ରାଜ୍ୟରେ ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ, ମେ ୧୫ ପର୍ଯ୍ୟନ୍ତ ଜାରି ହେବ ସଟଡାଉନ

ସମସ୍ତ ରାଜ୍ୟରେ ଜାରି ହେଲା ସପ୍ତାହନ୍ତ ସଟଡାଉନ। ସ୍ବତନ୍ତ୍ର ରିଲିଫ କମିଶନର ଶନିବାର ଏବଂ ରବିବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚଳରେ ସଟଡାଉନ ଘୋଷଣା କରିଛନ୍ତି। ମେ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ହେବ ସପ୍ତାହନ୍ତ ସଟଡାଉନ। ରାଜ୍ୟ ସରକାର ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ସଂକ୍ରମଣ କମାଇବାକୁ ଏମିତି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ। ଏ ସମ୍ବନ୍ଧରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଅତି ଆବଶ୍ୟକ ଥିବା ସେବାକୁ ସଟଡାଉନ ନିୟମରୁ ବାଦ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତିଯେ,’ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଲାଗୁ ହେବାର ଆଶଙ୍କା ଦେଖା ଯାଉଛି। ଦିଲ୍ଲୀ ସରକାର ମଧ୍ୟ ଦିଲ୍ଲୀରେ ୭ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ସେହିଭଳି ଓଡିଶାରେ ମଧ୍ୟ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ରାଜ୍ୟ ସରକାର କୋଭିଡ-୧୯ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି। ଓଡିଶାରେ ପାଖାପାଖି ୧୦,୫୦୦ରୁ ଉର୍ଦ୍ଧ୍ବ ବେଡ ପ୍ରସ୍ତୁତି କରାଯାଇଛି। ବିବାହ କାର୍ଯ୍ୟ ପାଇଁ ଅତି ବେଶିରେ ୫୦ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ଏହି ନି-ୟ-ମକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର କହିଛନ୍ତି।’

Google

ଏହା ସହିତ ରାଜ୍ୟର ରାଜନୈତିକ କାର୍ଯ୍ୟକ୍ରମ ଉପରେ କ-ଟକ-ଣା ଜାରି କରାଯାଇଛି। ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଗାଁ ଗହଳିରେ କୌଣସି ପ୍ରକାର ସାମାଜିକ କାର୍ଯ୍ୟ, ଭୋଜି ଭଳି କାର୍ଯ୍ୟକ୍ରମର ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁମାନେ ଏହି ନି-ୟ-ମକୁ ଭା-ଙ୍ଗିବେ ନାହିଁ ସେମାନଙ୍କ ବି-ରୁ-ଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

କୁମ୍ଭମେଳାରୁ ରାଜ୍ୟକୁ ଫେରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି। ଏହି ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ସେମାନଙ୍କୁ ୧୪ ଦିନିଆ ହୋମ କ୍ବାରେଣ୍ଟାଇନରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷଣକୁ ଦେଖିଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ। ଏହା ସହିତ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଆପଣ କେବେ ଫେରିଛନ୍ତି ଏବଂ କେଉଁଠାରେ ସଂଘରୋଧରେ ରହିଛନ୍ତି, ସେହି ବିଷୟରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଅବଗତ କରାନ୍ତୁ।

Leave a Reply

Your email address will not be published. Required fields are marked *