ଆଇପିଏଲ 2021: ମ୍ୟାଚ ପୂର୍ବରୁ ଦୀପକ ଚହର ଛୁଇଁଥିଲେ ମହମ୍ମଦ ଶାମିଙ୍କ ପାଦ,ତା ପରେ ପଡିଆରେ ଦେଖାଇଥିଲେ ତାଙ୍କର ଦମଦାର ପ୍ରଦର୍ଶନ

ଆଇପିଏଲ 2021 ର 14ତମ ସିଜିନରେ ଶୁକ୍ରବାର ର ମ୍ୟାଚରେ ଦୁଇ କିଙ୍ଗସଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ହାସଲ କରିଥିଲା ଓ କେଏଲ ରାହୁଲଙ୍କ ପଞ୍ଜାବକୁ ଏକତରଫା ପରାଜୟର ଶିକାର ହେବାକୁ ପଡିଥିଲା । ପଞ୍ଜାବର ବ୍ୟାଟିଂ ବହୁତ ଖରାପ ଭାବରେ ଫ୍ଲପ ହୋଇଗଲା ଦଳ 20 ଓଭରରେ 8 ଉଇକେଟ ହରାଇ 106 ରନ କରିପାରିଥିଲା । ସିଏସକେ ତରଫରୁ ଦୀପକ ଚହର 4 ଓଭରରେ 4ଟି ଉଇକେଟ ନେଇଥିଲେ ।

ଚେନ୍ନାଇ ସୁପର କିଙ୍ଗସ ଟସ ଜିତି ପଞ୍ଜାବ କିଙ୍ଗସକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଓ 20 ଓଭରରେ 8 ଉଇକେଟ ନେଇ ପଞ୍ଜାବକୁ 106 ରନରେ ଅଟକାଇ ଦେଇଥିଲା । ଚହର ନିଜର 4 ଓଭରରୁ ଗୋଟିଏ ଓଭର ମେଡେନ ପକାଇଥିଲେ ଓ 13 ରନ ଦେଇ 4ଟି ଉଇକେଟ ନେଇଥିଲେ । ଏହି ଲକ୍ଷ୍ୟ କୁ ଚେନ୍ନାଇ 15.4 ଓଭରରେ 4 ଉଇକେଟ ହରାଇ ବିଜୟ ପାଇଥିଲା ।

ଚେନ୍ନାଇ ସୁପର କିଙ୍ଗସର ବୋଲର ମାନେ ପଞ୍ଜାବର ପାୱାର ପ୍ଲେରେ ମାତ୍ର 26 ରନ ଦେଇ 4ଟି ଉଇକେଟ ନେଇଥିଲେ । ଏଥିରେ ମୁଖ୍ୟ ଭୂମିକା ଚହର ଯିଏକି ନିଜର ପ୍ରଥମ ଓଭରରେ ମୟଙ୍କ ଅଗ୍ରୱାଲଙ୍କୁ ଶୂନ୍ୟରେ ବୋଲଡ଼ କରିଦେଇଥିଲେ । ଏହାପରେ ସେ ଏହାକୁ ଜାରି ରଖିଥିଲେ । ସେ ନିଜର ଚତୁର୍ଥ ଓଭର ଶେଷ ଆଡ଼କୁ ମାତ୍ର ଦୁଇଟି ଚୌକା ଦେଇଥିଲେ । ଫର୍ମରେ ଥିବା ପଞ୍ଜାବ ଅଧିନାୟକ କେଏଲ ରାହୁଲ ମାତ୍ର 5 ରନ କରି ରବୀନ୍ଦ୍ର ଜାଡେଜାଙ୍କ ଦ୍ଵାରା ରନ ଆଉଟର ଶିକାର ହୋଇଥିଲେ ।

ନିଜର ଶାନଦାର କ୍ଷେତ୍ରରକ୍ଷଣ ପାଇଁ ପରିଚିତ ରବୀନ୍ଦ୍ର ଜାଡେଜା ଏକ ଶନଦାର କ୍ୟାଚ ନେଇ କ୍ରିସ ଗେଲଙ୍କୁ 10 ରନରେ ଆଉଟ କରିଥିଲେ ଓ ଏହା ଚହରଙ୍କ ଦ୍ଵିତୀୟ ଉଇକେଟ ଥିଲା । ଏହାପରେ ନିକୋଲାସ ପୂରଣ ଚହରଙ୍କ ଏକ ଶର୍ଟ ବଲକୁ ଲଙ୍ଗ ଲେଗରେ ମାରିବାକୁ ଯାଇ ଶାର୍ଦୁଲ ଠାକୁରଙ୍କ ହାତରେ କ୍ୟାଚ ଦେଇଥିଲେ । ଏହାପରେ ଦୀପକ ଚହର ମାତ୍ର 10 ରନ ବନାଇ ଫାଫ ଡୁ ପ୍ଲେସିସଙ୍କୁ କ୍ୟାଚ ଦେଇଥିଲେ ଓ ଏହା ଦୀପକ ଚହରଙ୍କ ଚତୁର୍ଥ ଉଇକେଟ ଥିଲା। ଏହିପରି ଦଳର ସ୍କୋର 5 ଉଇକେଟରେ 26 ରନ ହୋଇଥିଲା। ଏହା ଚହରଙ୍କ ସବୁଠାରୁ ଉତ୍ତମ ସ୍ପେଲ ଥିଲା ଓ ଚହର ଏହି ମ୍ୟାଚରେ ଗୋଟିଏ ଓଭର ମେଡେନ ମଧ୍ୟ ନେଇଥିଲେ ।

ମ୍ୟାଚ ପୂର୍ବରୁ ଛୁଇଁଥିଲେ ଶାମିଙ୍କ ପାଦ :-

ଦୀପକ ଚହରଙ୍କ ଏକ ଫୋଟୋ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋରେ ଦେଖିବାକୁ ମିଳିଛି ସେ ପଞ୍ଜାବ କିଙ୍ଗସର ସିନିୟର ବୋଲର ମହମ୍ମଦ ଶାମିଙ୍କ ପାଦ ଛୁଇଁଛନ୍ତି । ଫ୍ୟାନମାନେ ମାନୁଛନ୍ତି ଶାମିଙ୍କ ଆଶୀର୍ବାଦ ପାଇଁ ଚହର ଭଲ ପ୍ରଦର୍ଶନ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *