୪୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ କୁକୁଡ଼ା ଚାଷ, ୩୫ ଦିନରେ ମିଳିବ ରିଟର୍ଣ୍ଣ । କମ ଟଙ୍କାରେ ହେବ ଅଧିକ ଲାଭ,ଜାଣନ୍ତୁ ସମ୍ପୂର୍ଣ ଖବର

କେନ୍ଦ୍ର ସରକାର କୃଷକଙ୍କ ଆୟ ବଢାଇବାକୁ ପ୍ରୟାସ ଜାରି ରଖିଥାନ୍ତି । ଏହି କାରଣ ପାଇଁ କୃଷକ ମାନଙ୍କୁ ଚାଷ କରିବା ସହ ପଶୁପାଳନ ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । କୁକୁଡ଼ା ଚାଷ ମଧ୍ୟ ପଶୁପାଳନ ମଧ୍ୟରେ ଆସିଥାଏ, ସରକାର ଏଥିପାଇଁ ଲୋନ ଓ ସବ୍ସିଡ଼ି ମଧ୍ୟ ଦେଉଛନ୍ତି । କୁକୁଡ଼ା ଫାର୍ମ ଆରମ୍ଭ କରିବାପାଇଁ ଆପଣଙ୍କୁ ନାବାର୍ଡ ରୁ ଆରମ୍ଭ କରି ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଲୋନ ପ୍ରଦାନ କରିଥାଏ ।

କୁକୁଡ଼ା ଫାର୍ମ ବ୍ୟବସାୟ ଏମିତି ଅଟେ ଯେଉଁଥିରେ ଆପଣ କମ ପୁଞ୍ଜି ମାଧ୍ୟମରେ ଏହାକୁ ଆରମ୍ଭ କରିପାରିବେ । 40 ହଜାର ଟଙ୍କା ଲଗାଇ 500 କୁକୁଡ଼ା କୁ ରଖି ଏହି ବ୍ୟବସାୟ ଆରମ୍ଭ ହୋଇପାରିବ । ଏହାର ସବୁଠାରୁ ଭଲ କଥା ହେଉଛି ଆପଣଙ୍କୁ 35 ଦିନରେ ହିଁ ଲାଭ ହେବା ଆରମ୍ଭ ହୋଇଯିବ । ଚାଷ କରିବାସହ ଆପଣ ଏହି କୁକୁଡ଼ା ଫାର୍ମ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଏଥିରେ ଅଧିକ ପରିଶ୍ରମ ଦରକାର ନଥାଏ ବାସ ସଫା ସଫେଇ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିଥାଏ ।

ବହୁତ ବର୍ଷ ଆଗରୁ ପରମ୍ପରାଗତ ବ୍ୟବସାୟ ରହିଛି କୁକୁଡ଼ା ପାଳନ :-

ଭାରତରେ ବହୁତ ବର୍ଷ ଏହି କୁକୁଡ଼ା ଚାଷ ପରମ୍ପରାଗତ ହୋଇ ରହିଛି କିନ୍ତୁ ଏବେ କୁକୁଡ଼ା ଫାର୍ମ ଚାଷ ବହୁତ ଜୋରରେ ବଢିବାରେ ଲାଗିଛି । ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି ଅଣ୍ଡା ଉତ୍ପାଦନରେ, ବିଗତ ବର୍ଷ ମାନଙ୍କରେ ଏହା ବଢ଼ିବାରେ ଲାଗିଛି ଓ ଅଣ୍ଡାର ଗୁଣବତା ଓ ମାନ୍ସରେ ସୁଧାର ଆସିଛି ।

ଏହିକଥାର ଧ୍ୟାନ ରଖନ୍ତୁ :-

କୁକୁଡ଼ା ଫାର୍ମ ବ୍ୟବସାୟ କମ ପୁଞ୍ଜି ବିନିଯୋଗ କରି ଆରମ୍ଭ କରାଯିବ । ବ୍ରୟଲର କୁକୁଡ଼ା ପାଳନରେ ସଠିକ ଦେଖରେଖ ଆବଶ୍ୟକ ହୋଇଥାଏ । ଜିନିଷର କିବାବିକା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଆପଣ କୁକୁଡ଼ା ଛୁଆକୁ ଭଲ ଭାବରେ କିଣିବା ଆବଶ୍ୟକ ଓ ସେମାନଙ୍କୁ ପୌଷ୍ଟିକ ଆହାର ଦେବା ଆବଶ୍ୟକ । ଏଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ବୃଦ୍ଧି ବହୁତ ଜୋରରେ ହେବ ।

ପଲଟ୍ରି ଫାର୍ମିଂ ବ୍ୟବସାୟ ପାଇଁ ଲୋନ ମିଳୁଛି :-

ଏହି କୁକୁଡ଼ା ଫାର୍ମିଂ କୁ କରିବାପାଇଁ ସରକାର ଲୋନ ଦେବାସହ ସବ୍ସିଡ଼ି ମଧ୍ୟ ପ୍ରଦାନ କରୁଛନ୍ତି । ପଲଟ୍ରି କାରବାରକୁ ବଢାଇବା ପାଇଁ ସରକାର 25 ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡ଼ି ଦେଇଥାନ୍ତି । ଏସସି-ଏସଟି ଲୋକଙ୍କ ପାଇଁ ଏହି ସବ୍ସିଡ଼ି 35 ପ୍ରତିଶତ ରହିଛି । ଆପଣ କୁକୁଡ଼ା ପାଳନ ପାଇଁ ଲୋନ ମଧ୍ୟ ନେଇପାରିବେ । ଏସବିଆଇ ଏହି କାମ ପାଇଁ ମୋଟ 75 ପ୍ରତିଶତ ଲୋନ ପ୍ରଦାନ କରିଥାଏ । ଷ୍ଟେଟ ବ୍ୟାଙ୍କରୁ ଆପଣ 9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ । ଲୋନ ପୈଠ କରିବାପାଇଁ ଆପଣଙ୍କୁ 5 ବର୍ଷର ସମୟା ଦିଆଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *