ICC ODI Ranking : ଦୁନିଆର ଏକ ନମ୍ବର୍ ବ୍ୟାଟ୍ସମ୍ୟାନଙ୍କୁ ମିଳୁଛି ସବୁଠାରୁ କମ ଦରମା । ଜାଣନ୍ତୁ ଟପ ୧୦ ବ୍ୟାଟ୍ସମ୍ୟାନଙ୍କର ବାର୍ଷିକ ଆୟ

କଣ ଆପଣ କେବେ ଭାବିଛନ୍ତି କି, କ୍ରିକେଟରେ କ୍ୟାରିଅର ବନାଉଥିବା କ୍ରିକେଟରଙ୍କୁ କେତେ ଟଙ୍କା ମିଳେ ! ଯଦି ଖେଳାଳି ମାନଙ୍କୁ ବିଜ୍ଞାପନ ନମିଳେ ତାହେଲେ ସେ କେତେ ଟଙ୍କା କମାନ୍ତି?

ଆୟ କରିବାପାଇଁ କଣ କ୍ରିକେଟ ଏକ ଭଲ ଜାଗା ଅଟେ କି ? ଏବେଏବେ ବିସିସିଆଇ ଖେଳାଳି ମାନଙ୍କର ବାର୍ଷିକ କଣ୍ଟ୍ରାକ୍ଟ କରିଛନ୍ତି । ବ୍ୟାଟ୍ସମ୍ୟାନଙ୍କ କଥା କହିଲେ, ବିରାଟ କୋହଲି ଓ ରୋହିତ ଶର୍ମା ଏ ପ୍ଲସ ଗ୍ରେଡ଼ରେ ରହିଛନ୍ତି । ଏହି ଦୁଇଜଣ ଖେଳାଳିଙ୍କୁ ବାର୍ଷିକ 7 କୋଟି ଟଙ୍କା ଦିଆଯିବ । ଏହାବ୍ୟତୀତ ମ୍ୟାଚ ଫି ମଧ୍ୟ ସାମିଲ ରହିଛି । ଭାରତୀୟ ଖେଳାଳିଙ୍କୁ ଦିନିକିଆ ମ୍ୟାଚ ଖେଳିବାକୁ 6 ଲକ୍ଷ ଟଙ୍କା ଦିଆଯାଏ । ବିରାଟ କୋହଲି ଗତବର୍ଷ କେବଳ ଦିନିକିଆ ମ୍ୟାଚରୁ 1. 30 କୋଟି ଟଙ୍କା ନେଇଛନ୍ତି ।

ଜାଣନ୍ତୁ ଆଇସିସି ଦିନିକିଆ ରାକିଂରେ ଟପ ବ୍ୟାଟ୍ସମ୍ୟାନଙ୍କ ବାର୍ଷିକ ଆୟ :-

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି, ବାବର ଆଜମ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ ଯାହାଙ୍କୁ ବାର୍ଷିକ 56 ଲକ୍ଷ ଟଙ୍କା ମିଳୁଛି । ସେ ଏପ୍ରିଲ 14 ରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଗଲେ । ଏହାସହ ସେ t-20 କ୍ରିକେଟରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେ t-30 ରାଙ୍କିଙ୍ଗ ରେ 3 ନମ୍ବର୍ ସ୍ଥାନରେ ରହିଛନ୍ତି । ଏହାସହ ମଧ୍ୟ ତାଙ୍କୁ ବହୁତ କମ ସାଲାରୀ ମିଳୁଛି ।

ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଦିନିକିଆରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଯାହାକୁ ନ୍ୟୁଜିଲାଣ୍ଡ କ୍ରିକେଟ 1.81 କୋଟି ଟଙ୍କା ଦେଉଛି । ସେହିପରି ପଞ୍ଚମ ସ୍ଥାନରେ ଆରୋନ ଫିଞ୍ଚ ରହିଛନ୍ତି ଯାହାକୁ ଅଷ୍ଟ୍ରେଲିଆ କ୍ରିକେଟ 4.87 କୋଟି ଟଙ୍କା ଦେଉଛି । ଏହାପରେ ଆଇସିସି ଲିଷ୍ଟରେ ଜନି ବେୟାରଷ୍ଟୋ ଷଷ୍ଠ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ଇଂଲଣ୍ଡ 9.53 କୋଟି ଟଙ୍କା ଦେଉଛି ।

ସେହିପରି ପକିସ୍ତାନ ବ୍ୟାଟ୍ସମ୍ୟାନ ଫକର ଜମାନ ସପ୍ତମ ସ୍ଥାନରେ ରହିଛନ୍ତି ଓ ତାଙ୍କର ବାର୍ଷିକ କଣ୍ଟ୍ରାକ୍ଟ 32 ଲକ୍ଷ ଟଙ୍କା ଅଟେ । ସାଉଥ ଆଫ୍ରିକା ଡୁ ପ୍ଲେସିସ ମଧ୍ୟ ରହିଛନ୍ତି ଯାହାଙ୍କୁ 3.35 କୋଟି ଟଙ୍କା ମିଳୁଛି । ବର୍ତ୍ତମାନ ଫାଫ ଡୁ ପ୍ଲେସିସ ସାଉଥ ଆଫ୍ରିକାର ବାର୍ଷିକ କଣ୍ଟ୍ରାକ୍ଟରୁ ବାହାରେ ଅଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *