ରାଧେ ପାଇଁ ସଲମାନ ଭାଙ୍ଗିଦେଲେ ବର୍ଷ ବର୍ଷର ପୁରୁଣା ଶପଥ, ପ୍ରଥମଥର କଲେ ଅନସ୍କ୍ରିନ କିସ,ଜାଣନ୍ତୁ କଣ ପୂର୍ବରୁ ସର୍ତ୍ତ ରଖିଥିଲେ ସଲମାନ

ସଲମାନ ଖାନଙ୍କ ଫିଲ୍ମ ରାଧେର ଟ୍ରେଲର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ରାଧେ : ୟୋର ମୋଷ୍ଟ ୱାଣ୍ଟେଡ ଭାଇରେ ଧମାକାଦାର ଆକ୍ସନ ସହିତ ସଲମାନ ଖାନ ଏଠାରେ ଦିଶା ପାଟନୀଙ୍କ ସହ ଫ୍ଲର୍ଟ କରୁଥିବାର ଦେଖିବାକୁ ମିଳୁଛି | ତେବେ ଏହା ବ୍ୟତୀତ ସଲମାନ ଖାନ ଟ୍ରେଲରରେ ଏପରି କିଛି କରିଦେଇଛନ୍ତି, ଯାହାକୁ ସେ କେବେ ବି କରିବେ ନାହିଁ ବୋଲି ଶପଥ କରିଥିଲେ |

ଫିଲ୍ମ ରାଧେର ଟ୍ରେଲରରେ ସଲମାନ ଖାନ ଅଭିନେତ୍ରୀ ଦିଶା ପାଟନୀଙ୍କୁ କିସ କରୁଥିବାର ଦେଖାଯାଉଛନ୍ତି | ଏହି କିସର ଆପଣଙ୍କୁ ସାମାନ୍ୟ ଝଲକ ଦେଖିବାକୁ ମିଳିବ, କିନ୍ତୁ ତଥାପି ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି | ଏହି ଛାୟା ସୀନରେ ଦିଶା ଠିଆ ହୋଇଛନ୍ତି ଏବଂ ସଲମାନ ଆସି ତାଙ୍କୁ କିସ କରୁଛନ୍ତି |

ବର୍ତ୍ତମାନ ଯଦି ଆପଣ ସଲମାନ ଖାନଙ୍କର ପ୍ରକୃତ ଫ୍ୟାନ ଅଟନ୍ତି, ତେବେ ଆପଣ ନିଶ୍ଚୟ ଜାଣିଥିବେ ଯେ ସଲମାନ ଖାନ ବର୍ଷ ବର୍ଷ ପୂର୍ବରୁ ପରଦାରେ କେବେ ବି କିସ ନ କରିବାପାଇଁ ଶପଥ କରିଥିଲେ | ସଲମାନ ସର୍ବଦା କହିଆସୁଛନ୍ତି ଯେ ସେ ଲାଜକୁରା ବ୍ୟକ୍ତିତ୍ୱର ମଣିଷଟିଏ ଅଟନ୍ତି | ଯିଏକି ପରଦାରେ ଅନ୍ତରଙ୍ଗତା ଏବଂ କିସିଂକୁ ଠିକ ବୋଲି ଭାବନ୍ତି ନାହିଁ | ତେବେ ବର୍ତ୍ତମାନ ଇତିହାସରେ ପ୍ରଥମଥର ସଲମାନ ଖାନ ନିଜେ କିସିଙ୍ଗ ସୀନ ଦେଉଥିବାର ଦେଖାଯାଉଛନ୍ତି |

ଫ୍ୟାନ୍ସ ଏହି ସୀନକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହି ସୀନ ଖୁବ ଭାଇରାଲ ହେବାରେ ଲାଗିଛି | ଏହି ସୀନର ଫଟୋ ଏବଂ କ୍ଲିପଗୁଡିକୁ ଟ୍ୱିଟରରେ ୟୁଜର୍ସ ସେୟାର କରୁଛନ୍ତି |

ଫିଲ୍ମ ଭାରତର ଗୀତରେ ଦେଇଥିଲେ ଏହି ସୀନ :-

କୁହାଯାଉଛି ଯେ ଏହାପୂର୍ବରୁ ସଲମାନ ଖାନ ଏବଂ ଦିଶା ପାଟନୀଙ୍କୁ ଫିଲ୍ମ ଭାରତରେ ଏକାଠି ଦେଖାଯାଇଥିଲା | ଭାରତ ଫିଲ୍ମର ଗୀତ ସ୍ଲୋ ମୋସନରେ ଦିଶା ପାଟନୀ ସଲମାନ ଖାନଙ୍କୁ ଗାଲରେ କିସ କରିଥିଲେ ଏବଂ ସେହି ସୀନ ମଧ୍ୟରେ ଖୁବ ଚର୍ଚ୍ଚା ହୋଇଥିଲା | ସଲମାନ ଖାନ ଏହା ଉପରେ ମଧ୍ୟ କହିଥିଲେ ଯେ ସେ ଏହି ସୀନକୁ କରିବାକୁ ଚାହୁଁନଥିଲେ | ଏହାକୁ ନେଇ ସେ ଅନେକ ବୟାନ ମଧ୍ୟ ଦେଇଥିଲେ |

କପିଲ ଶର୍ମାଙ୍କୁ କହିଥିଲେ ଏହି କାରଣ :-

ଏହିପରି ସଲମାନ ଖାନ କପିଲ ଶର୍ମାଙ୍କ ଶୋ’ରେ କହିଥିଲେ ଯେ ତାଙ୍କୁ ଇଂରାଜୀ ଫିଲ୍ମକୁ ନିଜ ପରିବାର ସହିତ ଦେଖିବାକୁ ଅସହଜ ମନେହୁଏ, କାରଣ ସେହି ଫିଲ୍ମଗୁଡିକରେ କିସିଙ୍ଗ ସୀନ ଆସିଯାଉଥିଲା | ଏପରି ପରିସ୍ଥିତିରେ ସେ ପରଦାରେ କିସିଙ୍ଗ ସୀନ ନ କରିବାପାଇଁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସଲମାନ ଖାନ ନିଜ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *