ଦେଖନ୍ତୁ ଭିଡିଓ : ସ୍ତ୍ରୀ ସହିତ ଯାଉଥିଲା ଏହି ବ୍ୟକ୍ତି, ଠିକ ସେତିକିବେଳେ ଲାଗିଗଲା ତାଙ୍କ ମୋବାଇଲ ଫୋନରେ ନିଆଁ,ଆଉ ତା ପରେ….

ଆଜିର ଯୁଗରେ ଫୋନ ମଣିଷର ଜରୁରୀ ଅଙ୍ଗ ପାଲଟିଯାଇଛି | ଫୋନର ଲକ ଖୋଲିଯିବା ମାତ୍ରେ ଗୋଟିଏ ଦୁନିଆଁ ଖୋଲିଯାଏ | କିନ୍ତୁ କିପରି ହେବ ଯେତେବେଳେ ଫୋନ ହିଁ କାହାର ଜୀବନ ଯିବାର କାରଣ ହୋଇଯିବ | ଆଜ୍ଞା ହଁ, ଗୋଟିଏ ବଡ଼ ଖତରନାକ ଭିଡିଓ ସାମ୍ନାକୁ ଆସିଛି | ଏଥିରେ ଜଣେ ବ୍ୟକ୍ତିଙ୍କର ବ୍ୟାଗରେ ରଖାଯାଇଥିବା ଫୋନ ଅଚାନକ ନିଆଁ ଲାଗିଯାଏ | ନିଆଁର ଝୁଲ ଏତେ ହୋଇଥାଏ ଯେ ସେ ବ୍ୟାଗରୁ ବାହାରକୁ ଆସିବାକୁ ଲାଗେ |

ଏହି ମାମଲା କେଉଁଠି ଘଟିଛି ?

ସାଉଥ ଚାଇନା ମର୍ନିଂ ପୋଷ୍ଟ ଏହାର ଭିଡିଓ ସେୟାର କରିଛି | ଏହି ଭିଡିଓ ଚୀନର ଅଟେ | ଏହି ଭିଡିଓରେ ଦେଖାଯାଇପାରେ ଯେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ରାସ୍ତାରେ ଯାଉଛନ୍ତି, ଠିକ ସେତିକିବେଳେ ତାଙ୍କ ବ୍ୟାଗରେ ଅଚାନକ ନିଆଁ ଲାଗିଯାଉଛି | ନିଆଁ ଝୁଲ ବାହାରକୁ ବାହାରୁଛି | ବ୍ୟକ୍ତିଜଣକ ବହୁତ ଶୀଘ୍ର ବ୍ୟାଗଟିକୁ ତଳେ ଫିଙ୍ଗି ଦେଉଛନ୍ତି |

ହୋଇଥାନ୍ତା ବଡ଼ ଦୁ-ର୍ଘ-ଟ-ଣା :-

ଖବର ଅନୁଯାୟୀ, ଏହି ନିଆଁ ଏତେ ଖତରନାକ ଭାବରେ ଲାଗିଥିଲା ଯେ ବ୍ୟକ୍ତିର କେଶ ଏବଂ ହାତ ଜଳି ଗଲା | ଆଖପାଖରେ ପାର୍କିଙ୍ଗ ହୋଇଥିବା କୌଣସି ବାଇକକୁ ମଧ୍ୟ ନିଆଁ ଲାଗି ଯାଇଥାନ୍ତା | ଏହି ବ୍ୟକ୍ତି ସାମସଙ୍ଗର ଏହି ଫୋନ ୨୦୧୬ ମସିହାରେ କିଣିଥିଲେ | ଯେଉଁ ସମୟରେ ଏହି ଦୁ-ର୍ଘ-ଟ-ଣା ଘଟିଲା, ସେତେବେଳେ ତାଙ୍କ ଫୋନରେ ଚାର୍ଜ ନଥିଲା କିମ୍ବା କୌଣସି ପ୍ରକାରର ଚାର୍ଜିଂରେ ଲାଗିନଥିଲା |

ଦୀର୍ଘ ଦିନରୁ ଆସୁଥିଲା ସମସ୍ୟା :-

ବ୍ୟକ୍ତିଜଣକ କହିଛନ୍ତି ଯେ ତାଙ୍କ ଫୋନ ବ୍ୟାଟେରୀରେ ଦୀର୍ଘ ସମୟ ଧରି ଚାର୍ଜିଂ ସମସ୍ୟା ଆସୁଥିଲା | ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଏହି ଦୁର୍ଘଟଣାର ଯାଞ୍ଚ କରିବାକୁ କହୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *