ଆଇପିଏଲ 2021: ଲୋକେଶ ରାହୁଲ ଭାଙ୍ଗିଲେ କୋହଲିଙ୍କର ଏହି ବିରାଟ ରେକର୍ଡ଼,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଆଇପିଏଲର 14 ତମ ସଂସ୍କରଣର 14 ତମ ମ୍ୟାଚରେ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ କିଛି ଖାଆସ ପ୍ରଦର୍ଶନ କରିପାରିନଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ମାତ୍ର 4 ରନ କରି ଆଉଟ ହୋଇଯାଇଥିଲେ । କିନ୍ତୁ ଏହି ମ୍ୟାଚରେ ସେ ନିଜ ନାମରେ ଏକ ଖାଆସ କୀର୍ତ୍ତିମାନ କରିଦେଇଥିଲେ ।

ରାହୁଲ ପାଳିର ଚତୁର୍ଥ ଓଭରରେ ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ ହୋଇଯାଇଥିଲେ । ଏହାସହ ସେ t-20 କ୍ରିକେଟରେ 5000 ରନ ପୂରଣ କଲେ । ତାଙ୍କ ନାମରେ ବର୍ତ୍ତମାନ 156 ମ୍ୟାଚରେ 5003 ରନ ରହିଛି । ସେ ପାଖାପାଖି 42 ହାରରେ ରନ ବନାଇଥିଲେ । ଯେଉଁଥିରେ 41 ଅର୍ଦ୍ଧଶତକ ସାମିଲ ରହିଛି । ସେ ଏହି ସଫଳତା ପାଖରେ ପହଞ୍ଚିବାରେ 12 ତମ ଭାରତୀୟ ଅଟନ୍ତି । ଏବେ ସେ ବିରାଟ କୋହଲିଙ୍କ କ୍ଲବରେ ସାମିଲ ହୋଇଯାଇଛନ୍ତି ।

ରାହୁଲ ଏହି ସଫଳତା ପାଖରେ ପହଞ୍ଚିବାରେ ଦ୍ରୁତ ଭାରତୀୟ ହୋଇଗଲେ । କ୍ରିସ ଗେଲଙ୍କ ପରେ ସେ ଏଠାରେ ପହଞ୍ଚିବାରେ ଦ୍ଵିତୀୟ ଖେଳାଳି ହୋଇଗଲେ । ଗେଲ କେବଳ 132 ପାଳିରେ ଏହି ସଫଳତା ହାସଲ କରିଥିଲେ । ରାହୁଲ 143 ପାଳିରେ ଏହି ସଫଳତା ହାସଲ କରିଥିଲେ । ସେ ଅଷ୍ଟ୍ରେଲିଆର ସନ ମାର୍ସ 144 ପାଳିଙ୍କୁ ପଛରେ ପକାଇଦେଇଛନ୍ତି । ସେହିପରି ବିରାଟ କୋହଲି 167 ପାଳିରେ ଏହି ରେକର୍ଡ଼ ହାସଲ କରିଥିଲେ ।

ରାହୁଲ ଆଇପିଏଲରେ 44.57 ହାରରେ 2808 ରନ କରିଛନ୍ତି । ଏଥିରେ ତାଙ୍କ ନାମରେ ଦୁଇଟି ସେଞ୍ଚୁରୀ ଓ 23 ହାଫ ସେଞ୍ଚୁରୀ ସାମିଲ ରହିଛି । ଭାରତ ପାଇଁ ସେ 49 ମ୍ୟାଚରୁ 39.92 ହାରରେ 1557 ରନ କରିଛନ୍ତି । ବାକି 638 ରନ ସେ ଘରୋଇ ଟୁର୍ଣ୍ଣାମେଣ୍ଟ କାର୍ଣ୍ଣାଟକ ପାଇଁ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *