‘ବାପା ମୋତେ ଏଠାରୁ ନେଇଯାଅ, ନଚେତ ମୁଁ ମରିଯିବି’…ହସ୍ପିଟାଲର ଏହି ଅବ୍ୟବସ୍ଥାକୁ ଦେଖି ବାପାଙ୍କୁ ଗୁହାରି କରିଲେ କରୋନାରେ ସଂକ୍ରମିତ ହୋଇଥିବା ଝିଅ…

ବିହାରର ମୁଜଫରପୁରରେ ଜଣେ ୨୦ ବର୍ଷୀୟ ଯୁବତୀ ନିଜକୁ ହସ୍ପିଟାଲରୁ ନେଇଯିବା ପାଇଁ ନିଜ ବାପାଙ୍କୁ ଗୁହାରି କରିଛନ୍ତି। ଯୁବତୀ ଗୁହାରି କରି କହିଲେକି, ମୋତେ ଏଇଠୁ ଆଗୁଆ ନେଇଯାଆନ୍ତୁ ନହେଲେ ମୁଁ କରୋନାରେ ପରେ, ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ଆଗୁଆ ମରିଯିବି। ବାପା ଝିଅର ଗୁହାରି ଶୁଣିବା ପରେ ଆଦୌ ସହି ପାରିଲେ ନାହିଁ ଓ ସଂକ୍ରମିତ ଝିଅକୁ ଘରକୁ ନେଇ ଆସିଲେ। ମୁଜଫରପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଟଙ୍କା ନେଇ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିନଥିଲେ। ରୋଗୀକୁ ଦେଖିବା ପାଇଁ କେହି ଡାକ୍ତର ଆସୁଥିଲେ ନା ନର୍ସ ଆସୁଥିଲେ।

କରୋନାର ଏହି ଭୟାବହ ସମୟରେ ପ୍ରାଇଭେଟ ହସ୍ପିଟାଲଗୁଡିକ ନିଜର ପକେଟକୁ ଗରମ କରିବାରେ ଲାଗିଛନ୍ତି। ଅବ୍ୟବସ୍ଥା କାରଣରୁ ଲୋକେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅବ୍ୟବସ୍ଥା ଓ ବାଧ୍ୟ ହୋଇ ମିଠନପୁରା ଅଞ୍ଚଳର ଗୋଟିଏ ପରିବାର ନିଜ ଝିଅର କୋଭିଡ ଟେଷ୍ଟ କରାଇଥିଲେ। ତାଙ୍କର ରିପୋର୍ଟରେ ପଜିଟିଭ ଆସିଥିଲା। ଯୁବତୀଙ୍କର ରବିବାର ଦିନ ଅକ୍ସିଜେନ ଲେଭଲ କମ ହୋଇଯାଇଥିଲା। ଏହା ଦେଖିବା ପରେ ପରିବାର ଲୋକେ ଡରି ଯାଇଥିଲେ। ଝିଅକୁ ନେଇ ବେରିୟାରେ ଥିବା ଏକ ପ୍ରାଇଭେଟ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ହସ୍ପିଟାଲ ପ୍ରଶାସନ କହିଥିଲେଯେ ଏଠାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉନାହିଁ। ତାପରେ ସେମାନେ ଝିଅକୁ ନେଇ ପ୍ରାଇଭେଟ ହସ୍ପିଟାଲକୁ ଯାଇଥିଲେ। ସେଠାରେ ହସ୍ପିଟାଲ କର୍ତ୍ତୁପକ୍ଷ ତାଙ୍କୁ ୫୦ ହଜାର ଟଙ୍କା ଆଡ଼ଭାନ୍ସ ମାଗିଥିଲେ। ପରିବାର ଲୋକ ଟଙ୍କା ଜମା କରିବା ପରେ ସେଠାରୁ ତାଙ୍କୁ ଯିବାକୁ କହିଥିଲେ।

ହସ୍ପିଟାଲରେ ଭର୍ତ୍ତି ହେବାର ଦୁଇ ଘଣ୍ଟା ପରେ ଯୁବତୀ ଜଣକ ଘରକୁ ଫୋନ କରି କହିଲେ ଯେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବସାଇ ରଖିଛନ୍ତି, କେହି ଦେଖିବାକୁ ଆସୁନାହାନ୍ତି। ଏହାପରେ ଯୁବତୀଙ୍କର ବାପା-ମା ହସ୍ପିଟାଲକୁ ଆସିଥିଲେ। ବାପା-ମା ପାଟି କରିବାରୁ ଡାକ୍ତରଙ୍କୁ ଡକାଯାଇଥିଲା। ହସ୍ପିଟାଲର ବ୍ୟବସ୍ଥା ଏତେ ଖରାପ ଥିଲାଯେ, ସେଠାରେ ୭-୮ଜଣ କରୋନା ରୋଗୀ ଥିଲେ କିନ୍ତୁ ସମସ୍ତଙ୍କ ପାଇଁ ଗୋଟିଏ ହିଁ ମାତ୍ର ଶୌଚାଳୟ ଥିଲା। ଶୌଚାଳୟରେ ହାତ ଧୋଇବାକୁ ସାବୁନ ମଧ୍ୟ ନଥିଲା। ସେ କହିଛନ୍ତିଯେ ସେ ହସ୍ପିଟାଲରେ ରହିଲେ ଦୁଇ ଦିନ କଣ ଗୋଟିଏ ଦିନରେ ହିଁ ମରିଯାଇଥାନ୍ତେ। ଯୁବତୀଙ୍କୁ ତାଙ୍କର ବାପା ସନ୍ଧ୍ୟା ୬ଟା ବେଳେ ଘରକୁ ନେଇ ଆସିଥିଲେ।

Leave a Reply

Your email address will not be published. Required fields are marked *