ଖରାଦିନେ ଝାଳର ଦୁର୍ଗନ୍ଧରୁ ନିଜକୁ ବଞ୍ଚାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସରଳ ଉପାୟ

ଗରମ ଦିନରେ ଶରୀର ରୁ ଲଗାତାର ଭାବରେ ଝାଳ ନିର୍ଗତ ହୋଇଥାଏ ଓ ଏହି ଝାଳ ଶରୀର ରୁ ଦୁର୍ଗନ୍ଧକୁ ଜନ୍ମ ଦେଇଥାଏ। କିଛି ଲୋକ ଗାଧୋଇବା ପରେ ମଧ୍ୟ ତାଙ୍କ ଶରୀରରୁ ଦୁର୍ଗନ୍ଧ ଯାଇନଥାଏ ସେଥିପାଇଁ ଆମେ କିଛି ଉପାୟ ଆପଣଙ୍କୁ ଏହି ଲେଖନୀ ମାଧ୍ୟମରେ ଜଣାଇବୁ । ଯେଉଁ ଉପାୟକୁ ଗ୍ରହଣ କଲେ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ।

ଏହି ଉପାୟ ଆପଣାନ୍ତୁ :-

ଯାହାର ଶରୀର ଝାଳ ନିର୍ଗତ ହେବାପରେ ଦୁର୍ଗନ୍ଧ ହେଉଛି ତାହେଲେ ସେମାନେ ଦିନକୁ ଦୁଇଥର ସ୍ନାନ କରନ୍ତୁ । ଏହିପରି କଲେ ଶରୀର ରେ ଦୁର୍ଗନ୍ଧ କରୁଥିବା ବ୍ୟାକ୍ଟେରିଆ ଆସିନଥାନ୍ତି ଓ ଆପଣ ଏଥିରୁ ରକ୍ଷା ପାଇପାରିବେ ।

ଆପଣ ଗାଧୋଇବା ସମୟରେ ଲେମ୍ବୁ ମଧ୍ୟ ବ୍ୟବହାର କରନ୍ତୁ। ଏମିତି କରିବା ଦ୍ୱାରା ଶରୀରରେ ଦୁର୍ଗନ୍ଧ ଜାତ ହୋଇନଥାଏ । ଶରୀର ର ଯେଉଁ ଅଙ୍ଗରେ ଅଧିକ ଝାଳ ବାହାରିଥାଏ ସେଠାରେ ଲେମ୍ବୁ ଘସନ୍ତୁ । ଗୋଟିଏ ଲେମ୍ବୁକୁ କାଟି ଦିଅନ୍ତୁ ଓ ତା’ ରସ ବାହାର କରି ଏକ ତୁଳା ସାହାର୍ଯ୍ୟରେ ଶରୀରରେ ଲଗାଇ ଦିଅନ୍ତୁ ଓ ଏହା ଶୁଖିବା ପର୍ଯ୍ୟନ୍ତ ରୁହନ୍ତୁ । ଏହାପରେ ଥଣ୍ଡା ପାଣିରେ ଗାଧୋଇ ପଡ଼ନ୍ତୁ । ଏମିତି କଲେ ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ଚାଲି ଯାଇଥାଏ ।

ଗୋଲାପ ଜଳ ମଧ୍ୟ ଶରୀରର ଦୁର୍ଗନ୍ଧରୁ ଉପଶମ ଦେଇଥାଏ। ଶରୀରରୁ ଝାଳ ବାହାରୁଥିଲେ ଗୋଲାପ ଜଳ ବ୍ୟବହାର କରନ୍ତୁ ଓ ଏହାକୁ ଶରୀରରେ ଲଗାନ୍ତୁ ଯାହାଦ୍ୱାରା ଶରୀର ର ଦୁର୍ଗନ୍ଧ ବାହାରିଯିବ ।

କାଖ ତଳ ଓ ପ୍ରାଇଭେଟ ପାର୍ଟସକୁ ସଫା ରଖନ୍ତୁ । ଗାଧୋଇବା ପରେ କାଖ ତଳ ଓ ପ୍ରାଇଭେଟ ପାର୍ଟସକୁ ଓଦା ରଖନ୍ତୁ ନାହିଁ । ଗାଧୋଇବା ପରେ ଭଲ ଅତରର ବ୍ୟବହାର କରନ୍ତୁ । ଏହା ବ୍ୟାକ୍ଟେରିଆ ବିକାଶକୁ ଅଟକାଇଥାଏ । ଏଥିପାଇଁ। ଗାଧୋଇବାପରେ ଆପଣ ଆଣ୍ଟିସେପ୍ଟିକ ପାଉଡର କିମ୍ବା ଅତର ବ୍ୟବହାର କରନ୍ତୁ ।

ଶରୀର ରେ ଯେଉଁ ଅଙ୍ଗ ମାନଙ୍କରେ ଦୁର୍ଗନ୍ଧ ଆସିଥାଏ । ତାକୁ ସମୟ ସମୟରେ ଓଦା କପଡାରେ ସଫା କରନ୍ତୁ ଓ ଏଥିରେ ଅତର ଲଗାନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଶରୀରରେ ଝାଳ କିମ୍ବା ଦୁର୍ଗନ୍ଧ ଆସିନଥାଏ ।

ଗାଧୋଇବା ସମୟରେ ଏହାର ପାଣିରେ ନିମ୍ବ ପତ୍ର ପକାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଶରୀରରେ ଗନ୍ଧ କମ ହୋଇଥାଏ । ଏକ କଂସା ମାଧ୍ୟମରେ ପାଣି ଗରମ କରି ରଖିଦିଅନ୍ତୁ ଓ ଏଥିରେ ନିମ ପତ୍ର ପକାଇ ଦିଅନ୍ତୁ । ଏହାପରେ ପାଣି ସବୁଜ ରଙ୍ଗ ପଡିବା ପର୍ଯ୍ୟନ୍ତ ଓ ଥଣ୍ଡା ହେବାଯାଏଁ ଛାଡିଦିଅନ୍ତୁ ଓ ଏହାପରେ ଏଥିରେ ସ୍ନାନ କରନ୍ତୁ । ଏମିତି କରିବା ଦ୍ୱାରା ଝାଳ ଆସିବା ବନ୍ଦ ହୋଇଯିବା ।

କେତେକ ଲୋକଙ୍କୁ ମଥାରୁ ବହୁତ ଝାଳ ବାହାରିଥାଏ । ଯାହାଦ୍ୱାରା ମଥାରେ ବ୍ରଣ ପରି ଫଳିଯାଇଥାଏ । ଏହି ସମସ୍ୟା ହେବାମାତ୍ରକେ ମଥାରେ ଚନ୍ଦନ ଲଗାନ୍ତୁ । ଚନ୍ଦନର ପ୍ୟାକ ଲଗାଇବା ପରେ ଥଣ୍ଡା ଲାଗିଥାଏ ଓ ମୁଣ୍ଡରୁ ଦାନା ବାହାରିବା ବନ୍ଦ ହୋଇଯାଇଥାଏ । ଏକ ଚାମଚ ଚନ୍ଦନରେ ପାଣି ମିଶାଇ ଲେପ ତିଆରି କରନ୍ତୁ ଓ ଏହାକୁ ଲଗାଇ ଦିଅନ୍ତୁ । ଶୁଖିବା ପରେ ପାଣି ଦ୍ୱାରା ଏହାକୁ ସଫା କରିଦିଅନ୍ତୁ । ଚନ୍ଦନ ଶୀତଳତା ଜାତ କରାଇଥାଏ । ଏମିତିରେ ଗରମରୁ ହେଉଥିବା ଦାନା ଏକାମାତ୍ରକେ ଶୁଖିଯାଇଥାଏ ।

ଗରମରେ ଖୁବ ପାଣି ପିଇବା ସହ ସଫା ସୁତୁରା ରୁହନ୍ତୁ । ଆଲୋବେରା ଜେଲ ଲାଗାଇବାପରେ ମଧ୍ୟ ଝାଳରୁ ବର୍ତିପାରନ୍ତି। ଯେଉଁ ଜାଗାରେ ଝାଳର ଦୁର୍ଗନ୍ଧ ବାହାରେ, ସେହି ସ୍ଥାନରେ ଆଲୋବେରା ଜେଲ ଲଗାନ୍ତୁ । ଆଲୋବେରା ଜେଲ ଥଣ୍ଡା ପ୍ରଦାନ କରିଥାଏ ଓ ଦୁର୍ଗନ୍ଧକୁ ଦୂର କରିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *