ମୁମ୍ବାଇ ବନାମ ହାଇଦ୍ରାବାଦ : ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଟ ଉଡାଇଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନଙ୍କ ୱିକେଟ, ମୁମ୍ବାଇ ୧୩ ରନରେ ବିଜୟୀ

ଚେନ୍ନାଇର ପଡିଆରେ ଶନିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ଯାଚ ଖେଳା ଯାଇଥିଲା। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୧୫୧ରନର ଲକ୍ଷ୍ୟ ଦେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ଦଳ ୧୩୭ରନରେ ଅଲଆଉଟ ହୋଇଗଲେ। ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଟଙ୍କ ତୋଫାନୀ ବୋଲିଂରେ ସନରାଇଜର୍ସର ନିଦ ଉଡିଗଲା।

ରାହୁଲ ଚହର ୪ ଓଭରରେ ୧୯ରନ ଦେଇ ୩ଟି ୱିକେଟ ନେଇଥିଲେ, ସେହିପରି ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୮ ରନ ଦେଇ ୩ଟି ୱିକେଟ ନେଇଥିଲେ। ଜସପ୍ରିତ ବୁମରାହ ୪ ଓଭରରେ ୧୪ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। କୃଣାଳ ପାଣ୍ଡ୍ୟା ୩ ଓଭରରେ ୩୦ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ଏଡମ ମାଇନଙ୍କୁ ୩ ଓଭରରେ କୌଣସି ୱିକେଟ ନେଇନଥିଲେ। କିରୋନ ପୋଲାର୍ଡ ୨ଓଭରରେ ଦଶ ରନ ଦେଇଥିଲେ।

ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଦଳ ପକ୍ଷରୁ ଓପନର ଓ ଅଧିନାୟକ ଡେଭିଡ ୱାର୍ନର ଭଲ ବ୍ୟାଟିଂ କରିଥିଲେ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ରନ ଆଉଟ କରି ପେଭିଲିୟନ ପଠାଇଥିଲେ ଜୋନି ବେୟରଷ୍ଟୋ ୪୩ରନ କରିଥିଲେ। ଏହାପରେ ରାହୁଲ ଚହର ଓ ବୋଲ୍ଟ ସନରାଇଜର୍ସ ହାଇଦ୍ରାବାଦର ମିଡିଲ ଅର୍ଡରକୁ ଆଉଟ କରିଦେଇଥିଲେ।

ମନୀଷ ପାଣ୍ଡେ ୨, ବିରାଟ ସିଂ ୧୧, ବିଜୟ ଶଙ୍କର ୨୮, ଅଭିଷେକ ଶର୍ମା ୨, ଅବ୍ଦଦୁଲ ସମଦ ୭, ରାଶିଦ ଖାନ ୦, ଭୁବନେଶ୍ବର କୁମାର ୧ ଓ ଖଲିଲ ଅହମ୍ମଦ ୧ରନ କରିଥିଲେ।

Leave a Reply

Your email address will not be published. Required fields are marked *