ସୁଶାନ୍ତ ସିଂହ ରାଜପୁତଙ୍କ ବୟୋପିକକୁ ମିଳିଲା ହାଇକୋର୍ଟର ମଞ୍ଜୁରୀ,ସୁଶାନ୍ତଙ୍କ ବାପା ବ୍ୟାନ ପାଇଁ କରିଥିଲେ ଅପିଲ

ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନୀ ଉପରେ ବାୟୋପିକ ଫିଲ୍ମ ବିଗତବର୍ଷ ଠାରୁ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ଏହି ବୟୋପିକଙ୍କ ମେକର୍ସଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଦେଇଛି । ସୂଚନା ଆନୁଯାୟୀ, ସୁଶାନ୍ତ ସିଂହ ରାଜପୁତଙ୍କ ପିତା ଏସ ଏସ ରାଜପୁତ ଏହି ଫିଲ୍ମ ଉପରେ ରୋକ ଲଗାଇବାକୁ ଅପିଲ କରିଥିଲେ ।

ସୁଶାନ୍ତଙ୍କ ପିତାଙ୍କ ଏହି ନିବେଦନ ଉପରେ ହାଇକୋର୍ଟ ମେକର୍ସ ମାନଙ୍କୁ ଏହାର ଜବାବ ମାଗିଛି । ଆପଣଙ୍କୁ ଜଣାଇ ଦେଉଛୁ କି, ସୁଶାନ୍ତ ସିଂହ ରାଜପୁତଙ୍କ ପିତା ଏହି ଫିଲ୍ମକୁ ବନ୍ଦ କରିବାପାଇଁ ନିବେଦନ କରିବାସହ ସୁଶାନ୍ତଙ୍କ ଜୀବନୀ ଉପରେ ଭବିଷ୍ୟତରେ କୌଣସି ଫିଲ୍ମ ନବନାଇବାକୁ କହିଥିଲେ ।

କଣ କହୁଛନ୍ତି ସୁଶାନ୍ତଙ୍କ ପିତା ଏହାଉପରେ :-

ଟାଇମସ ଅଫ ଇଣ୍ଡିଆ ଖବର ମୁତାବିକ, ସୁଶାନ୍ତଙ୍କ ପିତା ନିଜର ନିବେଦନରେ କହିଥିଲେ, ତାଙ୍କ ପୁଅଙ୍କ ଜୀବନୀ ଉପରେ ଫିଲ୍ମ ବନାଇବା ମୌଳିକ ଅଧିକାରର ଉଲଂଘନ ଅଟେ। ଅଭିନେତାଙ୍କ ଜୀବନୀ ଉପରେ ଫିଲ୍ମ କରିବା ଆଗରୁ ନିୟମ ଅନୁସାରେ, ତାଙ୍କର ଉତ୍ତରାଧିକାରୀ ଓ ପରିଜନଙ୍କ ପରାମର୍ଶ ନେବା ଉଚିତ । ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହଙ୍କ କହିବା ହେଲା, ଏହି ଫିଲ୍ମରେ ଅଭିନେତାଙ୍କ ଭୁଲ ଚିତ୍ରଣ ମଧ୍ୟ କରାଯାଇଛି । ଏହିକାମ ସେମାନେ କରିଛନ୍ତି, ଯିଏକି ସୁଶାନ୍ତ ସିଂହଙ୍କୁ ଆ-ତ୍ମ-ହ-ତ୍ୟା ପାଇଁ ଉକସାଉଥିଲେ ।

କେସ ପ୍ରଭାବିତ ହୋଇପାରେ :-

ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କ ଓକିଲ ବିକାଶ ସିଂହଙ୍କ ମତରେ ଯଦି ସୁଶାନ୍ତଙ୍କ ଉପରେ କୌଣସି ଫିଲ୍ମ ବନାଯାଏ ତାହେଲେ ଏହା ଯାଞ୍ଚ କେସରେ ପ୍ରଭାବ ଦେଖାଇବ । ଏହାସହ ଏହି ଫିଲ୍ମ ତାଙ୍କ ଫ୍ୟାନ ମାନଙ୍କ ଧାରଣାକୁ ବଦଳାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି । ଏହି ଫିଲ୍ମରେ ମେକର୍ସ ମାନେ କାହାଣୀକୁ ନିଜ ମନରୁ ବନାଇବାକୁ ଚେଷ୍ଟା କରିଛନ୍ତି ।

ପରିବାରର ପ୍ରତିଷ୍ଠା :-

ସୁଶାନ୍ତଙ୍କ ପିତା କହିଥିଲେ, ସୁଶାନ୍ତ ସିଂହଙ୍କ ଉପରେ ବନାଯିବା କୌଣସି ଫିଲ୍ମ କିମ୍ବା ୱେବସିରିଜ ତାଙ୍କ ପରିବାର ପ୍ରତିଷ୍ଠାକୁ ଆ-ଘା-ତ କରିବ । ସୂଚନା ଅନୁଯାୟୀ ସୁଶାନ୍ତଙ୍କ ନାମରେ ଏକ ଫିଲ୍ମ ନ୍ୟାୟ: ଦ ଜଷ୍ଟିସ ଫିଲ୍ମ ବନାଯାଉଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *