କଣ ଏଟିଏମ ମେସିନ କିମ୍ବା ଟଙ୍କା ନେଣଦେଣ ସମୟରେ ବ୍ୟାପିପାରେ କରୋନା କି ? ଜାଣନ୍ତୁ ୟା ଉପରେ ସମ୍ପୂର୍ଣ ସୂଚନା

କରୋନା ଭାଇରସ ମାମଲାରେ ଏବେ ବହୁତ ଜୋରରେ ସଂକ୍ରମଣ ବ୍ୟାପୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ , କୋଭିଡ-19 ର ନୂଆ ମ୍ୟୁଟାଣ୍ଟ ଚିନ୍ତା ବଢ଼ାଉଛନ୍ତି। ନୂଆ ଭ୍ୟାରିଏଣ୍ଟକୁ ଡବଲ ମ୍ୟୁଟେଶନ ଭାଇରସ କୁହାଯାଉଛି।

ଏହାକୁ ଆଖି ଆଗରେ ରଖି ସରକାର ନାଇଟ କର୍ଫ୍ୟୁ ଲଗାଇ ଦେଇଛନ୍ତି । ଏମିତିରେ ଆପଣଙ୍କୁ ସୋସିଆଲ ଡିଷ୍ଟନ୍ସ ରଖିବା ସହ ନିଜର ବାତାବରଣକୁ ମଧ୍ୟ ସଠିକ ରଖିବାକୁ ପଡିବ । କାରଣ କୋଭିଡ-19 ମହାମାରୀ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ବ୍ୟତୀତ ପୃଷ୍ଠରୁ ମଧ୍ୟ ବ୍ୟାପିପାରେ ।

ଯାତ୍ରା କରୁଥିବା ସମୟରେ ବସ କିମ୍ବା ଯାନ ମାନଙ୍କର ସିଟ ଓ ମିରର ଛୁଅନ୍ତୁ ନାହିଁ :-

ଆପଣଙ୍କୁ ଜଣାଇଦେଉଛୁ କି, SARS-COV-2 ଏକ ଅଦୃଶ୍ୟ ଭାଇରସ ଅଟେ । ଯାହାକୁ କେବଳ କୋଭିଡ ଟେଷ୍ଟ ଜରିଆରେ ପତା ଲଗାଯାଇପାରିବ । ଭାଇରସ ପୃଷ୍ଠଭୂମିରେ ରହିପାରେ ଓ କୋଭିଡ-19 ମାମଲାକୁ ମଧ୍ୟ ବଢ଼ାଇପାରେ ।

ଏଥିପାଇଁ ପ୍ରତ୍ୟେକଙ୍କୁ ସୂଚିତ କରାଯାଉଛି କି, ପବ୍ଲିକଙ୍କ ସହିତ ଯାତ୍ରା କରୁଥିବା ସମୟରେ କୌଣସି ଜିନିଷଙ୍କୁ ଛୁଅନ୍ତୁ ନାହିଁ । ଯେତେବେଳେ ଆପଣ ବସ କିମ୍ବା ଟ୍ରେନରେ ଯାତ୍ରା କରୁଛନ୍ତି ସେସମୟରେ ଏହାର ସିଟ କିମ୍ବା ଡୋରକୁ ଛୁଅନ୍ତୁ ନାହିଁ ।

WHO ମଧ୍ୟ ଜାରି କରିସାରିଛି ଗାଇଡ଼ଲାଇନ :-

ସୂଚନା ଅନୁସାରେ, କୋଭିଡ-19 ମହାମାରୀ ଅନ୍ୟ ରୋଗ ଠାରୁ ବହୁତ ଖତରନାକ ଅଟେ । ଏହି ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଫ୍ୟାକ୍ଟର୍ସ ଗୁଡ଼ିକ ସାମ୍ନାକୁ ଆସୁଛି । ଏକ୍ସପର୍ଟଙ୍କ ମୁତାବିକ, ଯେତେବେଳ ପର୍ଯ୍ୟନ୍ତ ଏହି ରୋଗ ଆମ ପାଖରେ ରହିଛି ସେବେପର୍ଯ୍ୟନ୍ତ ଆମେ ରୋଗୀ ଦ୍ୱାରା ଛୁଆଁଯାଇଥିବା ସ୍ଥାନକୁ ସଫା ରଖିବା ଉଚିତ । ଅଷ୍ଟ୍ରେଲିଆରେ ଗବେଷଣା ଅନୁଯାୟୀ କୁହାଯାଇଛି, ଏହି ରୋଗ ନା କେବଳ ସଂକ୍ରମିତ ବ୍ୟକ୍ତି ଜରିଆରେ ହେଉଛି, ଏହାବି ଦୂଷିତ ସ୍ଥାନକୁ ଛୁଇଁବା ଦ୍ୱାରା ଘଟୁଛି ।

ସଂକ୍ରମିତ ବ୍ୟକ୍ତି ଯଦି କୌଣସି ସ୍ଥାନକୁ ସ୍ପର୍ଶ କରେ ତାହେଲେ ସେଠାରେ ଭାଇରସ ମହଜୁଦ ହୋଇଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଗତବର୍ଷ କହିଥିଲା କି, ପୃଷ୍ଠ ଭୂମି ଉପରେ ମଧ୍ୟ କରୋନା ଭାଇରସ ମହଜୁଦ ରହିଥାଏ । ଏବେଏବେ ମାମଲା ଉପରେ ତାଜା ଗବେଷଣା ହୋଇଥିଲା ଯେଉଁଥିରୁ ଆପଣ ଜାଣିପାରିବେ କୋଭିଡ଼ ପୃଷ୍ଠ ଉପରେ ବ୍ୟାପିପାରିବ କି ନାହିଁ ।

ପୃଷ୍ଠ ଭୂମି ଉପରେ ବ୍ୟାପିବା ସମ୍ପର୍କରେ ଗବେଷଣା କଣ କହୁଛି? :-

ଆମେରିକାର ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଡ଼ାଇରେକ୍ଟର ରୋସେଲ ଭେଲେନ୍ସକି ହ୍ଵାଇଟ ହାଉସରେ ହୋଇଥିବା ପ୍ରେସ ବ୍ରିଫିଙ୍ଗରେ ଏହାଉପରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ପୃଷ୍ଠ ଭୂମିରେ ଭାଇରସ ବ୍ୟାପିବାର ପୁରା ସମ୍ଭାବନା ରହିଛି ।

CDC ର ନୂଆ ଗାଇଡ଼ଲାଇନ ମୁତାବିକ, ପୃଷ୍ଠ ଭୂମିରେ କେବଳ କରୋନା ଭାଇରସ ମହାମାରୀ ବ୍ୟାପିବାର 10 ହଜାର ରୁ କେବଳ ଗୋଟିଏ ସାମ୍ନାକୁ ଆସିଛି ।

CDC ରିପୋର୍ଟରେ ଏହାମଧ୍ୟ ସାମ୍ନାକୁ ଆସିଛି କି, ପୃଷ୍ଠ ଭୂମିକୁ ଛୁଇଁଲେ କରୋନା ବ୍ୟାପିବାର ସମ୍ଭାବନା ରହିଛି ଏହାକୁ ମନା କରାଯାଇପାରିବ ନାହିଁ ।

ଫୋନ, ଲ୍ୟାପଟପରେ ମଧ୍ୟ ଥାଇପାରେ ଭାଇରସ :-

ଆମର ଫୋନ ସ୍କ୍ରିନରେ ମଧ୍ୟ କୋଭିଡ଼ ମହାମାରୀ ରହିପାରେ । କାରଣ ଏହାକୁ ଆମେ ପବ୍ଲିକ ପ୍ଲେସରେ ବ୍ୟବହାର କରିଥାନ୍ତି । ମୋବାଇଲର ସ୍କ୍ରିନ ଉପରେ ଭାଇରସ ଆସିପାରେ ଓ ଏହାକୁ ଆପଣ ସାନିଟାଇଜ କରିପାରନ୍ତି ।

ଯେତେବେଳେ ଆପଣ ଏଥିରେ କଥା ହୁଅନ୍ତି ତାହେଲେ ଆପଣ ଏହାକୁ ନିଜ ଆଖି, କାନ ଓ ମୁହଁ ସଂସ୍ପର୍ଶରେ ଆସିବାରୁ ସାବଧାନ ରୁହନ୍ତୁ । ମୋବାଇଲ ସହ ଆପଣ ଲ୍ୟାପଟପ, କମ୍ପ୍ୟୁଟର ,ମାଉସ, କି ବୋର୍ଡ଼, ଟ୍ୟାବଲେଟ ଇତ୍ୟାଦି ପ୍ରତି ସଚେତନ ରୁହନ୍ତୁ ଓ ଏହାକୁ ସାନିଟାଇଜ କରନ୍ତୁ ।

ଏଟିଏମ ବ୍ୟବହାର କରୁଥିବା ସମୟରେ ସାବଧାନ ରୁହନ୍ତୁ :-

ପ୍ରତିଦିନ ଲୋକମାନେ ଟଙ୍କା ଉଠାଇବାପାଇଁ ଏଟିଏମ ଯାଇଥାନ୍ତି ଓ ଏହା ଏକ ଏଭଳି ସ୍ଥାନ ଅଟେ ଯେଉଁଠାରେ ମହାମାରୀ ବହୁତ ଜୋରରେ ବ୍ୟାପିଥାଏ ତେଣୁ ଏଟିଏମ ବ୍ୟବହାର କରିବା ପୂର୍ବରୁ ଓ ପରେ ଏହାକୁ ସାନିଟାଇଜ କରନ୍ତୁ।

ଟଙ୍କା ନେଣଦେଣ ସମୟରେ ସାଵଧାନୀ ଅବଲମ୍ଵନ କରନ୍ତୁ :-

ପୃଷ୍ଠ ଭୂମି ବ୍ୟତୀତ ଟଙ୍କା ନେଣଦେଣ ସମୟରେ ମଧ୍ୟ ଭାଇରସ ବ୍ୟାପିପାରେ । ସେଥିପାଇଁ ଏହିସମୟରେ ଆପଣ ଅନଲାଇନ ଟଙ୍କା ନେଣଦେଣ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *