ମାଡି ଆସୁଛି ମହାବାତ୍ୟା ‘ସୁରିଗେ’ : ୨୦୦ କିଲୋମିଟରରୁ ଅଧିକ ବେଗରେ ବହିବ ପବନ , ଭୟଙ୍କର ତାଣ୍ଡବ ସୃଷ୍ଟି ହୋଇପାରେ !

ମାଡି ଆସୁଛି ଏକ ବଡ ବାତ୍ୟା। ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ବନ୍ୟା ହେବାର ଆଶଙ୍କା ମଧ୍ୟ ରହିଛି। ଫିଲିଫାଇନ୍ସ ଉପକୂଳ ଆଡକୁ ଏକ ବଡ ବାତ୍ୟା ମୁହାଁଇଛି। ଏହି ବାତ୍ୟା ତାଣ୍ଡବ ରଚିପାରେ ବୋଲି ଅନୁମାନ କରାଯାଉଛି। ଏହା ୨୦୨୧ର ପ୍ରଥମ ବାତ୍ୟା ଅଟେ। ଏହାସହ ଦେଶର ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ପାଇଁ କହିଛି ।

ପାଣିପାଗ ବିଭାଗର ଏକ ରିପୋର୍ଟ ଅନୁସାରେ, ବାତ୍ୟା ସୁରିଗେ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ବାଇକଲ ଅଞ୍ଚଳ ଆଡକୁ ମୁହାଇଁବାରେ ଲାଗିଛି। ତେବେ ଏହାର ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା କମ ରହିଛି । ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭାବନା ମଧ୍ୟ ରହିଛି ।

ସରକାର ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୫ ନମ୍ବର ବିପଦସଙ୍କେତ ଜାରି କରିଛନ୍ତି। ଏହାର ପ୍ରଭାବରେ ୨୧୫ କିଲୋମିଟର ବେଗରେ ପବନ ବହିପାରେ। ଯାହାପରେ ବେଗର ଗତି କ୍ରମଶଃ ଘଣ୍ଟା ପ୍ରତି ୨୬୫ କିମିରେ ପହଁଚିବାର ଆଶଙ୍କା କରାଯାଉଛି। ଆମେରିକାର ବିଶେଷଜ୍ଞମାନେ ସୁରିଗେକୁ ଭୟଙ୍କର ବାତ୍ୟା ଆସିବ ବୋଲି କହିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ୧୬୫ କିଲୋମିଟରରୁ ୨୦୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି।

ପାଣିପାଗ ଚ୍ୟାନେଲର ରିପୋର୍ଟ ଅନୁସାରେ, ସୁରିଗେର କେନ୍ଦ୍ରୀୟ ଚାପ ବା ସେଣ୍ଟ୍ରାଲ୍ ପ୍ରେସର ୮୮୮ ଏମବିରୁ ୮୯୫ ଏମବି ମଧ୍ୟରେ ରହିଅଛି। ଫଳରେ ପବନର ବେଗ ୧୯୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହା ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ଅତ୍ୟନ୍ତ ଭୟଙ୍କର।

ସୂଚନା ଅନୁସାରେ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରହୁଛି। ଫଳରେ ଅଧିକାଂଶ ସମୟରେ ବାତ୍ୟାର ଅଧିକ ବିପଦ ରହିଥାଏ। ୨୦୨୦ରେ ଦେଶରେ ସୁପର୍ ଟାଇଫୁନ୍ ଗୋନି ମାଡ ହୋଇଥିଲେ। ଏହା ବ୍ୟତୀତ ଭିଏତନାମ ଓ କମ୍ବୋଡିଆରେ ପ୍ରାୟତଃ ଅକ୍ଟୋବର ଓ ନଭେମ୍ବର ମାସରେ ଅନେକ ବାତ୍ୟା ଆସିଥାଏ ।

Leave a Reply

Your email address will not be published. Required fields are marked *