କରୋନାର ସବୁଠାରୁ ୫ଟି ଖତରନାକ ଲକ୍ଷଣ, ଦେଖିବାମାତ୍ରେ ଯାଆନ୍ତୁ ହସ୍ପିଟାଲ

କରୋନା ଭାଇରସ ମାମଲା ପୁଣିଥରେ ସାରାଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି | କରୋନାର ଏହି ପର୍ଯ୍ୟାୟ ପୂର୍ବଠାରୁ ମଧ୍ୟ ଅଧିକ ସାଙ୍ଘାତିକ ବୋଲି ପ୍ରମାଣିତ ହୋଇପାରେ | ଡାକ୍ତଙ୍କ ଅନୁଯାୟୀ, ନୁଆଁ କୋଭିଡ ଷ୍ଟ୍ରେନ କେବଳ ଅଧିକ ସଂକ୍ରାମକ ନୁହେଁ, ବରଂ ଅନେକ ଗମ୍ଭୀର ଲକ୍ଷଣ ମଧ୍ୟ ନେଇ ଆସିଛି | ଆସନ୍ତୁ ଜାଣିବା ଯେ କରୋନା ପଜିଟିଭ ହେଲେ କେଉଁ ଅବସ୍ଥାରେ ହସ୍ପିଟାଲ ଯିବା ଆବଶ୍ୟକ ଅଟେ |

ଶ୍ୱାସକ୍ରିୟା କରିବାରେ ଅସୁବିଧା :-

ଶ୍ୱାସକ୍ରିୟାରେ କଷ୍ଟ କିମ୍ବା ଛାତିରେ ଯନ୍ତ୍ରଣା ଇନଫେକ୍ସନର ଅଧିକ ବିପଦର ସଂକେତ ଅଟେ | କରୋନା ଭାଇରସ ଏକ ରେସ୍ପିରେଟରୀ ଇନଫେକ୍ସନ ଅଟେ ଏବଂ ଏହି ଭାଇରସ ଆମର ‘ଅପର ଟ୍ରାକ୍ଟ’ରେ ସୁସ୍ଥ କୋଷଗୁଡିକ ଉପରେ ଆକ୍ରମଣ କରିଥାଏ | ପରିଣାମସ୍ୱରୂପ ରୋଗୀକୁ ଶ୍ୱାସକ୍ରିୟା କରିବାରେ ଅସୁବିଧା ହୋଇଥାଏ ଏବଂ ସେମାନଙ୍କ ଜୀବନ ପ୍ରତି ବିପଦ ବଢିଯାଏ |

ଅକ୍ସିଜେନ ଲେଭଲ :-

କରୋନା ସଂକ୍ରମିତ ହେଲେ ଶରୀରର ଅକ୍ସିଜେନ ଲେଭଲ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ | ବାସ୍ତବରେ, କରୋନା ପଜିଟିଭ ହେଲେ ମଣିଷର ଫୁସଫୁସର ଏୟାର ବ୍ୟାଗରେ ଫ୍ଲୁଡ଼ ଭରିଯାଏ ଏବଂ ଶରୀରରେ ଅକ୍ସିଜେନ ଲେଭଲ ଅଭାବ ଦେଖାଦିଏ | ଏପରି ହେବା କାରଣରୁ ରୋଗୀକୁ ତୁରନ୍ତ ହସ୍ପିଟାଲରେ ରହିବା ଆବଶ୍ୟକ |

ଚେତାଶୂନ୍ୟ କିମ୍ବା ବ୍ରେନ ଫଙ୍କସନରେ ସମସ୍ୟା :-

ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କୋଭିଡ-୧୯ ରୋଗୀମାନଙ୍କର ବ୍ରେନ ଫଙ୍କସନ ଏବଂ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ | ଅନେକ ରୋଗୀଙ୍କଠାରେ ଦ୍ୱନ୍ଦ୍ୱ, ଅଳସୁଆ, ଅସ୍ଥିରତା ଏବଂ ଚେତାଶୂନ୍ୟ ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି | ଏକ୍ସପର୍ଟ କହିଛନ୍ତି ଯେ ଯଦି କୌଣସି ରୋଗୀକୁ ସହଜ କାମ କରିବାରେ ଅସୁବିଧା ହେଉଛି କିମ୍ବା କୌଣସି ବାକ୍ୟକୁ କହିବାରେ ବାଧା ସୃଷ୍ଟି ହେଉଛି, ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ ଯିବା ଉଚିତ |

ଛାତିରେ ଯନ୍ତ୍ରଣା :-

ଛାତିରେ କୌଣସି ପ୍ରକାରର ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ | SARS-COV2 ଅନେକ ମମାଳାରେ ଫୁସଫୁସର ମ୍ୟୁକୋଜାଲ ଲାଇନ ଉପରେ ଆକ୍ରମଣ କରିଥାଏ | ତେଣୁ ଛାତିର ଏହି ଅଂଶରେ ରୋଗୀକୁ ଯନ୍ତ୍ରଣା ଏବଂ ଜ୍ୱଳନ ଅନୁଭବ ହୋଇଥାଏ | ଏପରି ସମସ୍ୟା ଅନୁଭବ କରିବାମାତ୍ରେ ଆପଣ ତୁରନ୍ତ ହସ୍ପିଟାଲ ଯିବା ଆବଶ୍ୟକ |

ଓଠରେ ନୀଳପଣ :-

କରୋନା ପଜିଟିଭ ହେଲେ ଅନେକ ଲୋକଙ୍କର ଓଠ ଏବଂ ମୁହଁରେ ନୀଳପଣ ଆସିଯାଇଥାଏ | ଏହା ଶରୀରରେ ଅକ୍ସିଜେନ ଲେଭଲର ପ୍ରଭାବିତ ହେବାର ସଂକେତ ଅଟେ, ଯାହାକୁ ଡାକ୍ତରୀ ଭାଷାରେ ହାଇପୋକ୍ସିଆ କୁହାଯାଏ | ହାଇପୋକ୍ସିଆରେ ଆମର ଟିସୁକୁ ଯଥେଷ୍ଟ ଅକ୍ସିଜେନ ମିଳେନାହିଁ, ଯେଉଁ କାରଣରୁ ଶରୀର ଠିକ ଭାବରେ କାର୍ଯ୍ୟ କରିପାରେ ନାହିଁ |

ସାଧାରଣ ଲକ୍ଷଣ :-

ଜ୍ୱର, କାଶ, ଗଳା ଯନ୍ତ୍ରଣା,ନାକ ବହିବା,ଶରୀର ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଲସ ଅଫ ସ୍ମେଲ ଆଣ୍ଡ ଟେଷ୍ଟ କରୋନାର ଅତି ସାଧାରଣ ଲକ୍ଷଣ ହୋଇଥାଏ | ସାଧାରଣତଃ ଏହି ଲକ୍ଷଣଗୁଡ଼ିକ ଦେଖାଗଲେ ହୋମ କ୍ଵାରେନଟିନରେ ରହିବାକୁ ପରାମର୍ଶ ଦିଆଯାଏ | କିନ୍ତୁ କିଛି ଲୋକଙ୍କଠାରେ ଏହି ଲକ୍ଷଣଗୁଡ଼ିକ ବହୁତ ଗମ୍ଭୀର ହୋଇଯାଏ | ଏପରି ଅବସ୍ଥାରେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *