କରୋନା ପାଇଁ ସ୍ଥଗିତ ହେଲା ଜେଇଇ ମେନ୍ ପରୀକ୍ଷା

କରୋନା ମହାମାରୀ ପାଇଁ ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ ଏପ୍ରିଲ ସେସନର ପରୀକ୍ଷା ସ୍ଥଗିତ ହୋଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ପୁଣି ନୂଆ ତାରିଖ ଘୋଷଣା କରାଯିବ । ଆସନ୍ତା ୨୭,୨୮ ଓ ୩୦ ତାରିଖରେ ପରୀକ୍ଷା ହୋଇଥାନ୍ତା । ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ସରିଯାଇଥିଲା । ପରୀକ୍ଷାର ୧୫ ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି ତରଫରୁ ସୂଚନା ମିଳିଛି । ଠିକ ସେହି ପରି ଭାବେ ଆମ ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *