ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ଏହି ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟୀକା,ଜାଣନ୍ତୁ ପୁରା ଖବର

କରୋନା ଭାଇରସ ମହାମାରୀ ଉପରେ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ମେ ମାସ ୧ ତାରିଖଠାରୁ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟୀକା ଦିଆଯିବ | ପିଏମ ମୋଦି ଗୋଟିଏ ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ପିଏମ ମୋଦି କହିଛନ୍ତି ଯେ ଗତ ଏକ ବର୍ଷଠାରୁ ସରକାର ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରୁଛନ୍ତି ଯେ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ଟୀକାର ଡୋଜ ଦିଆଯାଉ | ପିଏମ ମୋଦି କହିଛନ୍ତି ଯେ ଭାରତରେ କରୋନା ଟୀକାର ଡୋଜ ରେକର୍ଡ ସ୍ତରରେ ଦିଆଯାଉଛି | ଆମେ ଟୀକାର ଗତିକୁ ଆହୁରି ବଢାଇବୁ |

ମାଗଣା ନା ଟଙ୍କା ଦେବାକୁ ପଡିବ ?

୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଭାଇରସ ଟୀକା ଦେବା ବିଷୟରେ ସରକାରଙ୍କ ଦ୍ୱାରା କୁହାଯାଇଛି ଯେ ଏହାକୁ ନେଇ ଶୀଘ୍ର ପ୍ରଟୋକଲ ବିଷୟରେ ସୂଚନା ଦିଆଯିବ | ଏହି ଲୋକମାନଙ୍କୁ ଟୀକା ପାଇଁ ମୂଲ୍ୟ ଦେବାକୁ ପଡିବ କି ନାହିଁ, ଏହାଉପରେ ଖୁବଶୀଘ୍ର ସୂଚନା ଦିଆଯିବ | ନିକଟରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହା ଦାବି କରିଥିଲେ ଯେ କରୋନା ଟୀକାର ସ୍ଥିର ବୟସ ସୀମାକୁ କମ କରାଯାଉ | ଏଭଳି ପରିସ୍ଥିତିରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ବର୍ତ୍ତମାନ ସୁଦ୍ଧା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକା ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ମଧ୍ୟ ମେ ୧ ତାରିଖରୁ ଟୀକା ଦିଆଯିବ | ଟୀକାକରଣ କେନ୍ଦ୍ରକୁ ଲୋକମାନଙ୍କୁ ନିଜର ଆଧାରକାର୍ଡ ଧରି ଯିବାକୁ ପଡିବ, ଯାହାପରେ ତାଙ୍କୁ ଟୀକାର ଡୋଜ ଦିଆଯିବ |

ଟୀକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ :-

ଭାରତ ସରକାରଙ୍କ ଅନୁଯାୟୀ ଏହା ଟିକାକରଣର ତୃତୀୟ ପର୍ଯ୍ୟାୟ ହେବ | ପିଏମ ମୋଦିଙ୍କ ସହିତ ବୈଠକରେ ଏହି ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଟୀକାର ଦାମ,ଟୀକା ଲଗାଇବା ପାଇଁ ପ୍ରଟୋକଲ ଏବଂ ଟୀକା ନେବାର ଯୋଗ୍ୟତା ବିଷୟରେ ଏହି ନିଷ୍ପତ୍ତି ନିଆଯାଇଛି | ଦେଶରେ ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ, ଯାହାଦ୍ୱାରା ଏହି ଟୀକାର ଉତ୍ପାଦନକୁ ବଢାଯାଇପାରିବ | ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ରାଜ୍ୟକୁ ୫୦ ପ୍ରତିଶତ ଯୋଗାଣ ଦେବାପାଇଁ କ୍ଷମତା ଦିଆଯିବ | ଏହା ବ୍ୟତୀତ ଓପନ ମାର୍କେଟରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଟିକା ଦେବା କଥା କୁହାଯାଇଛି | ଏହି ସମୟରେ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଚାଲିଥିବା ଟୀକାକରଣ ଅଭିଯାନ ମଧ୍ୟ ଜାରି ରହିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *