୨୯ ବର୍ଷରେ ପାଦ ଦେଲେ କେଏଲ ରାହୁଲ : ବାପାଙ୍କ ଏହି ଛୋଟ ଭୁଲ ପାଇଁ ବଦଳିଗଲା ନାଁ, ରୋହନ ବଦଳରେ ହେଲା ରାହୁଲ,ଜାଣନ୍ତୁ ରାହୁଲଙ୍କ ବିଷୟରେ କିଛି ଅଜଣା କଥା

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ ହେଉଛନ୍ତି ସେହି ଖେଳାଳି ଯିଏ ଦଳକୁ ଅନେକ ବିପଦରୁ ଉଦ୍ଧାର କରିଛନ୍ତି। ଦଳ ପାଇଁ ଭଗବାନ ସାଜିଛନ୍ତି। ଓ୍ୱିକେଟକିପିଂ ହେଉ କିମ୍ବା ବ୍ୟାଟିଂରେ ସେ ସବୁଥିରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି। ଆଜି ଏପ୍ରିଲ ୧୮ ତାରିଖରେ ରାହୁଲ ୨୯ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ନିଜର ଜନ୍ମଦିନରେ ପଞ୍ଜାବ ତରଫରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳିବେ।

Google

୧୯୯୨ ମସିହାରେ ଜନ୍ମ ହୋଇଥିବା ରାହୁଲ ଯାହାଙ୍କର ପୁରା ନାମ ହେଉଛି କନ୍ନୋର ଲୋକେଶ ରାହୁଲ। ଆଉ ତାଙ୍କର ପିତା ଡ. ଲୋକେଶ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ମାଆ ରାଜେଶ୍ୱରୀ ଜଣେ ହେଉଛନ୍ତି ପ୍ରଫେସର। ଆଜି ଦିନରେ ରାହୁଲ ବିଶ୍ୱ କ୍ରିକେଟ ଦଳରେ ଜଣେ ପରିଚିତ ଖେଳାଳି। କିନ୍ତୁ, ତାଙ୍କ ପିତାଙ୍କର ଗୋଟିଏ ଭୁଲ ପାଇଁ ତାଙ୍କ ନାଁ ରାହୁଲ ରଖାଯାଇଥିଲା। ତାଙ୍କ ପିତା ସୁନିଲ ଗାଭାସ୍କରଙ୍କ ପ୍ରଶଂସକ ଥିଲେ । ତେଣୁ ସେ ରାହୁଲଙ୍କ ନାଁ ଗାଭାସ୍କରଙ୍କ ପୁଅ ନାମ ଅନୁସାରେ, ରୋହନ ରଖିବେ ବୋଲି ଚିନ୍ତା କରିଥିଲେ।

କେଏଲ ରାହୁଲଙ୍କ ନାମକରଣ:-

ଯେତେବେଳେ କେଏଲ ଲୋକେସ ନିଜ ପୁଅର ନାମକରଣ କରୁଥିଲେ, ସେହିସମୟରେ ଲୋକେସ ରୋହନ ନାଁ ଭୁଲି ଯାଇଥିଲେ। ତାଙ୍କୁ ଲାଗିଥିଲା ଯେ, ଗାଭାସ୍କରଙ୍କ ପୁଅର ନାଁ ରାହୁଲ ବୋଲି ସେଥିପାଇଁ ସେ ନିଜ ପୁଅର ନାଁ ରାହୁଲ ରଖିଥିଲେ।

Google

ରାହୁଲଙ୍କ ପିତା ଲୋକେସ ପୁଅକୁ ଇଞ୍ଜିନିୟର କରିବାକୁ ଚାହୁଁଥିଲେ। କିନ୍ତୁ, ରାହୁଲ କ୍ରିକେଟ ପ୍ରତି ତାଙ୍କର ଆକର୍ଷଣ ଥିଲା। ଆଉ ୧୧ ବର୍ଷ ବୟସରେ ସେ କ୍ରିକେଟକୁ ଗୁରୁତର ଭାବରେ ନେଇଥିଲେ। ଆଉ ରାହୁଲଙ୍କୁ ପରିବାରର ସମସ୍ତ ସଦସ୍ୟ ଏଥିରେ ସମର୍ଥନ କରିଥିଲେ। ଆଉ ସେ ୨୦୧୦ ମସିହାରେ କର୍ଣ୍ଣାଟକ ତରଫରୁ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *