ଏହି ଜଣାଶୁଣା ପରିବାରର ୩ ଜଣ ଲୋକଙ୍କର ଜୀ-ବ-ନ ନେଇଗଲା କରୋନା, ତା ପରେ ଡିପ୍ରେସନରେ ରହି ବୋହୂ ପୁଣି କଲା ଆ-ତ୍ମହ-ତ୍ୟା,ଜାଣନ୍ତୁ ପୁରା ଘଟଣା

କରୋନା ସଂକ୍ରମଣର ଅନିୟନ୍ତ୍ରିତ ଗତି ଥମିବାର ନାଁ ହେଉନାହିଁ | ଯେଉଁଥିପାଇଁ ମୃ-ତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି | ମଧ୍ୟପ୍ରଦେଶର ଦେୱାସରେ ଏକ ଖୁସିର ପରିବାର କରୋନା ମହାମାରୀରରେ ପୀଡିତ ହୋଇଗଲେ | ମାତ୍ର ଏକ ସପ୍ତାହ ମଧ୍ୟରେ ଦେୱାସର ଅଗ୍ରୱାଲ ସମାଜର ସଭାପତି ବାଲକିଶନ ଗର୍ଗଙ୍କ ସ୍ତ୍ରୀ ଏବଂ ଦୁଇ ପୁଅଙ୍କର କରୋନାରେ ମୃ-ତ୍ୟୁ ହୋଇଛି | ଘରର ସାନ ବୋହୂ ଏହି ଘଟଣାକୁ ସହି ପାରିନଥିଲେ ଏବଂ ସେ ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଦେଲେ |

ପରିବାରରେ ବାଲକିଶନ ଗର୍ଗଙ୍କ ବ୍ୟତୀତ ବଡ଼ ବୋହୂ ଏବଂ ନାତି ନାତୁଣୀ ରହିଯାଇଛନ୍ତି | ସର୍ବପ୍ରଥମେ ବାଲକିଶନ ଗର୍ଗଙ୍କ ସ୍ତ୍ରୀ ଚନ୍ଦ୍ରକଳା(୭୫) କରୋନାରେ ପୀ-ଡି-ତ ହେଲେ ଏବଂ ଏପ୍ରିଲ ୧୪ ତାରିଖରେ ମୃ-ତ୍ୟୁ-ବ-ର-ଣ କରିଥିଲେ | ଏହାର ଦୁଇ ଦିନ ପରେ ପୁଅ ସଞ୍ଜୟ (୫୧) ଏବଂ ତା’ପରେ ସ୍ୱପନେଶ (୪୮) କରୋନାରେ ମୃ-ତ୍ୟୁ ବରଣ କଲେ | ଘରେ ଏହି ମୃ-ତ୍ୟୁ-କୁ ଦେଖି ସାନ ବୋହୂ ରେଖା (୪୫) ଏହି ଘଟଣାକୁ ସାହିପାରିଲେ ନାହିଁ ଏବଂ ବୁଧବାର ଦିନ ସେ ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଦେଲେ | ଗୋଟିଏ ସପ୍ତାହ ମଧ୍ୟରେ ହିଁ ପୁରା ପରିବାର ଉଜୁଡି ଗଲା |

କୁହାଯାଉଛି ଯେ ଗର୍ଗ ପରିବାରର ଖାଦ୍ୟ ସାମଗ୍ରୀର ଏକ ହୋଲସେଲ ବ୍ୟବସାୟ ରହିଛି | ଘରର ସାନ ବୋହୂ ଇନ୍ଦୋରର ଜଣାଶୁଣା ଅର୍ଥୋପେଡିକ ଡାକ୍ତର ରାଜେଶ ଅଗ୍ରୱାଲଙ୍କ ସାନ ଭଉଣୀ ଥିଲେ | ଏହି ଘ-ଟ-ଣା ସାରା ଅଞ୍ଚଳରେ ହାହାକାର ସୃଷ୍ଟି କରିଛି | ସମସ୍ତେ ବର୍ତ୍ତମାନ ପରିବାରରେ ବଞ୍ଚିଥିବା ଲୋକମାନଙ୍କୁ ସମ୍ଭଳିବାରେ ଲାଗିଛନ୍ତି |

ସେହିପରି ସିଭିଲ ଲାଇନ ଥାନା ପୋ–ସ ଘ-ଟ-ଣା-ସ୍ଥଳରେ ପହଞ୍ଚିଲା ଏବଂ ଶ-ବ-କୁ ପୋଷ୍ଟମର୍ଟମ କରାଇବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ | ଏହି ମାମଲାରେ ନଗର ପୋ-ଲି-ସ ଅଧୀକ୍ଷକ ବିବେକ ସିଂ ଚୌହାନ କହିଛନ୍ତି ଯେ ପୋ-ଲି-ସ ମାମଲା ରୁଜୁ କରି ଯାଞ୍ଚ କରିବାରେ ଲାଗିପଡ଼ିଛି |

ମଧ୍ୟପ୍ରଦେଶରେ କରୋନା କାରଣରୁ ହାହାକାର ସୃଷ୍ଟି ହୋଇଛି | ମୃତ୍ୟୁ ସଂଖ୍ୟା ଲଗାତାର ଭାବରେ ବଢିଚାଲିଛି | ହସ୍ପିଟାଲରେ ବେଡ଼ ନାହିଁ, ଅକ୍ସିଜେନର ଅଭାବ ଦେଖାଦେଉଛି, ସରକାରଙ୍କ ଦ୍ୱାରା ବାରମ୍ବାର ନିବେଦନ କରାଯାଉଛି ଯେ ଘରୁ ବାହାରକୁ ବାହାରନ୍ତୁ ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *