ଏହି ଜିନିଷକୁ ଖାଇଲେ ପାଖ ମାଡ଼ିବନାହିଁ କରୋନା, ଜାଣନ୍ତୁ କ’ଣ କଣ ଓ କଣ ରହିଛି ବିଶେଷତା

କରୋନା ଭାଇରସ ସଂକ୍ରମଣର ଗତି ଦ୍ରୁତ ଗତିରେ ବଢିଚାଲିଛି, ଯାହାଦ୍ୱାରା ଲୋକମାନଙ୍କର ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଛି | ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୪୫ କୋଟି ପଜିଟିଭ କେସ ସାମ୍ନାକୁ ଆସିଛି ଏବଂ ୧.୭୬ ଲୋକଙ୍କୁ ନିଜ ଜୀବନକୁ ହରାଇବାକୁ ପଡିଛି | ପ୍ରକୃତରେ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ୨ ଲକ୍ଷରୁ ଅଧିକ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି |

ସରକାର ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ସଂକ୍ରମଣର ଗତିକୁ ରୋକିବାପାଇଁ ଅନେକ କଠୋର ନିୟମ ଜାରି କରିଛନ୍ତି | ସେହିପରି ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣ ସହିତ ଲଢ଼ିବାପାଇଁ ରୋଗ ପ୍ରତିରୋଧକ କ୍ଷମତା ଭଲ ହେବା ଉଚିତ, ଯାହାଦ୍ୱାରା ଭାଇରସର ପ୍ରଭାବ ଜମା ହେବନାହିଁ | ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୂର୍ବରୁ ହିଁ ଚେତାବନୀ କରିଛି ଯେ କରୋନା ଭାଇରସଠାରୁ ବଞ୍ଚିବାପାଇଁ ଆପଣଙ୍କୁ କେଉଁ ପ୍ରକାରର ଡାଇଟ ଅର୍ଥାତ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ |

ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :-

ଭାଇରସକୁ ହରାଇବା ପାଇଁ ଏହି ଜିନିଷଗୁଡିକୁ ଖାଆନ୍ତୁ :-

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ତାଜା ଫଳ, ଅନପ୍ରୋସେସଡ଼ ଫୁଡ, ଡାଲି, ମକା,ମସୁର,ବାଜରା,ଗହମ, ଆଳୁ, ସବୁଜ ପନିପରିବା, ଆଭୋକାଡୋ, ଆଳୁ ଇତ୍ୟାଦିକୁ ସାମିଲ କରିବା ଉଚିତ | ଏହା କରିବା ଦ୍ୱାରା ଆପଣଙ୍କୁ ଆବଶ୍ୟକ ଫାଇବର, ପ୍ରୋଟିନ, ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ମିଳିବ | ଏହା ବ୍ୟତୀତ ଆପଣ ମାଛ, ବାଦାମ ଅଲିଭ ତେଲ, ସୋୟା, ସୂର୍ଯ୍ୟମୁଖୀ ଏବଂ ମକା ତେଲକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ |

ଏହି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ :-

ସେହିପରି ଆପଣଙ୍କୁ ପ୍ରୋସେସଡ଼ ଫୁଡ,ଫାଷ୍ଟଫୁଡ, ଫ୍ରାଇଡ଼ ଫୁଡ, ଫ୍ରିଜ ପିଜା ପରି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ | ଏହା ଏଥିପାଇଁ ଯେ କୌଣସି ଅନ୍ୟ ରୋଗ ହେବାଦ୍ଵାରା କରୋନା ଭାଇରସ ହେବାର ସମ୍ଭାବନା ବଢ଼ିଯାଇଥାଏ | ଏଥିପାଇଁ ଲୋକଙ୍କୁ ଏପରି ଖାଦ୍ୟଠାରୁ ଦୂରରେ ରହିବା ଉଚିତ |

ଆମ ଶରୀର ପାଇଁ ପାଣି ବହୁତ ଆବଶ୍ୟକ ହୋଇଥାଏ | ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ଏବଂ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ପାଣି ସାହାଯ୍ୟ କରିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *