ଆଇପିଏଲ 2021 : ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଲେ ହିଟମ୍ୟାନ ରୋହିତ ଶର୍ମା,ଏହି ରେକର୍ଡ଼କୁ ସେ ନିଜ ନାମରେ କଲେ,ଜାଣନ୍ତୁ ପୁରା ଖବର

ଆଇପିଏଲ ରେ ପ୍ରତ୍ୟେକ ଦିନ ନୂଆ ରେକର୍ଡ଼ ସୃଷ୍ଟି ହେଉଛି କିଏ ନିଜର ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ଼ କରୁଛି ତ କିଏ ସର୍ବାଧିକ ବିଜୟ ହାସଲ କରୁଛି । ଏହି ସିଜିନରେ ଆରମ୍ଭରୁ ଦୁଇଟି ଟିମ 200 ରନ କରିଥିଲେ ।ଆଇପିଏଲରେ ମଧ୍ୟ ସର୍ବାଧିକ ଶତକ କ୍ରିସ ଗେଲଙ୍କ ନାମରେ ରହିଛି । ସେ ଆଇପିଏଲରେ 6ଟି ଶତକ ହାସଲ କରିଛନ୍ତି କିନ୍ତୁ ଆଜି ଆମେ ଏଭଳି ଏକ ରେକର୍ଡ଼ ବିଷୟରେ କହିବାକୁ ଯାଉଛୁ ଯାହାକି ଭାରତୀୟଙ୍କ ନାମରେ ରହିଛି । ଆଜି ଆମେ ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଯାଉଛୁ ।

ରୋହିତ ଶର୍ମା ମାରିଲେ ସର୍ବାଧିକ ଛକା :-

ଭାରତୀୟ ଖେଳାଳି ମାନଙ୍କ ମଧ୍ୟରୁ ରୋହିତ ଶର୍ମାଙ୍କୁ ସବୁଠାରୁ ଖତରନାକ ଖେଳାଳି ମାନାଯାଇଥାଏ । ରୋହିତ ଶର୍ମା ଅନ୍ତଃରାଷ୍ଟ୍ରୀୟ t-20 କ୍ରିକେଟରେ ସର୍ବାଧିକ 4ଟି ଶତକ ମାରିଛନ୍ତି । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସବୁଠାରୁ ଅଧିକ ଛକା ମାରିବାରେ ସେ ପ୍ରଥମ ଭାରତୀୟ ଅଟନ୍ତି । ଏମିତିରେ ସେ ଆଇପିଏଲରେ କେମିତି ପଛରେ ବା ରହିବେ ।

ଗତକାଲି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସିଜିନର ନବମ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା 2 ଟି ଛକା ମାରିଥିଲେ । ଏଥିସହ ସେ ଆଇପିଏଲରେ ସର୍ବାଧିକ ଛକା ମାରିବାରେ ଭାରତୀୟଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି । ଏହାସହ ସେ ଆଇପିଏଲରେ ସର୍ବାଧିକ ଛକା ମାରିବାରେ ତୃତୀୟରେ ରହିଛନ୍ତି ।

ଧୋନୀ ରହିଛନ୍ତି ଦ୍ଵିତୀୟ ସ୍ଥାନରେ :-

ରୋହିତ ଶର୍ମା ଆଜିର ମ୍ୟାଚରେ ଦୁଇଟି ଛକା ମାରିବା ସହ 217 ଛକାରେ ପହଞ୍ଚିଥିଲେ । ସେହିପରି ଧୋନୀ 216 ଛକା ମାରିସାରିଛନ୍ତି । ଏହି ଉଭୟ ଖେଳାଳି ଆଇପିଏଲରେ 200 ରୁ ଅଧିକ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ସେହିପରି ତୃତୀୟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି 201 ଛକା ମାରିଛନ୍ତି ।

ମୁମ୍ବାଇ କଲା 150 ରନ :-

ପାୱାର ପ୍ଲେରେ 50 ରୁ ଅଧିକ ରନ କରିଥିବା ମୁମ୍ବାଇ ମଜବୁତ ସ୍ଥିତିରେ ଥିଲା । କିନ୍ତୁ ମଝିରେ ପାଳି ଏପଟ ସେପଟ ହୋଇଯାଇଥିଲା । ପ୍ରଥମେ ରୋହିତ ଶର୍ମା 32, ସୂର୍ଯ୍ୟକୁମାର ଯାଦବ 10 ଓ ଏହାପରେ ଭଲ ଖେଳୁଥିବା କ୍ୱିଣ୍ଟନ ଡ଼ି କକ 43 ରନ କରି ଆଉଟ ହୋଇଯାଇଥିଲେ । ଶେଷ ପାଳିରେ କିରଣ ପୋଲାର୍ଡ଼ 35 ରନର ଅପରାଜିତ ପାଳି ଖେଳିଥିଲେ ଓ ସେ ପାଳିର ଶେଷ ଦୁଇଟି ବଲରେ ଦୁଇଟି ଛକା ମାରି ଦଳକୁ 150 ରନରେ ପହଞ୍ଚାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *