କେବେ ମିଳିବ ସୁଯୋଗ : ଟିମରେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ କୂଲଦୀପ ଦେଲେ ବଡ଼ ବୟାନ,ଜାଣନ୍ତୁ କଣ କହିଲେ କୂଲଦୀପ

କିଛି ସମୟ ହେବ ନିଜର ଲୟ ଫେରି ପାଇବାକୁ ଚେଷ୍ଟା ଜାରି କୂଲଦୀପ ଯାଦବ କହିଛନ୍ତି, ବହୁତ ଜଲଦି ସେ ନିଜର ଦଳ କୋଲକାତା ନାଇଟ ରାଇଡର୍ସ ପାଇଁ ମୈଦାନକୁ ଓହ୍ଲାଇବେ । କେକେଆର କୁ ରବିବାର ଦିନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତିନି ମ୍ୟାଚରେ ଦଳ ଦୁଇଟି ହାରିଥିବାରୁ ମୁଖ୍ୟ କୋଚ୍ ବ୍ରାଣ୍ଡନ ମାକୁଲମ ଦଳରେ କିଛି ପରିବର୍ତ୍ତନ କରିପାରନ୍ତି।

କୂଲଦୀପ କହିଛନ୍ତି, ଏବେ ମାତ୍ର 3ଟି ମ୍ୟାଚ ଯାଇଛି । ଆଗାମୀ 11 ଟି ମ୍ୟାଚରେ ଆଶା ରହିଛି ମୋତେ ସୁଯୋଗ ମିଳିବ ଓ ମୁଁ ଭଲ ପ୍ରଦର୍ଶନ କରିବି । ଟିମ ରେ ଅନୁଭବୀ ସ୍ପିନର ହରଭଜନ ସିଂହ ଆସିବାପରେ ତାଙ୍କୁ ବ୍ୟକ୍ତିଗତ ଭାବରେ ବହୁତ ସହଯୋଗ ଓ ମାନସିକ ଭାବରେ ମଧ୍ୟ ସେ ସଠିକ ରହିଛନ୍ତି । ହରଭଜନ ସିଂହକୁ ଦଳରେ ସାମିଲ ହେବାପରେ ମୋତେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ସେ କହିଛନ୍ତି। ଭଜୁ ପା ମୋତେ ପ୍ରତିଟି କ୍ଷେତ୍ରରେ ସୁଧାର ଆଣିବା ସହ କେମିତି ମାନସିକ ଦୃଢ଼ ରହିବାକୁ ହୁଏ ସେକଥା କହିଥିଲେ ।

ଭାରତ ପାଇଁ 7ଟି ଟେଷ୍ଟ, 63 ଏକ ଦିବସୀୟ ଓ 20 ଟି t-20 ମ୍ୟାଚ ଖେଳିଥିବା କୂଳଦୀପ କହିଥିଲେ, କେକେଆର ବହୁତ ଜଲଦି ପ୍ରତ୍ୟାବର୍ତ୍ତନ କରିବ । ଦଳ ହରଭଜନ ସିଂହ ଓ ଶକିବଙ୍କୁ ଦଳରେ ସାମିଲ କରି ମଜବୁତ କରିଛି । ସେ କହିଥିଲେ, ଯଦି ଆପଣ ଆମର ଟିମ କୁ ଦେଖିବେ ତ ଫ୍ରାଞ୍ଚାଇଜ ସମସ୍ତ ଆବଶ୍ୟକକୁ ପୂରଣ କରିବାକୁ ଚେଷ୍ଟା କରିଛି। ଆମ ପାଖରେ ଅନୁଭବ ଅଛି ଓ ବ୍ୟାଟିଂରେ ମଧ୍ୟ ବହୁତ ଗଭୀରତା ରହିଛି । ବିଗତ ଦୁଇଟି ମ୍ୟାଚରେ ହାରିବା କଥା ପଚାରିବାରୁ ସେ କହିଥିଲେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅତି ସହଜରେ ବିଜୟ ଲାଭ ମନୋବୃତ୍ତି ରଖିବା କାରଣରୁ ଏହିପରି ହୋଇଥିଲା ।

ସେ କହିଥିଲେ, ମୁମ୍ବାଇ ବିପକ୍ଷରେ ସେମାନେ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଚାହିଁଥିଲେ କିନ୍ତୁ ଏହା ଶେଷରେ ଭୋଗିବାକୁ ପଡିଥିଲା । ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ପ୍ରଥମ ମ୍ୟାଚରେ ଆମ ବିପକ୍ଷରେ ଏହି ଭୂଲ କରିଥିଲା । ଆମକୁ ଲାଗିଥିଲା ଶେଷ ପର୍ଯ୍ୟନ୍ତ ମ୍ୟାଚକୁ ନେଇଗଲେ ଜିତିବା ପାଇଁ ବହୁତ ସହଜ ହେବ କିନ୍ତୁ ଚେନ୍ନାଇ ପିଚରେ ଶେଷ ଆଡ଼କୁ ବଡ଼ ଶର୍ଟ ମାରିବା କଷ୍ଟକର ହୋଇଥାଏ । ଚେନ୍ନାଇର ସ୍ଲୋ ପିଚ ସ୍ପିନ ବୋଲରଙ୍କୁ ସହାୟକ ହୋଇଥାଏ । ବଲ ରହିକରି ଆସୁଥିଲା ଓ ନୂଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ରନ କରିବା ଅସମ୍ଭବ ହେଉଥିଲା। କୂଲଦୀପ ଏହାପରେ କହିଲେ, ପରିଶ୍ରମ ସହିତ ସକାରତ୍ମକ ଭାବ ରଖିଲେ କୌଣସି ଅସମ୍ଭବ ହୋଇନଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *