଫର୍ମରେ ଦେଖାଯାଇଥିଲା । ବର୍ତ୍ତମାନ ସେ ଆଇପିଏଲରେ ନିଜର ଦଳ ପାଇଁ ଓପନିଂ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *