ଆଜି ରାତିରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜଧାନୀରେ ଲାଗୁହେଲା କର୍ଫ୍ୟୁ

ଦେଶରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ାଇଛି। ଆକ୍ରାନ୍ତଙ୍କ ବୃଦ୍ଧିକୁ ନେଇ ଦିଲ୍ଲୀ ସରକାର ସୋମବାର ରାତିରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ଦିଲ୍ଲୀରେ ରବିବାର ଦିନ ଗୋଟିଏ ଦିନରେ ୨୫,୪୬୨ ଜଣ କରୋନାରେ ଆ-କ୍ରା-ନ୍ତ ଚିହ୍ନଟ ହୋଇଥିଲେ। ଏଥିସହିତ ପଜିଟିଭ ହାର ୩୦ ପ୍ରତିଶତ ହୋଇଛି। ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀରେ ଏହା ପୂର୍ବରୁ ସପ୍ତାହେ କର୍ଫ୍ୟୁ ଘୋଷଣା କରାଯାଇଥିଲା। କିନ୍ତୁ, ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ୧୦୦ ରୁ କମ ଆଇସିୟୁ ବେଡ଼ ସହରରେ ଅଛି। ସହରରେ ଆଗାମୀ ଦୁଇ ଦିନ ମଧ୍ୟରେ ୧୪୦୦ରୁ ୪ ହଜାର ବେଡ ପ୍ରସ୍ତୁତ କରାଯିବ। ଯମୁନା କ୍ରୀଡା ସ୍ଥଳ ଓ ରାଷ୍ଟ୍ରମଣ୍ଡଳ ଖେଳଗାଓଁ ଗସ୍ତ କରି ସେଠାରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Google

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମଣରେ ୧୬୧ ଜଣଙ୍କର ମୃ-ତ୍ୟୁ ହୋଇସାରିଲାଣି। ମୃ-ତ୍ୟୁ ହେବାର ଗୋଟିଏ ଦିନ ପୂର୍ବରୁ ୨୪,୩୭୫ ଜଣ ଚିହ୍ନଟ ହୋଇଥିଲେ। ଆଉ ୧୬୭ ଜଣଙ୍କର ମୃ-ତ୍ୟୁ ହୋଇଥିଲା। ଦିଲ୍ଲୀରେ ୮,୫୩,୪୬୦ ଜଣ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୨,୧୨୧ ଜଣଙ୍କର ମୃ-ତ୍ୟୁ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *