୯ ଟଙ୍କାରେ ମିଳିବ ୮୦୯ ଟଙ୍କାର LPG ସିଲିଣ୍ଡର, ଏପ୍ରିଲ ୩୦ ଯାଏଁ ଅଛି ସୁଯୋଗ,ଜାଣନ୍ତୁ କେମିତି ପାଇବେ ?

ତେଲ କମ୍ପାନୀଗୁଡିକ ଏହି ମାସର ୧ ତାରିଖରେ ଏଲପିଜି ସିଲିଣ୍ଡର ଦାମରେ ୧୦ ଟଙ୍କା ହ୍ରାସ କରିଥିଲେ | ଏହାଦ୍ୱାରା କୋଟି କୋଟି ଗ୍ରାହକଙ୍କୁ କିଛି ଲାଭ ମିଳିଥିଲା, କିନ୍ତୁ ସବସିଡି ବିନା ୧୪.୨ କିଲୋଗ୍ରାମ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ମଧ୍ୟ ୮୦୯ ଟଙ୍କା ରହିଛି | ଯେପରି କଞ୍ଚା ତେଲ ଦାମ ବଢୁଛି, ଏପରି ପରିସ୍ଥିତିରେ ଆଗକୁ ସିଲିଣ୍ଡର ଶସ୍ତା ହେବା କଷ୍ଟକର ଲାଗୁଛି, କିନ୍ତୁ ଆପଣଙ୍କ ପାଖରେ ୮୦୯ ଟଙ୍କିଆ LPG ସିଲିଣ୍ଡର ମାତ୍ର ୯ ଟଙ୍କାରେ ପାଇବାର ସୁଯୋଗ ରହିଛି | ଚାଲନ୍ତୁ ଜାଣିବା କିପରି ?

୮୦୯ ଟଙ୍କିଆ ସିଲିଣ୍ଡର କେବଳ ୯ ଟଙ୍କାରେ :-

ଏଲପିଜି ବୁକିଂ ଏବଂ ପେମେଣ୍ଟ ଉପରେ ପେଟିଏମ ନିଜ ଗ୍ରାହକଙ୍କ ପାଇଁ ବମ୍ପର ଅଫର ପ୍ରଦାନ କରିଛି | ଏହି ଅଫର ଅନୁଯାୟୀ ଗ୍ରାହକମାନଙ୍କୁ ୮୦୯ ଟଙ୍କିଆ ଗ୍ୟାସ ସିଲିଣ୍ଡର କେବଳ ୯ ଟଙ୍କାରେ ମିଳିପାରିବ | ପେଟିଏମ ଏକ କ୍ୟାସବ୍ୟାକ ଅଫର ପ୍ରଦାନ କରିଛି | ଏହି କ୍ୟାସବ୍ୟାକ ଅଫର ଅନୁଯାୟୀ ଯଦି କୌଣସି ଗ୍ରାହକ ଗ୍ୟାସ ସିଲିଣ୍ଡର ବୁକ କରିବେ, ତେବେ ତାଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ ମିଳିପାରେ |

ପେଟିଏମରେ କିପରି ମିଳିବ କ୍ୟାସବ୍ୟାକ :-

ଯଦି ଆପଣ ମଧ୍ୟ ପେଟିଏମର ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏପ୍ରିଲ ୩୦ ତାରିଖ ୨୦୨୧ ପର୍ଯ୍ୟନ୍ତ ସୁଯୋଗ ଅଛି | ଏହି ଅଫରଗୁଡିକ କେବଳ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକିଂ ଏବଂ ପେମେଣ୍ଟ ପେଟିଏମରୁ କରିବେ | ଯେତେବେଳେ ଆପଣ LPG ସିଲିଣ୍ଡର ପାଇଁ ବୁକିଂ ଏବଂ ପେମେଣ୍ଟ କରିବେ, ସେତେବେଳେ ଆପଣଙ୍କୁ ଅଫର ଅଧୀନରେ ଏକ ସ୍କ୍ରାଚ କାର୍ଡ ମିଳିବ, ଯାହାର କ୍ୟାସବ୍ୟାକ ମୂଲ୍ୟ ୮୦୦ ଟଙ୍କା ହେବ | ଏହି ଅଫର ନିଜେ ନିଜେ ହିଁ ପ୍ରଥମ ଏଲପିଜି ସିଲିଣ୍ଡରର ବୁକିଂ ଉପରେ ଲାଗୁ ହୋଇଯିବ | ଏହି ଅଫର ମିନିମମ ୫୦୦ ଟଙ୍କାର ପେମେଣ୍ଟ ଉପରେ ହିଁ ଲାଗୁ ହେବ | କ୍ୟାସବ୍ୟାକ ପାଇଁ ଆପଣଙ୍କୁ ସ୍କ୍ରାଚ କାର୍ଡ ଖୋଲିବାକୁ ପଡିବ, ଯାହା ବିଲ ପେମେଣ୍ଟ ପରେ ଆପଣଙ୍କୁ ମିଳିବ | କ୍ୟାସବ୍ୟାକର ରାଶି ୧୦ ଟଙ୍କାରୁ ନେଇ ୮୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ | ଏହି ସ୍କ୍ରାଚ କାର୍ଡକୁ ଆପଣଙ୍କୁ ୭ ଦିନ ମଧ୍ୟରେ ଖୋଲିବାକୁ ପଡିବ, ଏହା ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ |

କିପରି କରିବେ LPG ପାଇଁ ବୁକିଂ ଏବଂ ପେମେଣ୍ଟ :-

ଯଦି ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ମୋବାଇଲ ଫୋନରେ ପେଟିଏମ ଆପ ଡାଉନଲୋଡ କରିବାକୁ ପଡିବ | ଏହା ପରେ ଆପଣଙ୍କ ଗ୍ୟାସ ଏଜେନ୍ସି ସହିତ ସିଲିଣ୍ଡର ବୁକିଂ କରିବାକୁ ପଡିବ | ଏଥିପାଇଁ ପେଟିଏମ ଆପରେ Show more ଉପରେ କ୍ଲିକ କରନ୍ତୁ, ତାପରେ Recharge and Pay Bills ଉପରେ କ୍ଲିକ କରନ୍ତୁ | ଏହା ପରେ ଆପଣଙ୍କୁ book a cylinder ର ବିକଳ୍ପ ଦେଖାଯିବ | ଏଠାକୁ ଯାଇ ଆପଣ ଆପଣଙ୍କର ଗ୍ୟାସ ପ୍ରୋଭାଇଡରକୁ ସିଲେକ୍ଟ କରନ୍ତୁ | ବୁକିଂ କରିବା ପୂର୍ବରୁ ଆପଣ FIRSTLPG ର ପ୍ରୋମୋ କୋଡ ଦେବାକୁ ପଡିବ | ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାସବ୍ୟାକର ସ୍କ୍ରାଚ କାର୍ଡ ମିଳିଯିବ | ଏହି ସ୍କ୍ରାଚ କାର୍ଡକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *