ଚେନ୍ନାଇ ବନାମ କୋଲକାତା : କୋଲକାତାକୁ ୧୮ ରନ୍ ରେ ପରାସ୍ତ କଲା ଚେନ୍ନାଇ,ଜାଣନ୍ତୁ ମ୍ୟାଚ ବିଷୟରେ ତଥ୍ୟ

ଆଇପିଏଲର ୧୫ତମ ମ୍ଯାଚ ବୁଧୁବାର ଦିନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚ ଏକ ରୋମାଞ୍ଚକ ମୁକାବିଲା ଥିଲା। ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଫାଫ ଡୁପ୍ଲେସିସଙ୍କ ସାନଦାର ଇନିଙ୍ଗ୍ସ ଦେଖିବାକୁ ମିଳିଥିଲା। ଏହାପରେ କୋଲକାତା ନାଇଟ ରାଇଡ଼ର୍ସର ଆରମ୍ଭରୁ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଯିବା ପରେ ଆଣ୍ଡ୍ରେ ରସଲ, ଦିନେଶ କାର୍ତ୍ତିକ ଓ ପେଟ କମିନ୍ସଙ୍କ ସାନଦାର ବ୍ୟାଟିଂ କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲେ। 

ଆଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ କ୍ରିକେଟର ପେଟ କମିନ୍ସ ଏମିତି ବ୍ୟାଟିଂ କରିଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଚେନ୍ନାଇର ବୋଲରଙ୍କୁ ଏମିତି ପିଟିଲେ ନିଜେ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। କମିନ୍ସ ଇଙ୍ଗ୍ଲିଶ ବୋଲର ସେମ କରନଙ୍କୁ ଗୋଟିଏ ଓଭରରେ ୩୦ରନ ପିଟିଲେ। ସେ ୨୩ଟି ବଲରେ ନିଜର ଅର୍ଦ୍ଧଶତକ ସମ୍ପୂର୍ଣ କରିଲେ। କମିନ୍ସ ଅର୍ଦ୍ଧଶତକ କରିବା ପାଇଁ ୫ଟି ଛକା, ୩ଟି ଚୌକା ପିଟିଲେ। ଏହାପରେ ସେ ଅଟକିଲେ ନାହିଁ। 

ଅଷ୍ଟ୍ରେଲିଆ ବୋଲର ପେଟ କମିନ୍ସଙ୍କୁ କୋଲକାତା ନାଇଟ ରାଇଡ଼ର୍ସ ୧୫.୫୦ କୋଟି ଟଙ୍କାରେ କିଣିଥିଲା। ତାଙ୍କର ଏହି ବ୍ୟାଟିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପେଟ କମିନ୍ସଙ୍କ ବ୍ୟାଟିଂ ଏହି ମୁକାବିଲାରେ ଏକ ରୋମାଞ୍ଚକ ମୋଡରେ ପହଞ୍ଚାଇ ଦେଲେ, ଯାହାକି ସମସ୍ତେ ଆଶା କରୁଥିଲେ। ପେଟ କମିନ୍ସ ଏକ ଯୋଦ୍ଧା ଭାବରେ ଅନ୍ତିମ ଓଭର ପର୍ଯ୍ଯନ୍ତ ନିଜର ଲଢେଇ ଜାରି ରଖିଲେ। ସେ ୬ଟି ଛକା ଓ ୪ଟି ଚୌକା ପିଟିଲେ। ସେ ୩୪ଟି ବଲରେ ୬୬ରନ କରିଥିଲେ। ପେଟ କମିନ୍ସ କ୍ରିଜରେ ଛିଡା ହୋଇରହିଲେ। ଅନ୍ତିମ ଓଭରରେ ବିଜୟର ଆଶା କରୁଥିବା ପ୍ରଶଂସକଙ୍କୁ ଏକ ବଡ ଝଟକା ଲାଗିଲା କାରଣ ଶେଷ ଓଭରରେ ପ୍ରସିଦ୍ଧ କ୍ରୀଷ୍ଣା ରନଆଉଟ ହୋଇଗଲେ ଓ ଏହାସହିତ ଚେନ୍ନାଇ ଏହି ମ୍ଯାଚକୁ ୧୮ରନରେ ଜିତିନେଲା। 

ଏହିପରି ଭାବରେ କ୍ରିକେଟ ପ୍ରଶଂସକଙ୍କର ଆଶା ଭାଙ୍ଗିଗଲା। କୋଲକାତାର ଓପନର ନୀତିଶ ରାଣା ୯, ଶୁଭମନ ଗିଲ ୦ ରନ କରି ପେଭିଲିୟନକୁ ଫେରିଥିଲେ। ଏହାପରେ ରାହୁଲ ତ୍ରିପାଠୀ ୮, ଅଧିନାୟକ ଇୟୋନ ମର୍ଗାନ ୭ରନ କରି ଆଉଟ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *