ଏବି ଡିଭିଲିୟର୍ସ : ପୁଣି ଥରେ T-20 ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ଖେଳି ପାରନ୍ତି ମିଷ୍ଟର 360

ଜମାଇକା ର ଷ୍ଟାର ଦୌଡାଳି ୟୋହାନ ବ୍ଲାକ କ୍ରିକେଟର ଏକ ବହୁତ ବଡ଼ ଫ୍ୟାନ । ସେ ଚାହୁଁଛନ୍ତି କି, ଏବି ଡିଭିଲିୟର୍ସ ସନ୍ୟାସରୁ ପ୍ରତ୍ୟାବର୍ତ୍ତନ କରି t-20 ବିଶ୍ୱକପରେ ଦକ୍ଷିଣ ଅଫଇକା ଦଳରେ ପ୍ରତିନିଧିତ୍ଵ କରନ୍ତୁ । ଡିଭିଲିୟର୍ସ ମଧ୍ୟ ବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ଖେଳିବାକୁ ଇଛା ରଖିଛନ୍ତି ଓ ଏହା ଉପରେ ସେ ରାଷ୍ଟ୍ରୀୟ ମୁଖ୍ୟ କୋଚ୍ ମାର୍କ ବାଉଚରଙ୍କ ସହିତ ଆଲୋଚନା କରିବେ।

ବ୍ଲାକ ଡିଭିଲିୟର୍ସଙ୍କ ରବିବାର ଖେଳାଯାଇଥିବା ମ୍ୟାଚରେ ଟ୍ୱିଟ କାଟି କହିଥିଲେ, ” ବାଃ ଡିଭିଲିୟର୍ସ ଅଲଗା ସ୍ତରର ଖେଳାଳି। ଦକ୍ଷିଣ ଆଫ୍ରିକା ତୁମକୁ ଏହି ଖେଳାଳିଙ୍କ ଆବଶ୍ୟକ ରହିଛି। ଅଲମ୍ପିକ ରଜତ ପଦକ ବିଜେତା ବ୍ଲାକ 100 ମିଟର ଯୁବା ଚମ୍ପିୟାନ ଅଟନ୍ତି । ସେ ପ୍ରଥମରୁ ବିରାଟ କୋହଲି ଓ ଡିଭିଲିୟର୍ସଙ୍କ ପାଇଁ ଆରସିବିରେ ଖେଳିବାକୁ ଇଛା ଜାହିର କରିଥିଲେ ।

ଡିଭିଲିୟର୍ସ ମେ 2018 ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ବାଙ୍ଗାଲୋର କୁ କୋଲକାତା ନାଇଟ ରାଇଡ଼ର୍ସ ବିପକ୍ଷରେ ବିଜୟ ଦେବାପରେ ସେ କହିଥିଲେ, ଆମକୁ ଆଇପିଏଲ ସମୟରେ କିଛି କଥାବାର୍ତା କରିବା ଆବଶ୍ୟକ ।

37 ବର୍ଷ ବୟସର ଏହି ଖେଳାଳି କହିଥିଲେ, ଯଦି ସେଠାରେ ମୋ ପାଇଁ ସ୍ଥାନ ନାହିଁ ତାହେଲେ କୌଣସି କଥା ନାହିଁ । ଯଦି ମୋତେ ସ୍ଥାନ ମିକିଯାଏ ତାହେଲେ ଶାନଦାର ହେବ । ଆଇପିଏଲ ପରେ ପରେ ମାର୍କ ବାଉଚରଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *