ପୁଣି ବଢିବ ତାତି : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ତ୍ରାହି,ଜାଣନ୍ତୁ କେଉଁ ଜିଲ୍ଲାରେ କେମିତି ରହିବ ପ୍ରଭାବ ?

ଓଡିଶାରେ ପୁଣି ତାତି ବଢିବ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଅଧିକ ତାପମାତ୍ରା ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ। ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବ। ରାଜଧାନୀ ଭୁବନେଶ୍ବର ସମେତ ବଲାଙ୍ଗୀର, ଟିଟିଲାଗଡ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ମୟୂରଭଞ୍ଜ ଏବଂ ମାଲକାନଗିରିରେ ତାପମାତ୍ରା ବୃଦ୍ଧି ଅତ୍ୟନ୍ତ ହେବ।

ପାଣିପାଗ କେନ୍ଦ୍ର କାଳବୈଶାଖୀକୁ ନେଇ ମଧ୍ୟ ସତର୍କତା ଜାରି କରିଛି। ପାଣିପାଗ କେନ୍ଦ୍ର ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, କେରାପୁଟ, ମାଲକାନଗିରି, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି। ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖ ପରେ ପାଣିପାଗରେ ପରବର୍ତ୍ତନ ଆସିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *