କେଏଲ୍ ରାହୁଲଙ୍କ ସହିତ ସମ୍ପର୍କକୁ ନେଇ କମଫର୍ମ କଲେ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା,ଜନ୍ମ ଦିନରେ ଦେଲେ ଏମିତି ମେସେଜ

ବହୁସମୟ ଧରି କ୍ରିକେଟର କେଏଲ୍ ରାହୁଲ ଓ ସୁନୀଲ ଶେଟ୍ଟୀଙ୍କ ଝିଅ ଓ ଅଭିନେତ୍ରୀ ଅଥିୟା ଶେଟ୍ଟୀର ଡେଟିଂ ଖବର ଆସୁଛି|ଏହାମଧ୍ୟରେ ରାହୁଲର ଜନ୍ମଦିନରେ ଆଥିୟା ରାହୁଲ ସହ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି|

ଏହି ଖାସ ମଉକାରେ ତାଙ୍କୁ ବହୁତ ଶୂଭକାମନା ମିଳୁଛି|ସେତେବେଳେ ତାଙ୍କର ତଥାକଥିତ ଗାର୍ଲଫ୍ରେଣ୍ଡ ଆଥିୟା ଫଟୋ ସେୟାର କରି ବାର୍ଥଡେ ଶୁଭେଚ୍ଛା ଜଣାଇଛନ୍ତି|ସେ କହିଛନ୍ତି ନିଜ ଜୀବନରେ ରାହୁଲଙ୍କୁ ପାଇ ସେ ଆଭାରୀ ଅଟନ୍ତି|

ଆଥିୟା ଏହି ଫଟୋ ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି|ଏଥିରେ ଅଭିନେତ୍ରୀ କେଏଲ୍ ରାହୁଲଙ୍କ ସହ ମିରୟ ସେଲ୍ଫି ନେଉଛନ୍ତି|ଦୁହେଁ ପୋଜ ଦେଉଥିବା ନଜରକୁ ଆସୁଛି|

ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ମୁଁ ତୁମର ଆଭାରୀ ଅଟେ,ହାପି ବାର୍ଥଡେ|ସେ କ୍ୟାପସନରେ କେକର ଇମୋଟିକନ ସହ ହୃଦୟ ଇମୋଜି ସେୟାର କରିଛନ୍ତି|ଦୁହେଁ ସୋସିଆଲ ମିଡିଆରେ ଲଗାତାର ପ୍ରେମ ଦେଖାଉଛନ୍ତି|ଯଦିଓ ଦୁହେଁ ନିଜ ସମ୍ବନ୍ଧର ଅଧିକାରିକ ପୁଷ୍ଟି କରି ନାହାନ୍ତି|

ପୂର୍ବବର୍ଷ ମଧ୍ୟ ରାହୁଲଙ୍କ ଜନ୍ମଦିନରେ ଆଥିୟା ତାଙ୍କ ସହ ନିଜ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ,ଫଳରେ ଦୁହିଁଙ୍କ ସମ୍ପର୍କରେ ମୋହର ଲାଗିଥିଲା|

ରାହୁଲ ବର୍ତ୍ତମାନ ଆଇପିଏଲ ୨୦୨୧ରେ ବ୍ୟସ୍ତ ଅଛନ୍ତି|ସେ ପଞ୍ଜାବ କିଙ୍ଗ୍ସର କ୍ୟାପଟେନ ଅଟନ୍ତି|ଆଥିୟାଙ୍କୁ ଶେଷ ଥର ୨୦୧୯ର ଏକ କମେଡି ଡ୍ରାମା ଫିଲ୍ମ ମୋତିଚୁର ଚକନାଚୁରରେ ଦେଖାଯାଇଥିଲା,ଯେଉଁଥିରେ ନବାଜୁଦ୍ଦୀନ ସିଦ୍ଦୀକୀ ମଧ୍ୟ ରହିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *