ଥରେ ଚାର୍ଜ କଲେ ଚାଲିବ ୧୦୦ କିଲୋମିଟର ଏହି ଇ-ସାଇକେଲ, ଜାଣନ୍ତୁ ଏହି ଇ-ସାଇକେଲ ସମ୍ପର୍କରେ

ଥରେ ଚାର୍ଜ ହେଲେ ଚାଲିବ ୧୦୦ କିଲୋମିଟର । ବ୍ୟାଟେରୀ ଚାର୍ଜ ସରିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ୟାଡଲ ମାରି ମଧ୍ୟ ଚଲାଇପାରିବେ ଏହି ସାଇକେଲ। ଏହି ଇ-ସାଇକେଲକୁ ନେକ୍ସଜୁ ମୋବିଲିଟି ଲଞ୍ଚ କରିଛି।

ଏହି ଇ-ସାଇକେଲରେ ରହିଛି ଦୁଇଟି ବ୍ୟାଟେରୀ। ଏହି ବ୍ୟାଟେରୀ ୮.୭ ଏଏଚର ଅଟେ। ଏହି ବ୍ୟାଟେରୀ ସହିତ ସାଇକେଲରେ ୫.୨ ଏଏଚରର ଏକ ଇନଫ୍ରେମ ବ୍ୟାଟେରୀ ମଧ୍ୟ ପ୍ରଦାନ କରାଯାଇଛି। ଏହି ଇନଫ୍ରେମ ବ୍ୟାଟେରୀକୁ ଘରେ ମଧ୍ୟ ଚାର୍ଜ କରାଯାଇହେବ।

Google

ଏହି ଇ-ସାଇକେଲ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରିପାରିବ। ଏଥିସହ ବାଇକିଂକୁ ସହଜ କରିବା ପାଇଁ ସାଇକେଲରେ ବିଭିନ୍ନ ପ୍ରକାରର ଫିଚର ଦିଆଯାଇଛି। ଏହି ସାଇକେଲରେ ଡୁଆଲ ଭେଣ୍ଟିଲେଟେଡ ଡିସ୍କ ବ୍ରେକ ଦିଆଯାଇଛି ଯାହାଦ୍ଵାରା, ଏହି ସାଇକେଲ ନିଜର ନିୟନ୍ତ୍ରଣ ହରାଇ ପାରିବନାହିଁ। ଏଥିରେ ଥିବା ଫ୍ରଣ୍ଟ ସସପେନସନ ଦ୍ଵାରା ଖରାପ ରାସ୍ତାରେ ମଧ୍ୟ ଆରାମରେ ଗତି କରିପାରିବ।

ଏହି ସାଇକେଲର ବଜାର ମୂଲ୍ୟ ୪୨୦୦୦ ଟଙ୍କା ରଖାଯାଇଛି। ଏହି ସାଇକେଲକୁ କମ୍ପାନୀ ନାଲି,ନୀଳ, କଳା ଏବଂ ଧଳା ରଙ୍ଗରେ ବଜାରକୁ ଛାଡିଛି। ଏହି ସାଇକେଲର ଉଦ୍ଭାବନ ଭାରତରେ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *