ବ୍ୟାଗ ଭିତରେ ନିଜ ହାର୍ଟକୁ ଝୁଲାଇ ବୁଲୁଛନ୍ତି ଏହି ମହିଳା, କାରଣ ଜାଣିଲେ ଆପଣ ଦୁଃଖରେ ଥିଲେ ମଧ୍ୟ ହସିବେ,ଜାଣନ୍ତୁ କାରଣ …

ହାର୍ଟ ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ | ଯଦି ଏହା କାମ କରିବା ବନ୍ଦ କରିଦିଏ, ତେବେ ମଣିଷର ଜୀବନ ଚାଲିଯାଇପାରେ | ସାଧାରଣତଃ ଲୋକଙ୍କ ହାର୍ଟ ତାଙ୍କ ଛାତି ଭିତରେ କାମ କରିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯାହାଙ୍କ ହାର୍ଟ ତାଙ୍କ ଛାତି ଭିତରେ ନୁହେଁ, ବରଂ କାନ୍ଧ ଉପରେ ବ୍ୟାଗରେ ଝୁଲି ରହିଥାଏ | ଏକଥା ଆପଣଙ୍କୁ ଶୁଣିବାରେ ହୁଏତ ଅଜବ ଲାଗିପାରେ, କିନ୍ତୁ ଏହା ସତ ଅଟେ |

ବ୍ରିଟେନରେ ସାଲୱା ହୁସେନ ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ରୁହନ୍ତି | ଏହି ମହିଳା ବ୍ୟାଗରେ ନିଜ ହାର୍ଟକୁ ଧରି ବୁଲିଥାନ୍ତି | ବାସ୍ତବରେ ଏହି ବ୍ୟାଗରେ ବ୍ୟାଟେରୀରେ ଚାଲୁଥିବା ଏକ ପମ୍ପ ଏବଂ ଇଲେକ୍ଟ୍ରିକ ମୋଟର ଅଛି | ଏହି ଜିନିଷ ତାଙ୍କ ହାର୍ଟକୁ ଚଳାଇବା ପାଇଁ ମଧ୍ୟ କାମ କରିଥାଏ | ଏହା ମାଧ୍ୟମରେ ନିଶ୍ୱାସ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚିଥାଏ | ଏହାଦ୍ୱାରା ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ସୁରୁଖୁରୁରେ କାମ କରିଥାଏ |

ସାଲୱା ହୁସେନ‌ଙ୍କ ଜୀବନ ସାଧାରଣ ଭାବରେ ହିଁ ଚାଲୁଥିଲା | ତା’ପରେ ଦିନେ ତାଙ୍କୁ ଶ୍ୱାସକ୍ରିୟା କରିବାରେ କଷ୍ଟ ହେଲା | ସେ ଡାକ୍ତରଙ୍କ ପାଖକୁ ଯିବାରୁ ସେ କହିଲେ ଯେ ଆପଣଙ୍କର ହାର୍ଟରେ ଏକ ଗମ୍ଭୀର ରୋଗ ଅଛି | ଯେତେବେଳେ ତାଙ୍କୁ ଯାଞ୍ଚ କରାଯାଇଥିଲା, ସେତେବେଳେ ଡାକ୍ତରମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ସାଲୱାଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ନୁହେଁ, ଏଭଳି ପରିସ୍ଥିତିରେ ତାଙ୍କ ପାଖରେ କେବଳ ଆର୍ଟିଫିସିଆଲ ହାର୍ଟ ଲଗାଇବାର ଅପସନ ଥିଲା |

ସାଲୱାଙ୍କୁ ନିଜର ଏହି ରୋଗ ବିଷୟରେ ତାଙ୍କୁ ଜୁଲାଇ ୨୦୧୭ ମସିହାରେ ଜଣାପଡିଥିଲା | ସେବେଠାରୁ ନେଇ ଏପର୍ଯ୍ୟନ୍ତ ସେ ଏହି ଆର୍ଟିଫିସିଆଲ ହାର୍ଟକୁ କାନ୍ଧରେ ଝୁଲାଇ ହିଁ ଜୀବନ ବିତାଉଛନ୍ତି | ସେ ଜଣେ ବିବାହିତ ମହିଳା ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି | ଡାକ୍ତରମାନେ ତାଙ୍କର ପ୍ରାକୃତିକ ହାର୍ଟକୁ ବାହାରକରି ତା’ଜାଗାରେ ପିଠିରେ ଏକ କୃତ୍ରିମ ପ୍ରତିରୋପଣ ମାଧ୍ୟମରେ ସ୍ପେଶାଲ ୟୁନିଟ ଟୟୟର କରିଛନ୍ତି | ସେ ଏହାକୁ ଏକ ବ୍ୟାଗରେ ରଖିଥାନ୍ତି, ଯେଉଁଥିରେ ବ୍ୟାଟେରୀ, ଏକ ଇଲେକ୍ଟ୍ରିକ ମୋଟର ଏବଂ ପମ୍ପ ଅଛି | ଏହି ବ୍ୟାଗରେ ଦୁଇଟି ବଡ଼ ପ୍ଲାଷ୍ଟିକ ଟ୍ୟୁବ ଯୋଡାଯାଇଛି | ଏହି ଟ୍ୟୁବ ତାଙ୍କ ନାଭି ଦେଇ ଫୁସଫୁସକୁ ଯାଇଥାଏ | ଏହାଦ୍ୱାରା ତାଙ୍କ ଛାତିରେ ପ୍ଲାଷ୍ଟିକର ଚାମ୍ବର ପର୍ଯ୍ୟନ୍ତ ପବନ ପହଞ୍ଚାଇଥାଏ | ଏହିପରି ଭାବରେ ତାଙ୍କ ସାରା ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ |

ବ୍ୟାଗରେ ରଖିଥିବା ମୋଟରକୁ ସବୁବେଳେ ପାୱାର ମିଳିବା ଦରକାର | ସେଫଟି ପାଇଁ ସାଲୱାଙ୍କ ବ୍ୟାଗପ୍ୟାକରେ ବ୍ୟାଟେରୀର ଦୁଇଟି ସେଟ ରଖିଛନ୍ତି | ଯେତେବେଳେ ଗୋଟିଏ ବ୍ୟାଟେରୀ ସରିଯାଏ, ତେବେ ସେତେବେଳେ ତାଙ୍କୁ ୯୦ ସେକେଣ୍ଡ ମଧ୍ୟରେ ହିଁ ଅନ୍ୟ ଏକ ବ୍ୟାଟେରୀ ଲଗାଇବାକୁ ପଡିଥାଏ | ସାଲୱା ସବୁବେଳେ ଏହି କଥାକୁ ଡରନ୍ତି ଯେ କାଳେ ତାଙ୍କ ବ୍ୟାଟେରୀ ବନ୍ଦ ହୋଇଯିବ | କିନ୍ତୁ ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ମୁହଁରେ ହସ ରଖିଥାନ୍ତି | ସେ ସାହସ ହରାନ୍ତି ନାହିଁ | ତାଙ୍କର ଏହି ଚିନ୍ତାଧାରା ସେହି ଲୋକମାନଙ୍କ ପାଇଁ ପ୍ରେରଣା ପାଲଟିଥାଏ, ଯେଉଁମାନେ ଦୁଃଖ ଆସିଲେ ଶୀଘ୍ର ନିରାଶ ହୋଇ ହାର ମାନି ନେଇଥାନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *