କୁକୁର ପରିସ୍ରା ଶୁଙ୍ଘି କହିଦେବ ଆପଣଙ୍କୁ କରୋନା ହୋଇଛି କି ନାହିଁ, ଷ୍ଟଡିରେ ଆସିଲା ନୂତନ ଦାବି,ଜାଣନ୍ତୁ ପୁରା ଖବର

କରୋନା ଭାଇରସର ଚିହ୍ନଟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଆଣ୍ଟିଜେନ ଟେଷ୍ଟ ଏବଂ RTPCR ଟେଷ୍ଟରେ କରାଯାଉଛି | କିନ୍ତୁ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ସେମାନେ କିଛି କୁକୁରଙ୍କୁ ତାଲିମ ଦେଇଛନ୍ତି, ଯେଉଁମାନେ ମଣିଷର ପରିସ୍ରାକୁ ଶୁଙ୍ଘି କହିଦେବ ଯେ ସେ କରୋନା ସଂକ୍ରମିତ କି ନାହିଁ | ଏହି ଟେଷ୍ଟ ୯୬ ପ୍ରତିଶତ ପର୍ଯ୍ୟନ୍ତ ସଠିକ ହେବ | ହୋଇପାରେ ବର୍ତ୍ତମାନ ଆପଣଙ୍କୁ ଆଉ ପାଟି ଏବଂ ନାକରେ ସ୍ୱାବ ଟେଷ୍ଟ କିଟର ଷ୍ଟିକ ପୁରାଇବାକୁ ପଡିବ ନାହିଁ |

କୋଭିଡ ଟେଷ୍ଟର ନୂତନ ପଦ୍ଧତି :-

ୟୁନିଭର୍ସିଟି ଅଫ ପେନସିଲଭାନିଆ ସ୍କୁଲ ଅଫ ଭେଟେରିନାରୀ ମେଡିସିନ ୱାର୍କିଂ ଡଗ ସେଣ୍ଟର (UPSVMWDC) ର ଡ଼ାଇରେକ୍ଟର ସିନ୍ଥିଆ କହିଛନ୍ତି, ” ବର୍ତ୍ତମାନ କୁକୁରମାନନ୍କ ସାହାଯ୍ୟରେ କରୋନା ଟେଷ୍ଟ କରିବାର ପଦ୍ଧତି ପ୍ରାକ୍ଟିକାଲି ଲାଗୁ ହେବା କଷ୍ଟସାଧ୍ୟ ଅଟେ | କାରଣ ପଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଏହାକୁ ବିରୋଧ କରିପାରନ୍ତି |”

ଏହି ଏୟାରପୋର୍ଟରେ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବା ପାଇଁ କୁକୁରଙ୍କୁ ନିଯୁକ୍ତି :-

ସିନ୍ଥିଆ କହିଛନ୍ତି, ‘କୁକୁରମାନେ ବିଭିନ୍ନ ପ୍ରକାରର ସୁଗନ୍ଧକୁ ଚିହ୍ନି ପାରିବେ | ସେମାନେ ବିଭିନ୍ନ ରୋଗର ସୁଗନ୍ଧକୁ ମଧ୍ୟ ଚିହ୍ନଟ କରିପାରିବେ | କରୋନାର ଗନ୍ଧ ତ ଝାଳ ଏବଂ ଛେପର ସାମ୍ପଲରେ ମଧ୍ୟ ଥାଏ | କୁକୁରମାନେ ଏହାକୁ ସହଜରେ ଚିହ୍ନି ପାରିବେ | ଜାଣନ୍ତୁ ଯେ ଦୁବାଇ ଏୟାରପୋର୍ଟରେ କରୋନା ସଂକ୍ରମିତ ଚିହ୍ନଟ ପାଇଁ ସ୍ନିଫିଙ୍ଗ କୁକୁରମାନଙ୍କୁ ନିୟୋଜିତ କରାଯାଇଛି |

କୁକୁରମାନଙ୍କୁ ଏହିପରି ଭାବେ ଦିଆଯାଇଛି ଟ୍ରେନିଂ :-

ସେ ଆଗକୁ କହିଛନ୍ତି, “ଏପର୍ଯ୍ୟନ୍ତ ଏପରି ହୋଇନଥିଲା ଯେ କୁକୁରମାନେ କୌଣସି ବ୍ୟକ୍ତିର ପରିସ୍ରାକୁ ଶୁଙ୍ଘି ସଂକ୍ରମିତ ହେବାର ସୂଚନା ଦେଇଥିବ | ତେଣୁ ଆମ ଟିମ ପ୍ରଥମେ ୮ ଲାବ୍ରାଡୋର ରିଟ୍ରିଭର ଏବଂ ୧ ବେଲଜିୟମ ମାଲିନୋଇସକୁ ଟ୍ରେନିଂ ଦେଲା | ଏହି ସମୟ ମଧ୍ୟରେ ଆମେ କୁକୁରମାନଙ୍କୁ ୟୁନିଭର୍ସାଲ ଡିଟେକସନ କମ୍ପାଉଣ୍ଡ ଶୁଙ୍ଘାଇଲୁ | ଏହାର ସୁଗନ୍ଧ ପ୍ରାକୃତିକ ଭାବରେ ମିଳେନାହିଁ | ଏହାର ସୁଗନ୍ଧ ୧୨ ଟି ବିଭିନ୍ନ ଗନ୍ଧକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ | ତେଣୁ ଏହି କୁକୁରମାନେ ବର୍ତ୍ତମାନ ୟୁନିଭର୍ସାଲ ଡିଟେକସନ କମ୍ପାଉଣ୍ଡର ଗନ୍ଧକୁ ଚିହ୍ନିପାରୁଛନ୍ତି |’

ସିନ୍ଥିଆ କହିଛନ୍ତି, ଯେପରି କୁକୁରମାନେ ୟୁନିଭର୍ସାଲ ଡିଟେକସନ କମ୍ପାଉଣ୍ଡର ଗନ୍ଧକୁ ଚିହ୍ନିବାକୁ ଲାଗିଲେ, ତେଣୁ ଆମେ କୁକୁରମାନଙ୍କୁ ବିଭିନ୍ନ ଲୋକଙ୍କ ପରିସ୍ରା ଶୁଙ୍ଘିବା ପାଇଁ ତାଲିମ ଦେବା ଆରମ୍ଭ କଲୁ | ଆମେ ସେମାନଙ୍କୁ ୭ ଟି ଭିନ୍ନ କରୋନା ସଂକ୍ରମିତଙ୍କ ପରିସ୍ରାର ସାମ୍ପଲ ଦ୍ୱାରା ତାଲିମ ଦେଲୁ | ଏହି ୭ ଜଣ ଲୋକଙ୍କ ମଧ୍ୟରେ ୨ ବୟସ୍କ ଏବଂ ୫ ପିଲା ଥିଲେ | ଟ୍ରେନିଂରେ ୬ କରୋନା ନେଗେଟିଭ ପିଲାମାନଙ୍କୁ ମଧ୍ୟ ସାମିଲ କରାଗଲା |’

କୁହାଯାଉଛି ଯେ ଟ୍ରେନିଂ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନରେ ସଂକ୍ରମିତ ଲୋକମାନଙ୍କର ପରିସ୍ରାର ସାମ୍ପଲ ଏବଂ ନେଗେଟିଭ ସାମ୍ପଲ ରଖାଗଲା | କୁକୁରମାନଙ୍କୁ ପଜିଟିଭ ସାମ୍ପଲ ନିଜଆଡ଼କୁ ଟାଣୁଥାଏ, ଏବଂ ନେଗେଟିଭ ସାମ୍ପଲ ସେମାନଙ୍କୁ ବିଭ୍ରାନ୍ତ କରିଥାଏ | ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ୩ ସପ୍ତାହର ଟ୍ରେନିଂ ପରେ କୁକୁରମାନେ ୯୬ ପ୍ରତିଶତ ପର୍ଯ୍ୟନ୍ତ ସଠିକ ରିପୋର୍ଟ ଦେବାକୁ ଲାଗିଲେ | ସେମାନେ କୋଭିଡ ପଜିଟିଭ ସାମ୍ପଲକୁ ଚିହ୍ନିବାକୁ ଲାଗିଲେ | ଯେଉଁ ଲୋକମାନେ ଟେଷ୍ଟରେ କରୋନା ନେଗେଟିଭ ଭାବରେ ସାମିଲ ହୋଇଥିଲେ, ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ସଂକ୍ରମିତ ହୋଇଯାଇଥିଲେ | କୁକୁରମାନେ ସେମାନଙ୍କୁ ମଧ୍ୟ ଚିହ୍ନଟ କରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *