ପେଟ୍ରୋଲର ବର୍ଦ୍ଧିତ ଦରକୁ ବାଜିମାତ ଦେବାପାଇଁ ଆସିଗଲା ଏହି ଦମଦାର ସ୍କୁଟି ,ଥରେ ଚାର୍ଜ କଲେ ଯିବ ୯୫ କିମି,ଜାଣନ୍ତୁ କ’ଣ ରହିଛି ଏଥିରେ ସମସ୍ତ ସୁବିଧା

ପେଟ୍ରୋଲର ଲଗାତାର ବର୍ଦ୍ଧିତ ଦରକୁ ଦେଖିକି ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବୃଦ୍ଧି ପାଇଛି|ଏଥିରେ ବହୁ ପୁରୁଣା ଅମଳରୁ ଚାହିଦା ଥିବା ବଜାଜ ଚେତକ ଇଲେକ୍ଟ୍ରିକ ଅବତାରରେ ଅବତୀର୍ଣ୍ଣ ହୋଇଛି|

କମ୍ପାନୀ ଚେତକ ଇଲେକ୍ଟ୍ରିକକୁ ପୂର୍ବବର୍ଷ ଭାରତରେ ଓହ୍ଲାଇଥିଲା|କିନ୍ତୁ କିଛି କାରଣରୁ ଏହି ସ୍କୁଟରର ବୁକିଙ୍ଗ ବନ୍ଦ କରାଯାଇଥିଲା|କିନ୍ତୁ ଏବେ ପୁନର୍ବାର ୧୩ ଅପ୍ରେଲ ଠାରୁ ବଜାଜ ଚେତକ ଇଲେକ୍ଟ୍ରିକର ବୁକିଙ୍ଗ ଆରମ୍ଭ କରିଦେଇଛି|

ବଜାଜ ଚେତକ ଇଲେକ୍ଟ୍ରିକକୁ ଏକ ପ୍ରିମିୟମ ଉତ୍ପାଦ ଭାବେ ବଜାରରେ ଓହ୍ଲାଇଛି|ଏଥିପାଇଁ ଏହି ସ୍କୁଟରରେ ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ ସାମଗ୍ରୀ ସହ ଫିଦରଟଚ୍ ସୁଇଚ ଗିୟର,ଫୁଲ ଏଲ୍ଇଡି ଲାଇଟିଙ୍ଗ,ଡିଜିଟାଲ ଇନଷ୍ଟ୍ରୃମେଣ୍ଟ କ୍ଲଷ୍ଟର ଭଳି ସୁବିଧା ରହିଛି|

ଏହି ସ୍କୁଟରକୁ ବଜାଜ ୩.୮ କେଡବ୍ଲୁ/୪.୧ କେଡବ୍ଲୁ ମୋଟରରେ ଲେସ କରିଛନ୍ତି ଯାହା ଲିଥିୟମ ଆୟନ ବ୍ୟାଟେରୀ ସହ ଜଡ଼ିତ|ଏହି ବ୍ୟାଟେରୀ ୪ କେଡବ୍ଲୁ ସହ ସର୍ବାଧିକ ୧୬ ଏନ୍ଏମ୍ ଟର୍କ ଉତ୍ପନ୍ନ କରିଥାଏ|

ଏହି ସେଟ୍ଅପ୍ ସହ ଚେତକ ଇଲେକ୍ଟ୍ରିକ୍ ଇକୋ ମୋଡରେ ୯୫ କିମି ରେଞ୍ଜ ଓ ସ୍ପୋର୍ଟ ମୋଡରେ ୮୫କିମି ଦୂରତା ସ୍ଥିର କରିଥାଏ|ଏହା ୫ ଘଣ୍ଟାରେ ଫୁଲ ଚାର୍ଜ ଓ ୧ ଘଣ୍ଟାରେ ୨୫% ଚାର୍ଜ କରାଯାଇଥାଏ|ଵଜାଜ ଚେତକ ଏହି ବ୍ୟାଟେରୀ ଉପରେ ୩ ବର୍ଷ ବା ୫୦୦୦୦ କିମିର ଗ୍ୟାରେଣ୍ଟି ଦେଇଥାଏ|ଭାରତୀୟ ବଜାରରେ ଚେତକ ଇଲେକ୍ଟ୍ରିକର ମୁକାବିଲା ଟିଭିଏସ ଆଇକ୍ୟୁବ ଓ ଏଥର ୪୫୦ ଏକ୍ସ ଭଳି ସ୍କୁଟର ସହ ହେବ|ଭାରତରେ ଚେତକ ଇଲେକ୍ଟ୍ରିକର ପ୍ରାରମ୍ଭିକ ଏକ୍ସଶୋରୁମ୍ ଦର ୧,୧୫,୦୦୦ ଟଙ୍କା ଅଟେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *