ଆଇପିଏଲ 2021 : SRH ରେ ଚାଲିଛି ସବୁ ଗୋଳମାଲ ! ଏହି ଖେଳାଳି ପାଇଁ ଦୁଇ ଭାଗରେ ବିଭକ୍ତ ହୋଇଗଲା ଦଳର ମ୍ୟାନେଜମେଣ୍ଟ

ଶନିବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ମାତ୍ ଦେଇପାରିଥାନ୍ତା, ବିଜୟ ହାଇଦ୍ରାବାଦର ହୋଇପାରିଥାନ୍ତା । ଚେନ୍ନାଇ ଗ୍ରାଉଣ୍ଡରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫିକା ପକାଇଦେଇଥିଲା ହାଇଦ୍ରାବାଦ କିନ୍ତୁ ପରବର୍ତ୍ତୀ ସମୟରେ ଏମିତି କିଛି ହୋଇନଥିଲା । ସନରାଇଜର୍ସ ଏହି ମ୍ୟାଚ ହାରିବା ସହ ତିନୋଟି ମ୍ୟାଚ ଲଗାତାର ହାରିଥିଲା ଏବଂ ଗୋଟିଏ ମାତ୍ର ଟିମ ଯିଏକି ଏହି ସିଜିନରେ କୌଣସି ପଏଣ୍ଟ ହାସଲ କରିନାହିଁ ।

ଏବେ ପ୍ରଶ୍ନ ଉଠିଛି କଣପାଇଁ ? ଦେଖାଯାଉଛି ସନରାଇଜର୍ସ ହାଇଦ୍ରାବାଦ ଟିମରେ ସବୁ ଗୋଳମାଲ ଚାଲିଛି । ଯେତେବେଳେ ଦଳରେ ଏପଟ ସେପଟ ଚାଲିଛି ସେଥିରେ ଦଳକୁ ଅନେକ ପରାଜୟର ମଧ୍ୟ ସାମ୍ନା କରିବାକୁ ପଡିବ । ଏହିପରି ହେଉଛି ଡେଭିଡ଼ ୱାର୍ଣ୍ଣର ଆଣ୍ଡ କମ୍ପାନୀର ଅବସ୍ଥା ।

ନଟରାଜନଙ୍କ ପାଇଁ ବିଭକ୍ତ ହେଲା ମ୍ୟାନେଜମେଣ୍ଟ :-

ଟି. ନଟରାଜନଙ୍କ ପାଇଁ ଦଳରେ ଗୋଳମାଲ ହୋଇଯାଇଛି କାରଣ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ନଟରାଜନଙ୍କୁ ମୌକା ମିଳିନଥିଲା । ଯେତେବେଳେ ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରାଗଲା ସେଥିରେ ଦୁଇଟି ନଜର ଆସିଥିଲା । ନଟରାଜନଙ୍କୁ ନେଇ ଟିମର ମେଣ୍ଟର ଭିଭିଏସ ଲକ୍ଷ୍ମଣ କିଛି କହିଥିଲେ ତ ହେଡ଼ କୋଚ୍ ଟମ ମୁଡ଼ି କିଛି ଅଲଗା କହିଥିଲେ । ଏବେ ପ୍ରଶ୍ନ ଉଠୁଛି କାହା କଥାକୁ ସଠିକ ମାନିବା ଉଚିତ ।

କିଏ ସତ ଓ କିଏ ମିଛ ? :-

ମୁମ୍ବାଇ ବିପକ୍ଷରେ ଟି. ନଟରାଜନ ନଖେଳିବାରୁ ବିବିଏସ ଲକ୍ଷ୍ମଣ ଆହତ ଦର୍ଶାଇ କହିଥିଲେ, ତାଙ୍କ ବାମ ଗୋଡ଼ରେ ଯନ୍ତ୍ରଣା ଅଛି ଓ ସେ ଅନଫିଟ ମଧ୍ୟ ଥିଲେ କିନ୍ତୁ ହେଡ଼ କୋଚ୍ ଟମ ମୁଡ଼ିଙ୍କ କଥା ଦେଖିବାକୁ ଗଲେ ତାଙ୍କ ମତରେ, ନଟରାଜନଙ୍କ ଉପରେ ବହୁତ ୱାର୍କଲୋଡ଼ ରହିଛି ବାମହାତୀ ବୋଲର ହୋଇଥିବାରୁ ୱାର୍କଲୋଡ଼କୁ ମ୍ୟାନେଜ ନକରିବାରୁ ତାଙ୍କୁ ମୁମ୍ବାଇ ବିପକ୍ଷ ମ୍ୟାଚରେ ସାମିଲ କରାଯାଇନଥିଲା ।

ସବୁ ଏଠାରେ ଗୋଳମାଲ :-

ଟିମ ମ୍ୟାନେଜମେଣ୍ଟଙ୍କ କଥା ଶୁଣି ଆମେ ସନ୍ଦେହରେ ପଡିଯାଇଛେ ଓ କିଏ ସତ ଓ କିଏ ମିଛ ଏହା ଆକଳନ ଲରିବା ଆମ ପକ୍ଷରେ ଅସମ୍ଭବ । କଣପାଇଁ ନଟରାଜନଙ୍କୁ ମୁମ୍ବାଇ ବିପକ୍ଷରେ ଡ୍ରପ କରାଗଲା ? କଣପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା ଯେତେବେଳେ ଦଳକୁ ବିଜୟ ଆବଶ୍ୟକ ହେଉଥିଲା ? ପ୍ରଥମ ଦୁଇଟି ମ୍ୟାଚରେ ନଟରାଜନ ଉଇକେଟ ମଧ୍ୟ ନେଇଛନ୍ତି । ସବୁ ଗୋଳମାଲ ଚାଲିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *