ଦେଖନ୍ତୁ ଭିଡିଓ : ଗରମରୁ ରକ୍ଷା ପାଇବା ପାଇଁ ଦେଶୀ ଯୁଗାଡ,ଦେଖିଲା ପରେ ହସକୁ ପାରିବେନି ରୋକି

ଗରମ ପାଗ ସମସ୍ତଙ୍କ ପାଇଁ ଅନେକ ପ୍ରକାର ସମସ୍ଯା ନେଇ ଆସିଥାଏ। ଖାଇବା-ପିଇବା ପାଖରୁ ଆରମ୍ଭ କରି ରହିବା ପର୍ଯ୍ଯନ୍ତ କଷ୍ଟ ହୋଇଯାଏ। ଯେଉଁମାନଙ୍କ ଘରେ ଏୟାର କଣ୍ଡିସନର ସୁବିଧା ଥାଏ, ତାଙ୍କ ପାଇଁ ଗରମରୁ ରକ୍ଷା ପାଇବା ସାମାନ୍ୟ ସହଜ ହୋଇଯାଏ। କିନ୍ତୁ ଯେଉଁ ଲୋକ ବାହାରେ ରହିଥାନ୍ତି ସେମାନେ ଏହି ଖରାରୁ ବଞ୍ଚିବା ପାଇଁ ଅନେକ ପ୍ରକାର ଯୁଗାଡ କରନ୍ତି। ଏମିତି ଏକ ଯୁଗାଡ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଆପଣ ନିଜର ହସକୁ ରୋକିପାରିବେ ନାହିଁ।

ଆଇପିଏସ ଅଫିସର ସେୟାର କରିଲେ ଭିଡିଓ:-

ଗରମରୁ ରକ୍ଷା ପାଇବା ପାଇଁ ଗାଁର ଲୋକମାନେ ଗଧକୁ ବ୍ୟବହାର କରନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି। ଆଇପିଏସ ଅଫିସର ରୁପିନ ଶର୍ମା ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି,’ଗରମର ଉପାୟ: ଦେଶୀ ଉପାୟ ଗରମରୁ ରକ୍ଷା ପାଇବା ପାଇଁ।’

ଭିଡିଓରେ ଦେଖିପାରିବେକି ଲୋକମାନେ ଖଟରେ ବସିଛନ୍ତି। ନିକଟରେ ଏକ ବାଉଁଶ ବନ୍ଧା ହୋଇଛି, ଯେଉଁଥିରେ ଦୁଇଟି ଚାଦର ଝୁଲୁଅଛି। ତଳେ ଗଧକୁ ବନ୍ଧା ହୋଇଛି। ଯେମିତି ଗଧ ବୁଲିବା ଆରମ୍ଭ କରେ ଥଣ୍ଡା ପବନ ବହିବାକୁ ଲାଗେ। ଯାହାଦ୍ୱାରା ଚାଦର ସାହାଯ୍ୟରେ ତାଙ୍କୁ ପବନ ମିଳିଥାଏ। ବର୍ତ୍ତମାନ ପର୍ଯ୍ଯନ୍ତ ଏଥିରେ ଅନେକ ଭ୍ୟୁ ଆସିସାରିଛି। ଏହା ସହିତ ଅନେକ ଲାଇକ୍ସ ମଧ୍ୟ ଆସିସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *