ଭୋଟରଙ୍କୁ ନିଜଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ପ୍ରଚେଷ୍ଟା : ଦିଆଯାଉଛି ପୁରୀ ଓ ପନୀର ତରକାରୀ,ଜାଣନ୍ତୁ ସମ୍ପୂର୍ଣ ଖବର

ଉତ୍ତରପ୍ରଦେଶରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଅଛି। ଯେଉଁଥିରେ ଭୋଟରଙ୍କୁ ନିଜ ପାଲରେ ଆଣିବା ପାଇଁ ପ୍ରାର୍ଥୀମାନେ ଅନେକ ଅନେକ ପ୍ରକାର ଉପାୟ ଆପଣାଛନ୍ତି। କିଏ ମଦ ଦେଉଛି ତୋ କିଏ ଆଉ କେହି ନିଜ ପକ୍ଷରେ ଭୋଟ ଦେବା ପାଇଁ ପଇସା ବାଣ୍ଟୁଛି ଓ ଆଉ କେହି ଭଣ୍ଡାରା କରୁଛନ୍ତି। ଏମିତି ଏକ ପ୍ରାର୍ଥୀ ମତଦାତାଙ୍କୁ ଲୁଭାଇବା ପାଇଁ ତାଙ୍କୁ ସମ୍ପୂର୍ଣ ରୂପରେ ପୁରୀ ଓ ପନୀର ତରକାରୀ କରିବେ ବୋଲି ଚିନ୍ତା କରୁଛନ୍ତି। କିନ୍ତୁ ତାଙ୍କର ସମସ୍ତ ଉପାୟ ଅଟକିଗଲା। ପୋଲିସ ଶେଷ ମୂହୁର୍ତ୍ତରେ ସେହି ସ୍ଥାନରେ ପହଞ୍ଚିଗଲେ ଯେଉଁଠି ଭୋଟରଙ୍କ ପାଇଁ ଭଣ୍ଡାରା କରାଯାଉଥିଲା।

ଏହି ମାମଲା ଅଲିଗଡ ଜିଲ୍ଲାର ସାଥିନୀ ଗାଁର ଅଟେ। ପଞ୍ଚାୟତ ନିର୍ବାଚନରେ ନିଜର ପକ୍ଷରେ ଭୋଟ ଦେବା ପାଇଁ ପୁରୀ ତରକାରୀର ଲୋଭ ଦେବା ପୂର୍ବରୁ ପୋଲିସ ଦଳ ପୁରୀ-ତରକାରୀ ସହିତ ରୋଷେୟାର ଜିନିଷପତ୍ରକୁ ଜବତ କରିନେଇଛି ଓ ଅନେକ ଲୋକଙ୍କୁ ବନ୍ଦୀ କରିନେଇଛି। କେବଳ ଏତିକି ନୁହେଁ ପୁରୀ ତରକାରୀର ଦାୱତ ଦେବା ଆରୋପରେ ୪ ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି।

ପ୍ରାର୍ଥୀଙ୍କ ଦ୍ଵାରା ଭୋଟରଙ୍କୁ ଲୁଭାଇବାକୁ ଚେଷ୍ଟା କରୁଥିବାର ଖବର ମିଳିବା ପରେ ଏମଡିଏମ, ଡିସିପି ତିନି ଗାଡି ସମେତ ଦାୱତର ସମ୍ପୂର୍ଣ ଜିନିଷ ଜବତ କରିନେଇଛନ୍ତି। ଏହା ବ୍ଯତୀତ ନିବର୍ତମାନ ପ୍ରଧାନ ସହିତ ୪ଜଣ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଛି।

ଡିଏସପି ମୋହସୀନ ଖାନ କହିଲେକି ଗାଁ ସାଥିନୀରେ ପହଞ୍ଚିଲେ ତୋ ସେଠାକାର ନାମାଙ୍କନରେ ମତଦାତାଙ୍କୁ ନିଜର ସାଥିରେ ଆଣିବା ପାଇଁ ନିବର୍ତ୍ତମାନ ପ୍ରଧାନ ଦ୍ଵାରା ନିଜର ଘରେ ରୋଷେୟା ପୁରୀ-ପନୀର ତରକାରୀ ବଣ୍ଟା ଯାଉଥିଲା। ସେହି ଲୋକମାନେ ନିଜ ପକ୍ଷରେ ଭୋଟ ଦେବା ପାଇଁ ଅପିଲ କରାଯାଉଥିଲା।

ପ୍ରାର୍ଥୀଙ୍କ ଘରେ ନିର୍ବାଚନ ପ୍ରଚାର କରୁଥିବା ତିନୋଟି ଗାଡି(ଦୁଇଟି ବୋଲର ଓ ଅର୍ଟିଗା)କୁ ଜବତ କରିଥିଲେ। ଉତ୍ତରପ୍ରଦେଶରେ ନିର୍ବାଚନ ସମୟରେ ଏମିତି ଅନେକ ଖବର ସାମ୍ନାକୁ ଆସିଛି ଯେତେବେଳେ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କୁ ଲୋଭ ଦେଖାଇ ନିଜର ପକ୍ଷରେ ଭୋଟ ଦେବା ପାଇଁ ପ୍ରଭାବିତ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *