ଦିଲ୍ଲୀ ବନାମ ପଞ୍ଜାବ : ପୃଥ୍ବୀ ଶୋ, ଶିଖର ଧାୱନ ଓ ଷ୍ଟୋଇନିସଙ୍କ ଚମତ୍କାର ଇନିଙ୍ଗ୍ସ,ଦିଲ୍ଲୀର ବିଜୟ,ଏହି ସବୁ ଭୁଲ ପାଇଁ ହାରିଲା ପଞ୍ଜାବ

ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ରବିବାର ଦିନ ଆଇପିଏଲର ଏକାଦଶ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ଯାଚ ଖେଳାଯାଇଥିଲା। ୧୯୬ ରନର ବଡ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ପୃଥ୍ବୀ ଶୋ ସାନଦାର ରନ କରିଲେ। ପୃଥ୍ବୀ ତିନୋଟି ଚୌକା, ଦୁଇଟି ଛକା ପିଟି ୧୭ଟି ବଲରେ ୩୨ରନ କରିଥିଲେ। ଏହାପରେ ଶିଖର ଧାୱନଙ୍କର ସାନଦାର ପ୍ରଦର୍ଶନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଶିଖର ସାନଦାର ବ୍ୟାଟିଂ କରି ୪୯ ଟି ବଲରେ ୯୨ ରନ କରିଲେ। ସେ ୧୩ ଟି ଚୌକା ଓ ଛଅଟି ଛକା ପିଟିଲେ। କିନ୍ତୁ ଶତକରୁ ବଞ୍ଚିତ ହେଲେ। ତାଙ୍କୁ ଜେ ରିଚାର୍ଡସନ ବୋଲ୍ଡ କରି ପେଭିଲିୟନ ପଠାଇଦେଲେ। ଷ୍ଟିଭ ସ୍ମିଥ ୯ ଓ ଅଧିନାୟକ ରିଷଭ ପନ୍ତ ୧୫ରନ କରି ଆଉଟ ହୋଇଗଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ମାର୍କସ ଷ୍ଟୋଇନିସ ଓ ଲଲିତ ଯାଦବ। ଏହି ଦୁଇଜଣ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରି ଦଳକୁ ୬ ୱିକେଟରେ ସାନଦାର ବିଜୟୀ କରାଇଥିଲେ। ଷ୍ଟୋଇନିସ ୧୩ ଟି ବଲରେ ୩ ଟି ଚୌକା ଓ ଗୋଟିଏ ଛକା ପିଟିଥିଲେ ଓ ୨୭ରନ କରିଥିଲେ। ଲଲିତ ଯାଦବ ୬ଟି ବଲରେ ୧୨ ରନ କରିଥିଲେ।

ପଞ୍ଜାବର ବୋଲରଙ୍କର ଭୁଲ:-

ମହମ୍ମଦ ସାମି ଓ ରେଲ ମେରେଡିଥ ଅନେକ ଭୁଲ କରିଛନ୍ତି। ଦୁଇଜଣ ବୋଲର ଅନେକ ୱାଇଡ ଓ ନୋ ବଲ ପକାଇଛନ୍ତି, ଯାହାର ପରିଣାମ ପଞ୍ଜାବ କିଙ୍ଗସ ଉଠାଇବାକୁ ପଡିଲା। ନୋ ବଲ ପରେ ଫ୍ରି ହିଟ ମିଳିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଏହାର ଭରପୁର ଲାଭ ଉଠାଇଲେ ଓ ଚୌକା-ଛକା ପିଟିଚାଲିଲେ। ପଞ୍ଜାବର ବୋଲର ଡେଥ ଓଭରରେ ୫୦ରୁ ଅଧିକ ରନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *