ଫ୍ଲାଇଟରେ ଯୁବକଙ୍କର ଗୋଡ ଉପରେ ପଡ଼ିଗଲା ଚାହା, ବର୍ତ୍ତମାନ କ୍ଷତିପୂରଣ ଭାବରେ ମିଳିଲା ୫୮ଲକ୍ଷ ଟଙ୍କା,ଜାଣନ୍ତୁ ପୁରା ଘଟଣା

ଆୟରଲାଣ୍ଡର ରହୁଥିବା ଜଣେ ଟିନଏଜ ଯୁବକ ସହିତ ଚାରି ବର୍ଷ ପୂର୍ବେ ଏକ ଉଡାଜାହାଜ ଦୁର୍ଘଟଣା ହୋଇଥିଲା ଯାହାପରେ ସେହି ପିଲାଟିର ମା ଏୟାରଲାଇନ୍ସ ଉପରେ ଏକ ମାମଲା ରୁଜ୍ଜୁ କରିଥିଲେ। ବର୍ତ୍ତମାନ ଏହି ମାମଲାରେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛି ଓ ଏୟାରଲାଇନ୍ସକୁ ଆଦେଶ ଦେଇଛିକି ସେ ଯୁବକଙ୍କର ଆଘାତ ପାଇଁ କ୍ଷତିପୂରଣ ଦେବାକୁ।

ଆୟରଲଣ୍ଡରେ ରହୁଥିବା ଏମରେ କରାକ୍ଯାଙ୍କ ସହିତ ଡୁବଲୀନରୁ ଇସ୍ତାଂବୁଲ ଯାଉଥିବା ଫ୍ଲାଇଟ ଦୁ-ର୍ଘଟ-ଣା-ଗ୍ର-ସ୍ତ ହୋଇଥିଲା। ୱାଟରଫୋର୍ଡ ସହରରେ ରହୁଥିବା ଏମରେ ଦାବି କରିଲେକି ତାଙ୍କର ଡାହାଣ ପାର୍ଶ୍ଵ ଗୋଡରେ ଜଣେ କେବିନ କୃର ସଦସ୍ୟ ଫୁଟୁଥିବା ଗରମ ଚାହା ପକାଇଦେଇଥିଲେ ଯାହାପରେ ତାଙ୍କର ଗୋଡରେ ଦା-ଗ ପଡିଯାଇଥିଲା।

ଚାରିବର୍ଷ ପୂର୍ବେ ଏହି ଘଟଣା ସମୟରେ ଏମରେ ଡରିଯାଇଥିଲେ ଓ ତାଙ୍କୁ ବହୁତ ଦିନ ପର୍ଯ୍ୟନ୍ତ କଷ୍ଟ ହେଉଥିଲା। ଏହି ଘଟଣା ସମୟରେ ଏମରେଙ୍କୁ ୧୩ବର୍ଷ ହୋଇଥିଲା। ଯେତେବେଳେ ତାଙ୍କ ମାଙ୍କୁ ଏହି ବିଷୟରେ ଜଣାପଡିଲା ସେ ଟର୍କିସ ଏୟାରଲାଇନ୍ସ ଉପରେ ଏକ ମାମଲା ରୁଜ୍ଜୁ କରିଦେଲେ।

ଏମରେଙ୍କର ମାଙ୍କର କହିବା କଥାକି ତାଙ୍କର ପୁଅଙ୍କୁ ଏହି ଦୁର୍ଘଟଣା ଯୋଗଗୁଣ ବହୁତ ଗମ୍ଭୀର ମାନସିକ ଓ ଶାରୀରିକ କଷ୍ଟଦେଇ ଯିବାକୁ ପଡିଲା। ସେ କୋର୍ଟକୁ କହିଲେକି ଏମରେଙ୍କ ଗୋଡରେ ଚାହା ପଡିବା କାରଣରୁ ସେହି ସ୍ଥାନଟିରେ କ୍ଷତ ହୋଇଛି ଓ ତାଙ୍କର ପୁଅଙ୍କର ଏହି କ୍ଷତ ସ୍ଥାନଟି ଠିକ ହେବାକୁ ତିନି ଚାରି ସପ୍ତାହ ଲାଗିଯାଇଥିଲା। ଏହା ସତ୍ବେ ତାଙ୍କର ଗୋଡରେ ଦାଗ ଦେଖିପାରିବେ।

ଏମରେଙ୍କ ମା କୋର୍ଟକୁ କହିଲେକି,’ତାଙ୍କର ସ୍ଥିତି ଏତେ ଗମ୍ଭୀର ଥିଲାକି ମୋ ପୁଅର ପ୍ଲାଷ୍ଟିକ ଓ ରିକନ୍ସ୍ତ୍ରଟିବ ସର୍ଜନଙ୍କ ପାଖକୁ ନେଇ ଯିବାକୁ ପଡିଲା। ଡାକ୍ତର ତାଙ୍କୁ କହିଥିଲେକି ଏମରେଙ୍କ ଗୋଡରେ ପର୍ମାନେଟ ଦାଗ ହୋଇପାରେ। ଏହି ମାମଲା ଉପରେ ତାଙ୍କର ପ୍ରତିକ୍ରିୟା ଦେଇ ହାଇକୋର୍ଟର ଜଜ ଏୟାରଲାଇନ୍ସକୁ ଆଦେଶ ଦେଇଛନ୍ତିକି ଟର୍କିସ ଏୟାରଲାଇନ୍ସ ଏମରେଙ୍କୁ ଆଘାତ କାରଣରୁ ତାଙ୍କୁ ୫୬ହଜାର ପାଉଣ୍ଡ ଅର୍ଥାତ ପାଖାପାଖି ୫୮ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *