୧୪୬ ରୁ ୬୦ କିଲୋଗ୍ରାମ, ଲକଡାଉନରେ ଜିମ ନଯାଇ ଝିଅ ଜଣକ କମାଇଲେ ଓଜନ ୮୬ କେଜି,ଜାଣନ୍ତୁ କେମିତି ଏତେ ମାତ୍ରାରେ ଓଜନ କମାଇଲେ

ଫିଟ ହେବା ପାଇଁ ଲୋକ କଣ କଣ ନ କରନ୍ତି। ଜିମ ଯାଆନ୍ତି, ଅନେକ ପ୍ରକାର ୱାର୍କଆଉଟ କରନ୍ତି, ଝାଳ ବୁହାନ୍ତି। କିନ୍ତୁ ଚିନ୍ତା କରନ୍ତୁ ଏହିସବୁ ନ କରି ଯଦି କେହି ଫିଟ ହୋଇଯାନ୍ତି ତେବେ ବୋଧହୁଏ ଏହା ବଡ ଆଶ୍ଚର୍ଯ୍ୟକର କଥା ହେବ।

ଆୟରଲାଣ୍ଡର ରହୁଥିବା ଜଣେ ମହିଳା କାର୍ଲା ଫିଜରଗାର୍ଡ ଲକଡାଉନ ସମୟରେ କିଛି ଏମିତି କରିଲେ ଯାହାଦ୍ୱାରା ତାଙ୍କର ଓଜନ କମି ୧୪୬କିଲୋଗ୍ରାମରୁ କମି ୬୦କିଲୋଗ୍ରାମ ହୋଇଗଲା। ୧୪ମାସ ପୂର୍ବେ କାର୍ଲାଙ୍କର ଓଜନ ଏତେ ଅଧିକ ଥିଲାକି ତାଙ୍କୁ ବହୁତ ଅସୁବିଧା ହେଉଥିଲା।

ଡେଲି ମେଲର ଏକ ରିପୋର୍ଟ ମୁତାବିକ, କେବଳ ନିଜର ଡାଏଟରେ ସ୍ମାର୍ଟ ଭାବରେ ପରିବର୍ତ୍ତନ କରି ଏମିତି କରି ଦେଖାଇଲେ। କାର୍ଲା କହିଲେକି, ମୁଁ ନିଷ୍ପତ୍ତି ନେଲିକି ଓଜନ କମ କରିବା ପାଇଁ ସିଧାସଳଖ କେଲୋରୀ କମ କରିବି ନାହିଁ, ବରଂ ଏହାକୁ ଧୀରେ ଧୀରେ କମ କରିବି। ପ୍ରଥମେ ମୁଁ କେଲୋରୀ ନିୟନ୍ତ୍ରିତ ଖାଦ୍ଯ ନେବା ଆରମ୍ଭ କରିଲି ଓ ୱାର୍କଆଉଟ ଆଦୌ କରିଲି ନାହିଁ।

କାର୍ଲାଙ୍କ କହିବା କଥାକି ଓଜନ କମ ହେବା କାରଣରୁ ନିଜକୁ ସ୍ଵତନ୍ତ୍ର ଅନୁଭବ କରୁଛି। ଜୀବନରେ ପ୍ରଥମ ଥର ପାଇଁ ଫେସନର ମଜା ଉଠାଉଛି। ଜୀବନରେ ପୂର୍ବରୁ ଏତେ ଭଲ କେବେ ଲାଗିନଥିଲା ଯାହାକି ବର୍ତ୍ତମାନ ଲାଗୁଛି।

ଓଜନ କମ କରିବା ପରେ କାର୍ଲା ବହୁତ ଖୁସି ଅଛନ୍ତି। କାର୍ଲା ସେହି ମହିଳାଙ୍କ ପରି ଅନୁଭବ କରନ୍ତି, ଯିଏକି ସବୁବେଳେ ଦେଖେଇହେବା ଭଳି ଅନୁଭବ କରନ୍ତି। ତାଙ୍କର କହିବା କଥାକି ବର୍ତ୍ତମାନ ମୋତେ ଏକ ଅଲଗା ବ୍ୟକ୍ତିତ୍ବ ଲାଗୁଛି। ଗର୍ବ, ଖୁସି ଓ ଆଶାରେ ପରିପୂର୍ଣ ଲାଗୁଛି।

କାର୍ଲା ଏହା ମଧ୍ୟ କହିଲେକି ସେ ପ୍ରଥମେ ଓଜନ କମ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସଫଳ ହୋଇନଥିଲେ। କାର୍ଲା କିଛି ସମୟ ମଧ୍ୟରେ କିଛି ନା କିଛି ଖାଇବାକୁ ଲାଗିଯାନ୍ତି। ସେଥିପାଇଁ ସେ ତିନି ରୁ ପାଞ୍ଚ ହଜାର କେଲୋରୀର ଜିନିଷ ଖାଇଦିଅନ୍ତି। ଲକଡାଉନ ସମୟରେ କାର୍ଲା ନିଜର ଏହି ଅଭ୍ଯାସ ଉପରେ ଧ୍ୟାନ ଦେଲେ ଯାହାଦ୍ୱାରା ତାଙ୍କର ଏହି ଅଭ୍ଯାସ ନିୟନ୍ତ୍ରିତ ହୋଇଗଲା।

ଓଜନ କମାଇବା ପରେ କାର୍ଲା ଖୁସିଭରା ଜୀବନ ଯାପନ କରୁଛନ୍ତି। ପ୍ରଥମେ ଯେଉଁଠି ବସିବା ପାଇଁ ତାଙ୍କ ସାଇଜର ସିଟ ମିଳୁନଥିଲା, ଫ୍ଲାଇଟରେ ବସିବାକୁ କଷ୍ଟ ହେଉଥିଲା, ପିନ୍ଧିବା ପାଇଁ କପଡା ସୀମିତ ଥିଲା। ବର୍ତ୍ତମାନ ନିଜର ମନପସନ୍ଦ ଜିନିଷ ପିନ୍ଧି ପାରୁଛନ୍ତି।

କାର୍ଲା ନିଜର ଫୋଟ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରୁଛନ୍ତି। ଏହି ଫୋଟରେ ସେ ନିଜର ପୁରୁଣା ଲୁକ୍ସ ଓ ନୂଆ ଲୁକ୍ସର ତୁଳନା କରିଛନ୍ତି। ଲୋକ ଏହି ଫୋଟକୁ ବହୁତ ପସନ୍ଦ କରିଛନ୍ତି। ଏହା ସହିତ କାର୍ଲାଙ୍କର ପରିଶ୍ରମ ପାଇଁ ତାଙ୍କୁ ଶୁଭେଛା ଜଣାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *